Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:12 - ପବିତ୍ର ବାଇବଲ (CL) NT (BSI)

12 ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ବାର ଶିଷ୍ୟ ତାଙ୍କ ନିକଟକୁ ଆସି କହିଲେ, “ଲୋକମାନଙ୍କୁ ପଠାଇ ଦିଅନ୍ତୁ, ଯେପରି ସେମାନେ ସେ ପାଖରେ ଥିବା ଗ୍ରାମ ଓ ପଲ୍ଲୀ ଅଞ୍ଚଳକୁ ଯାଇ ଖାଇବା ଓ ରହିବା ବ୍ୟବସ୍ଥା କରିବେ, କାରଣ ଏହା ଏକ ନିର୍ଜ୍ଜନ ସ୍ଥାନ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା; ସେଥିରେ ଦ୍ଵାଦଶ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚତୁର୍ଦ୍ଦିଗର ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ନିର୍ଜ୍ଜନ ସ୍ଥାନରେ ଅଛୁ।

Gade chapit la Kopi

ଓଡିଆ ବାଇବେଲ

12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ସାଇଗୁଡ଼ିକକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।

Gade chapit la Kopi

ପବିତ୍ର ବାଇବଲ

12 ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 9:12
13 Referans Kwoze  

କିନ୍ତୁ ଯୀଶଉ ତାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଶିଷ୍ୟମାନେ ତାଙ୍କ ପାଖକୁ ଆସି ଅନୁରୋଧ କଲେ, “ତାକୁ ଶୀଘ୍ର ବିଦାୟ କରି ଦିଅନ୍ତୁ। ଦେଖନ୍ତୁ ସେ କିପରି ପାଟି କରି ଆମ ପଛରେ ଗୋଡ଼େଇଛି।”


ଏହାପରେ ଯୀଶୁ ଗାଲିଲୀ ବା ତିବିରିଆର ହ୍ରଦର ଆରପାରିକୁ ଗଲେ।


ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଏହି ଲୋକମାନଙ୍କ ପାଇଁ ମୋତେ ଦୁଃଖ ଲାଗୁଛି, କାରଣ ଏମାନେ ମୋ’ ସାଙ୍ଗରେ ତିନି ଦିନ ରହିଗଲେଣି ଏବଂ ଏବେ ସେମାନଙ୍କ ପାଖରେ କିଛି ନାହିଁ। ସେମାନେ ନ ଖାଇ ଏଠାରୁ ଚାଲି ଯାଆନ୍ତୁ, ଏକଥା ମୁଁ ଚାହେଁ ନାହିଁ; କାରଣ ଫେରିଯିବାବେଳେ ବାଟରେ ସେମାନେ ଥକ୍କି ପଡ଼ିବେ।”


ଯୋହନଙ୍କ ଖବର ଶଉଣଇବା ମାତ୍ରେ ଯୀଶୁ ନୌକା ଚଢ଼ି ଗୋଟିଏ ନିର୍ଜନ ସ୍ଥାନକୁ ଗଲେ। ଯୀଶୁ ସେଠାକୁ ଯାଉଥିବାର ଜାଣଇପାରି ନିକଟବର୍ତ୍ତୀ ସହରମାନଙ୍କରୁ ଅନେକ ଲୋକ କୂଳେ କୂଳେ ଚାଲି ଯୀଶୁଙ୍କୁ ଅନୁସରଣ କଲେ।


କିନ୍ତୁ ଯେତେବେଳେ ଜନତା ଏ ବିଷୟରେ ଶୁଣିଲେ, ସେମାନେ ତାଙ୍କ ପଛରେ ଗଲେ। ସେ ସେମାନଙ୍କୁ ସ୍ୱାଗତ ଜଣାଇଲେ, ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କୁ କହିଲେ ଓ ଯେଉଁମାନଙ୍କ ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।


କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଜେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ସେମାନେ ଉତ୍ତର ଦେଲେ, “ଆମ ପାଖରେ କେବଳ ପାଞ୍ଚଟି ରୋଟି ଓ ଦୁଇଟି ମାଛ ଅଛି। ଆମେ ଯାଇ ଏତେ ଲୋକଙ୍କ ପାଇଁ ଖାଦ୍ୟ କିଣିବା, ଏହା କ’ଣ ଆପଣଙ୍କ ଇଚ୍ଛା?”


କାରଣ, ମୁଁ ଜାଣେ ତୁମ୍ଭମାନଙ୍କର ପ୍ରାର୍ଥନା ଓ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ମୁଁ ମୁକ୍ତି ଲାଭ କରିବି।


Swiv nou:

Piblisite


Piblisite