Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:43 - ପବିତ୍ର ବାଇବଲ (CL) NT (BSI)

43 ସେମାନଙ୍କ ମଧ୍ୟରେ ବାର ବର୍ଷ ଧରି ରକ୍ତସ୍ରାବ ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଲୋକ ଥିଲା। ସେ ଚିକିତ୍ସକମାନଙ୍କର ପାଉଣା ଦେଇ ଦେଇ ତା’ର ସର୍ବସ୍ୱ ବ୍ୟୟ କରିଥିଲା, କିନ୍ତୁ ତାକୁ କେହି ସୁସ୍ଥ କରି ପାରି ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ଵାରା ସୁସ୍ଥ ହୋଇ ପାରି ନ ଥିଲା,

Gade chapit la Kopi

ଓଡିଆ ବାଇବେଲ

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ ସମସ୍ତ ପୁଞ୍ଜି ସୁସ୍ଥ ହେବା ପାଇଁ ବୈଦ୍ୟମାନଙ୍କଠାରେ ଖର୍ଚ୍ଚ କରିଥିଲା କିନ୍ତୁ ସୁସ୍ଥ ହୋଇପାରି ନ ଥିଲା,

Gade chapit la Kopi

ପବିତ୍ର ବାଇବଲ

43 ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା'ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:43
22 Referans Kwoze  

ବର୍ତ୍ତମାନ ଏଠାରେ ଅବ୍ରାହାମଙ୍କ ବଂଶଜ ଜଣେ ଅଛି। ତାକୁ ଶୟତାନ ଅଠର ବର୍ଷ ଧରି ବାନ୍ଧି ରଖିଛି; ସେ ବିଶ୍ରାମବାର ଦିନ ମୁକ୍ତ ହେବା କ’ଣ ଉଚିତ ନୁହେଁ?”


ଦିନେ ଯୀଶୁ ବାଟରେ ଯାଉଥିବା ବେଳେ ଗୋଟିଏ ଜନ୍ମାନ୍ଧକୁ ଭେଟିଲେ।


ସେଠାରେ ଜଣେ ସ୍ତ୍ରୀ ଲୋକକୁ ଭୂତ ଲାଗି ଥିବାରୁ ସେ ଅଠର ବର୍ଷ ଧରି ଅସୁସ୍ଥ ଥିଲା; ସେ କୁଜା ହୋଇ ରହି ଯାଇଥିଲା ଏବଂ ଆଦୌ ସଳଖ ହୋଇପାରୁ ନ ଥିଲା।


ଯୀଶୁ କୂଳକୁ ଆସିବା ସମୟରେ ସହରର ଜଣେ ଭୂତଗ୍ରସ୍ତ ଲୋକ ତାଙ୍କୁ ଭେଟିଲା। ବହୁଦିନ ଧରି ଏହି ଲୋକଟି ଲୁଗା ପିନ୍ଧୁ ନ ଥିଲା। ସେ ଘର ଛାଡ଼ି ସମାଧି ସ୍ଥାନମାନଙ୍କରେ ରହୁଥିଲା।


ଯେଉଁ ଲୋକ ଆଶ୍ଚର୍ଯ୍ୟଭାବେ ସୁସ୍ଥତା ଲାଭ କରିଥିଲା, ତା’ର ବୟସ ଚାଳିଶ ବର୍ଷରୁ ଅଧିକ ଥିଲା।


ସେଠାରେ “ସୁନ୍ଦର” ନାମକ ଦ୍ୱାର ପାଖରେ ଜଣେ ଲୋକ ଥିଲା। ସେ ଜନ୍ମରୁ ଛୋଟା। ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ପାଇଁ ପ୍ରତିଦିନ ସେ ଦ୍ୱାର ପାଖକୁ ବୁହା ହୋଇ ଯାଉଥିଲା।


କିନ୍ତୁ ବର୍ତ୍ତମାନ ସେ କିପରି ଦେଖି ପାରୁଛି, ପୁଣି କିଏ ତାକୁ ଦୃଷ୍ଟି ଶକ୍ତି ଦେଇଛନ୍ତି, ଆମେ ତା’ ଜାଣୁନା। ତା’ର ବୟସ ହେଉଛି, ତାକୁ ପଚାର। ସେ ନିଜେ ନିଜ କଥା କହି ପାରିବା।”


ଭୂତ ତାକୁ ଥରେ ଥରେ ତଳେ ପକାଇ ଦିଏ। ସେତେବେଳେ ତା’ ମୁହଁରୁ ଫେଣ ବାହାରେ, ସେ ତା’ ଦାନ୍ତ ରଗଡ଼େ ଓ ତା’ ଦେହ ଅଚଳ ହୋଇଯାଏ। ଭୂତ ଛଡ଼ାଇବା ପାଇଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଲି, କିନ୍ତୁ ସେମାନେ କିଛି କରିପାରିଲେ ନାହିଁ।”


ଧନୀ ଲୋକମାନେ ସେମାନଙ୍କର ବଳକା ଧନରୁ ଦେଇଛନ୍ତି, କିନ୍ତୁ ଏହି ସ୍ତ୍ରୀ ଲୋକଟି ତା’ର ଦାରିଦ୍ର୍ୟ ସତ୍ତେ୍ୱ ତା’ ପାଖରେ ଯାହା କିଛି ସମ୍ବଳ ଥିଲା, ସବୁ ଦେଇ ଦେଇଛି।”


କାରଣ ତାଙ୍କର ବାର ବର୍ଷ ବୟସର ଏକ ମାତ୍ର ଝିଅ ଅସୁସ୍ଥ ହୋଇ ମୃତପ୍ରାୟ ଅବସ୍ଥାରେ ଥିଲା। ଯୀଶୁ ଯିବା ସମୟରେ ପ୍ରତ୍ୟେକ ଦିଗରୁ ଲୋକମାନେ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।


ସେ ଜନଗହଳି ମଧ୍ୟରୁ ଯୀଶୁଙ୍କ ପଛକୁ ଆସି ତାଙ୍କର ବସ୍ତ୍ରଧାର ଛୁଇଁଲା ଏବଂ ସଙ୍ଗେ ସଙ୍ଗେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା।


Swiv nou:

Piblisite


Piblisite