Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:16 - ପବିତ୍ର ବାଇବଲ (CL) NT (BSI)

16 ଯୀଶୁ ପାଞ୍ଚ ରୋଟି ଓ ଦୁଇଟି ମାଛ ନେଲେ ଓ ଉଦ୍ଧ୍ୱର୍କୁ ଦୃଷ୍ଟିପାତ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ସେଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କୁ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆଉ, ସେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ସେହିସବୁ ଆଶୀର୍ବାଦ କଲେ, ପୁଣି ଭାଙ୍ଗି ଲୋକସମୂହକୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

16 ଆଉ, ସେ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହି ସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ

16 ତା'ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:16
16 Referans Kwoze  

ଲୋକମାନଙ୍କୁ ଘାସ ଉପରେ ବସିବାକୁ କହି ଯୀଶୁ ସେହି ପଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ନେଲେ ଓ ସ୍ୱର୍ଗଆଡ଼କୁ ଚାହିଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେ ରୋଟୀଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ସେହିସବୁ ନେଇ ଲୋକମାନଙ୍କ ଭିତରେ ବାଣ୍ଟିଦେଲେ।


ସେମାନଙ୍କ ସହିତ ସେ ଭୋଜନରେ ବସିଲେ, ରୋଟୀ ନେଇ ଆଶୀର୍ବାଦ କଲେ ଓ ତାକୁ ଭାଙ୍ଗି ସେମାନଙ୍କୁ ଦେଲେ।


ତା’ପରେ ସେ ସେହି ସାତୋଟି ରୋଟୀ ଓ ମାଛ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ। ଶିଷମାନେ ତାହା ଲୋକମାନଙ୍କ ମଧ୍ୟରେ ବାଣ୍ଟିଲେ।


ଯେ ଗୋଟିଏ ଦିବସକୁ ଉକ୍ରୃଷ୍ଟ ବୋଲି ଭାବେ, କେବଳ ପ୍ରଭୁଙ୍କ ଗୌରବାର୍ଥେ ସେ ତା’ କରୁ। ଯାହାର କୌରସି ଖାଦ୍ୟ ଖାଇବା ପାଇଁ ଆପତ୍ତି ନାହିଁ, ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେ ତାହା ଖାଉ; ତଦ୍ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ। ଯେଉଁ ବ୍ୟକ୍ତି କୌଣସି ଖାଦ୍ୟରୁ ନିବୃତ୍ତ ହୁଏ, ସେ ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ କରୁ ଓ ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉ।


ଏହା କହି ପାଉଲ ଧନ୍ୟବାଦ ଦେଇ ରୋଟୀ ଭାଙ୍ଗି ଖାଇଲେ।


ଯେଉଁଠାରେ ଯୀଶୁ ପ୍ରାର୍ଥନା କରି ଲୋକମାନଙ୍କୁ ରୋଟୀ ଖାଇବାକୁ ଦେଇଥିଲେ, ତିବିରିଆରୁ ଆଉ କେତୋଟି ନୌକା ସେହି ସ୍ଥାନ ନିକଟରେ ପହଞ୍ôଚଲା।


ଯୀଶୁ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଠାରେ ବସିଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଦୁଇଟି ମାଛ ମଧ୍ୟ ସେହିପରି ସେ ବାଣ୍ଟିଲେ। ସେମାନେ ଯଥେଷ୍ଟ ଖାଇବାକୁ ପାଇଲେ।


ତା’ପରେ ସେ ଖଣ୍ଡେ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ: “ଏହା ମୋର ଶରୀର, ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ହୋଇଛି। ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”


ତାହା ଭାଙ୍ଗି କହିଲେ, “ଏହି ହେଉଛି ତୁମ୍ଭମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ଏହା କର।”


ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଯେଉଁ ଖାଦ୍ୟ ଗ୍ରହଣ କରୁଛି, ସେହି ଖାଦ୍ୟ ପାଇଁ ମୋତେ କାହିଁକି କିଏ ସମାଲୋଚନା କରିବ?”


ତତ୍ପରେ ସ୍ୱର୍ଗଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି, ଦୀର୍ଘନିଶ୍ୱାସ ପକାଇ କହିଲେ, “ଇପ୍ପଥାଃ” ଅର୍ଥାତ୍ “ଫିଟିଯା”।


ଶିଷ୍ୟମାନେ ସେହିପରି କରିବା ପରେ


ସେମାନେ ସମସ୍ତେ ଖାଇ ତୃପ୍ତ ହେଲେ ଓ ଶିଷ୍ୟମାନେ ବାର ଟୋକେଇ ବଳକା ଖାଦ୍ୟ ସଂଗ୍ରହ କଲେ।


Swiv nou:

Piblisite


Piblisite