Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:40 - ପବିତ୍ର ବାଇବଲ (CL) NT (BSI)

40 ଯେତେବେଳେ ଯୀଶୁ ହ୍ରଦର ଆର ପାରିକୁ ଆସିଲେ, ଅନେକ ଲୋକ ସେଠାରେ ତାଙ୍କୁ ସ୍ୱାଗତ କଲେ, କାରଣ ସେମାନେ ତାଙ୍କ ଅପେକ୍ଷାରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ଯୀଶୁ ବାହୁଡ଼ି ଆସନ୍ତେ, ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ

40 ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:40
12 Referans Kwoze  

ଯୀଶୁ ହ୍ରଦର ଅପର ପାଶ୍ୱର୍କୁ ଫେରିଗଲେ। ସେହି ହ୍ରଦ କୂଳରେ ଅନେକ ଲୋକ ତାଙ୍କୁ ଘେରି ଜମା ହେଲେ।


ଯୀଶୁ ଡଙ୍ଗାରେ ବସି ହ୍ରଦ ଆରପାରରେ ଥିବା ନିଜ ସହରକୁ ଫେରିଗଲେ।


କାରଣ ଯୋହନ ଜଣେ ସାଧୁ ଓ ଧାର୍ମିକ ପୁରୁଷ ବୋଲି ଜାଣି ହେରୋଦ ତାଙ୍କୁ ଭୟ କରୁଥିଲେ ଏବଂ ତାଙ୍କୁ ନିରାପଦରେ ରଖିଥିଲେ। ଯୋହନଙ୍କ ଶିକ୍ଷା ଶୁଣି ପ୍ରତିଥର ସେ ବିବ୍ରତ ହୋଇ ପଡ଼ୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ ସେ ଚାହୁଁଥିଲେ।


ତେଣୁ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ ଡକାଇଲି ଓ ଆପଣ ଦୟା କରି ଆସିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଶୁଣିବାକୁ ଆମେ ସମସ୍ତେ ବର୍ତ୍ତମାନ ଈଶ୍ୱରଙ୍କ ସାନ୍ନିଧ୍ୟରେ ଉପସ୍ଥିତ ଅଛୁ।”


ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜ୍ୱଳ ପ୍ରଦୀପ। କିଛି ଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମ୍ଭେମାନେ ଇଚ୍ଛୁକ ଥିଲ।


କିନ୍ତୁ ସେମାନେ ତାହା କରିବା ପାଇଁ କୌଣସି ଅବକାଶ ପାଇଲେ ନାହିଁ, କାରଣ ଲୋକମାନେ ତାଙ୍କ ଶିକ୍ଷାର ପ୍ରତ୍ୟେକ ଶବ୍ଦକୁ ମନ ଦେଇ ଶୁଣୁଥିଲେ।


ଜଖିୟ ଶୀଘ୍ର ତଳକୁ ଓହ୍ଲାଇ ଆସି ମହାନନ୍ଦରେ ତାଙ୍କୁ ସ୍ୱାଗତ କଲା।


ଦିନେ ଯୀଶୁ ଗିନେସରତ୍ ହ୍ରଦ କୂଳରେ ଛିଡ଼ା ହୋଇଥିଲେ ଓ ଲୋକମାନେ ତାଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।


“ଏଥିରୁ ଜଣାଯାଉଛି ଯେ, ମସୀହଙ୍କୁ ଦାଉଦ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି। ତା’ହେଲେ ମସୀହ ଦାଉଦଙ୍କ ବଂଶଧର ହେବେ କିପରି?”


କିନ୍ତୁ ଯୀଶୁ ତାକୁ ପଠାଇ ଦେଇ କହିଲେ, “ଘରକୁ ଫେରି ଯାଅ, ଈଶ୍ୱର ତୁମ ପ୍ରତି ଯାହା କରିଛନ୍ତି, ତାହା ଜଣାଅ।” ସେ ଫେରିଯାଇ ଯୀଶୁ ତା’ ପାଇଁ କରିଥିବା କାର୍ଯ୍ୟ ସହର ସାରା ସମସ୍ତଙ୍କୁ କହି ବୁଲିଲା।


Swiv nou:

Piblisite


Piblisite