Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:8 - ପବିତ୍ର ବାଇବଲ (CL) NT (BSI)

8 ଆଉ କେତେକ ବିହନ ଭଲ ଭୂମିରେ ପଡ଼ିଲା; ତାହାର ଚାରା ବଢ଼ି ଶହେ ଗୁଣ ଫଳ ଫଳିଲା। ଶେଷରେ ଯୀଶୁ କହିଲେ, “ଶୁଣିବାକୁ କାନ ଥିଲେ, ଶୁଣ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ବଢ଼ି ଶହେ ଗୁଣ ଫଳ ଫଳିଲା। ସେ ଏହା କହୁ କହୁ ଉଚ୍ଚ ସ୍ଵରରେ କହିଲେ, ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।

Gade chapit la Kopi

ଓଡିଆ ବାଇବେଲ

8 ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଲିଲା । ସେ ଏହା କହୁ କହୁ ଉଚ୍ଚ ସ୍ୱରରେ କହିଲେ, ଯାହାର ଶୁଣିବା ପାଇଁ କାନ ଅଛି, ସେ ଶୁଣୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଳିଲା।” ସେ ଏହା କହୁ କହୁ ଉଚ୍ଚସ୍ୱରରେ କହିଲେ, “ଯାହାର ଶୁଣିବା ପାଇଁ କାନ ଅଛି, ସେ ଶୁଣୁ।”

Gade chapit la Kopi

ପବିତ୍ର ବାଇବଲ

8 ଅନ୍ୟ ବୀଜତକ ଭଲ ମାଟିରେ ପଡ଼ିଲା। ତାହା ଗଛ ହୋଇ ବଢ଼ିଲା। ଏଥିରୁ ଶହେ ଗୁଣ ଅଧିକ ଶସ୍ୟ ମିଳିଲା।” ଏହି ଦୃଷ୍ଟାନ୍ତ କରିସାରି ଯୀଶୁ ବଡ଼ ପାଟିରେ କହିଲେ, “ତୁମ୍ଭମାନଙ୍କର ଯଦି କାନ ଅଛି, ତେବେ ଶୁଣ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 8:8
25 Referans Kwoze  

ଶୁଣିବା ପରି କାନ ଥିଲେ ଶୁଣ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ଦ୍ୱିତୀୟ ମୃତ୍ୟୁ ସେମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


କିନ୍ତୁ ଭଲ ଜମିରେ ପଡ଼ିଥିବା ବିହନ ପରି, ସେହି ବାର୍ତ୍ତାକୁ ଆଉ କେତେକ ଶୁଣି ଗ୍ରହଣ କରନ୍ତି ଏବଂ ଜୀବନରେ କେହି ତିରିଶ ଗୁଣ, କେହି ଷାଠିଏ ଗୁଣ ଓ କେହି ଶହେ ଗୁଣ ଫଳ ଫଳନ୍ତି।”


କିନ୍ତୁ ଆଉ କେେ ବୀଜ ଭଲ ଜମିରେ ପଡ଼ିଲା। ସେସବୁ ଅଙ୍କୁରିତ ହୋଇ ବଢ଼ିଲା ଓ ଫଳ ଧରିଲା; କେତେ ତିରିଶ ଗୁଣ, କେତେ ଷାଠିଏ ଗୁଣ ଓ କେତେ ଶହେ ଗୁଣ ଫଳିଲା।”


ଯେଉଁମାନେ ବାର୍ତ୍ତା ଶୁଣଇ ବୁଝନ୍ତି, ଭଲ ଜମିରେ କଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ ଜମିରେ ପଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ କରନ୍ତି। କେହି ପାଏ ଶହେ ଗୁଣ, କେହି ଷାଠିଏ ଗୁଣ ଓ କେହି ତିରିଶ ଗୁଣ।” ବାଳୁଙ୍ଗା ଦୃଷ୍ଟାନ୍ତ କଥା


ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଆମେ ଯାହା ହୋଇ ପାରିଛୁ, କେବଳ ଈଶ୍ୱର ହିଁ ତାହା କରିଛନ୍ତି, ଯେଉଁସବୁ ସତ୍ କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମ ଜୀବନରେ ତାହା ସମ୍ଭବ ହୋଇଛି।


ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”


ଆଉ କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା ଓ କଣ୍ଟା ଗଛ ଚାରା ଗଛଗୁଡ଼ିକୁ ଚାପି ପକାଇଲା।


ତାହା ଚାଷ ଜମି ବା ଖତ ପାଇଁ ମଧ୍ୟ ଅନୁପଯୁକ୍ତ। ତେଣୁ ତାହାକୁ ଫିଙ୍ଗି ଦିଆଯାଏ। ଶୁଣିବାକୁ କାନ ଥିଲେ, ଶୁଣ।”


“ଶୁଣିବାକୁ କାନ ଥିଲେ, ମଣ୍ଡଳୀମାନଙ୍କୁ ପବିତ୍ରାତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣ।”


“ଯାହାର ଶୁଣିବା ଶକ୍ତି ଅଛି, ସେ ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣୁ।


“ଶୁଣିବାକୁ କାନ ଥିଲେ, ଶୁଣ: ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଯେ ବନ୍ଦୀ ହେବାର ଅଛି, ସେ ନିଶ୍ଚୟ ବନ୍ଦୀ ହେବ। ଯେ ଅନ୍ୟକୁ ଖଡ଼୍ଗରେ ବଧ କରେ, ସେ ନିଜେ ଖଡ଼୍ଗ ଦ୍ୱାରା ହିଁ ନିହତ ହେବ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଧୈର୍ଯ୍ୟ ଓ ବିଶ୍ୱାସ ଏକାନ୍ତ ଆବଶ୍ୟକ।”


Swiv nou:

Piblisite


Piblisite