Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:1 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ବାର ଶିଷ୍ୟଙ୍କୁ ଏକତ୍ର ଡ଼ାକିଲେ ଏବଂ ସେମାନଙ୍କୁ ଭୂତ ଛଡ଼ାଇବା ଓ ରୋଗ ସୁସ୍ଥ କରିବା ପାଇଁ ଶକ୍ତି ଓ କ୍ଷମତା ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇତିମଧ୍ୟରେ ସେ ଦ୍ଵାଦଶଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ, ପୁଣି ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।

Gade chapit la Kopi

ଓଡିଆ ବାଇବେଲ

1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:1
15 Referans Kwoze  

ସତ୍ୟ କହୁଛି, ମୋ’ଠାରେ ଯେ ବିଶ୍ୱାସ କରେ, ମୁଁ କରୁଥିବା କାର୍ଯ୍ୟସବୁ ସେ କରିପାରିବ। ଏହାଠାରୁ ଆହୁରି ଅଧିକ ମହତ୍ କାର୍ଯ୍ୟ ମଧ୍ୟ ସେ କରିପାରିବ, କାରଣ ମୁଁ ମୋ’ ପିତାଙ୍କ ନିକଟକୁ ଯାଉଛି


ଶୁଣ! ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଛୁ, ଯେପରି ତୁମ୍ଭେମାନେ ସାପ ଓ କଙ୍କଡ଼ା ବିଛା ଉପରେ ଚାଲି ପାରିବ ଓ ଶତ୍ରୁ ଶୟତାନର ସମସ୍ତ ଶକ୍ତି ଉପରେ ଜୟଲାଭ କରିବ ଏବଂ କୌଣସି ବିଷୟ ତୁମର କ୍ଷତି କରି ପାରିବ ନାହିଁ।


ସୁସ୍ଥ କରିବା ନିମନ୍ତେ ତୁମର ହସ୍ତ ବିସ୍ତାର କର ଓ ତୁମର ପବିତ୍ର ଦାସ ଯୀଶୁଙ୍କ ନାମରେ ଅଲୌକିକ ଓ ଆଶ୍ଚଯ୍ୟ କର୍ମମାନ ସାଧନ କରିବା ପାଇଁ ଆମ୍ଭମାନଙ୍କୁ ଶକ୍ତି ଦିଅ।”


“ମୁଁ ତୁମକୁ ସ୍ୱର୍ଗରେ ମଧ୍ୟ ସେଥିପାଇଁ ଅନୁମତି ମିଳିବ।”


କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”


ପିତର ତାଙ୍କୁ କହିଲେ, “ଏନିୟ, ଯୀଶୁଖ୍ରୀଷ୍ଟ ତୁମକୁ ସୁସ୍ଥ କରିଛନ୍ତି। ଉଠ, ତୁମର ବିଛଣା ସଜାଡ଼।”


ତାଙ୍କ ନାମର ଶକ୍ତି ହିଁ ଏହି ଛୋଟାକୁ ସୁସ୍ଥ କରିଛି। ଯେଉଁ ଘଟଣା ବର୍ତ୍ତମାନ ତୁମ୍ଭେମାନେ ନିଜେ ଦେଖି ସତ୍ୟ ବୋଲି ଜାଣିଛ, ତାହା କେବଳ ତାଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ସାଧିତ ହୋଇଛି। ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଯେ ସୁସ୍ଥ ହୋଇଛି, ଏହା ତୁମ୍ଭେମାନେ ଦେଖିଅଛ।


ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।


ମୋର ଉପରିସ୍ଥ କର୍ମଚାରୀଙ୍କ ଅଧୀନରେ ମୁଁ କାମ କଲେ ସୁଦ୍ଧା ମୋ’ ଅଧୀନରେ ଅନେକ ସୈନିକ ଅଛନ୍ତି। ସେମାନେଙ୍କ ଭିତରୁ ଜଣେକୁ ଯଦି ମୁଁ ‘ଯାଅ’ ବୋଲି ଆଦେଶ ଦିଏ, ସେ ଯାଏ। ଅନ୍ୟ ଜଣକୁ ‘ଆସ’ ବୋଲି କହିଲେ, ସେ ଆସେ। ମୋର ଦାସକୁ ‘ଏହା କର’ ବୋଲି କହିବା ମାତ୍ର ସେ ତାହା କରିଥାଏ।”


ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣଙ୍କୁ ମନୋନୀତ କଲେ ଏବଂ ତାଙ୍କର ଯେଉଁ ନଗର ଓ ସ୍ଥାନମାନଙ୍କୁ ଯିବାର ଥିଲା, ସେ ଯିବା ପୂର୍ବରୁ, ସେମାନଙ୍କୁ ଦୁଇ ଦୁଇ ଜଣ କରି ସେଠାକୁ ପଠାଇଲେ।


Swiv nou:

Piblisite


Piblisite