Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:47 - ପବିତ୍ର ବାଇବଲ (CL) NT (BSI)

47 ସ୍ତ୍ରୀ ଲୋକଟି ଧରାପଡ଼ିଛି ବୋଲି ବୁଝିପାରି ଥରି ଥରି ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ କାହିଁକି ତାଙ୍କୁ ଛୁଇଁଲା ଓ ସଙ୍ଗେ ସଙ୍ଗେ କିପରି ସୁସ୍ଥ ହେଲା, ସମସ୍ତଙ୍କ ସମ୍ମୁଖରେ ସବୁ କଥା କହିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି, କିହେତୁରୁ ତାହାଙ୍କୁ ଛୁଇଁଲା, ପୁଣି କିପରି ତତ୍କ୍ଷଣାତ୍ ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା।

Gade chapit la Kopi

ଓଡିଆ ବାଇବେଲ

47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା।

Gade chapit la Kopi

ପବିତ୍ର ବାଇବଲ

47 ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତ‌ତ୍‌କ୍ଷଣାତ୍ ସେ ସୁସ୍ଥ ହୋଇଗଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:47
18 Referans Kwoze  

ସବୁ କଥା ବୁଝିପାରି ସ୍ତ୍ରୀ ଲୋକଟି ଭୟରେ କମ୍ପି କମ୍ପି ଯୀଶୁଙ୍କ ପାଦ ନିକଟରେ ଆଣ୍ଠୋଇ ପଡ଼ି ସବୁ କଥା ଜଣାଇଲା।


ତୁମ୍ଭେମାନେ ସମସ୍ତେ ଯେପରି ଭାବର ତାଙ୍କର ବାଧ୍ୟ ଥିଲ ଏବଂ ଭୟ ଓ କମ୍ପିତ ହୃଦୟରେ ତାଙ୍କୁ ସ୍ୱାଗତ ଜଣାଇଥିଲ, ଏ କଥା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାଙ୍କର ପ୍ରେମ ଆହୁରି ବୃଦ୍ଧି ପାଉଛି।


ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।


ସେ ସମୟରେ ମୁଁ ଦୁର୍ବଳ ଥିଲି, ସର୍ବଦା ଭୟରେ ପ୍ରକମ୍ପିତ ହେଉଥିଲି।


କାରାରକ୍ଷକ ପ୍ରଦୀପ ଅଣାଇଲେ ଓ ଭିତରକୁ ଦୌଡ଼ି ଆସ ଥରି ଥରି ପାଉଲ ଓ ଶୀଲାଙ୍କ ଗୋଡ଼ ତଳେ ପଡ଼ିଗଲେ।


ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ଏହା ଶୁଣି ସେମାନେ ତୁରନ୍ତ କବର ଛାଡ଼ି ଶିଷ୍ୟମାନଙ୍କ ନିକଟକୁ ଦୌଡ଼ିଗଲେ। ଭୟଭୀତ ହୋଇଥିଲେ ସୁଦ୍ଧା, ସେମାନେ ମନରେ ଅପାର ଆନନ୍ଦ ଅନୁଭବ କରୁଥିଲେ।


କିନ୍ତୁ ଯୀଶୁ କହିଲେ, “କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ଠାରୁ ଶକ୍ତି ନିର୍ଗତ ହେବା ମୁଁ ଜାଣିଲି।”


ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ଶାନ୍ତିରେ ଚାଲିଯା।”


Swiv nou:

Piblisite


Piblisite