Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:3 - ପବିତ୍ର ବାଇବଲ (CL) NT (BSI)

3 ଯୋହାନ୍ନା, ଯାହାଙ୍କ ସ୍ୱାମୀ ଖୁଜା, ହେରୋଦଙ୍କ ରାଜଦରବାରରେ ଜଣେ ବେବର୍ତ୍ତା ଥିଲେ, ସୁଶାନ୍ନା ଓ ଆହୁରି ଅନେକ ସ୍ତ୍ରୀ ଲୋକ; ଏମାନେ ଯୀଶୁଙ୍କୁ ଓ ତାଙ୍କର ଶିଷ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ବଳ ବିନିଯୋଗ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ହେରୋଦଙ୍କ ବେବର୍ତ୍ତା ଖୂଜାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

3 ହେରୋଦଙ୍କ ପରିଚାଳକ ଖୁଜା ଓ ତାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହେରୋଦଙ୍କ ପରିଚାଳକ ଖୂଜା ଓ ତାହାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ

3 ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:3
19 Referans Kwoze  

ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।


ଏଠାରେ ଥିବା ଈଶ୍ୱରଙ୍କ ଲୋକମାନେ, ବିଶେଷରେ ସମ୍ରାଟଙ୍କ ପ୍ରାସାଦରେ ଥିବା ସାଧୁମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଷଞ ଜାଣ। ସେ ଧନୀ ହୋଇ ମଧ୍ୟ ତୁମ୍ଭମାନଙ୍କ ପାଇଁ ଦାରିଦ୍ର୍ୟ ବରଣ କଲେ- ତାଙ୍କ ଦାରିଦ୍ର୍ୟ ଦ୍ୱାରା ତୁମ୍ଭେମାନେ ମଧ୍ୟ ଯେପରି ଧନୀ ହୋଇ ପାରିବ।


“ଗରିବମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।


ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ପାଇଁ ଯାହା ସବୁ କରିଛ - ତାହା ମୋ’ ପାଇଁ କରିଛ।’


ସେମାନେ ସେହି ଗୃହ ଭିତରେ ପ୍ରବେଶ କଲେ ଏବଂ ଶିଶୁକୁ ମାତା ମରିୟଙ୍କ କୋଳରେ ଦେଖି ଜାନୁପାତପୂର୍ବକ ତାଙ୍କୁ ଆରାଧନା କଲେ ଓ ସଙ୍ଗରେ ଆଣିଥିବା ସୁବର୍ଣ୍ଣ, କୁନ୍ଦୁରୁ ଓ ସୁଗନ୍ଧ ରସ ବାହାର କରି ତାଙ୍କୁ ଉପହାର ଦେଲେ।


ଯେଉଁ ସ୍ତ୍ରୀ ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କୁ ଏସବୁ ବିଷୟ ଜଣାଇଲେ, ସେମାନେ ହେଉଛନ୍ତି - ମଗ୍ଦଲିନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ।


ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।


ସେହି ସମୟରେ ଗାଲିଲୀର ଶାସକ ହେରୋଦ ଯୀଶୁଙ୍କ ବିଷୟରେ ଶଉଣିଲେ।


ଏଥି ପୂର୍ବରୁ ହେରୋଦ ଯୋହନଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ଓ ତାଙ୍କୁ ଶିକୁଳିରେ ବାନ୍ଧି ବନ୍ଦୀଶାଳାରେ ନିକ୍ଷେପ କରିଥିଲେ। ତାଙ୍କ ଭାଇ ଫିଲିପ୍‌ଙ୍କ ସ୍ତ୍ରୀ ହେରୋଦିଆଙ୍କ ଯୋଗୁଁ ସେ ଏହା କରିଥଲେ।


ହେରୋଦଙ୍କ ଜନ୍ମଦିନରେ ହେରୋଦିଆଙ୍କ କନ୍ୟା ଅତିଥିମାନଙ୍କ ସମ୍ମୁଖରେ ନୃତ୍ୟ କରିଥିଲା।


“ସେଦିନ ସନ୍ଧ୍ୟାବେଳେ କ୍ଷେତ ମାଲିକ ଗୁମସ୍ତାକୁ କହିଲା, ‘ମୂଲିଆମାନଙ୍କୁ ଡ଼ାକ। ଯେଉଁମାନେ ସମସ୍ତଙ୍କଠାରୁ ପଛରେ କାମ ଆରମ୍ଭ କରିଛନ୍ତି, ଆଗେ ସେମାନଙ୍କ ମଜୁରୀ ଦେଇ ଦିଅ।


ଗାଲିଲୀରୁ ଯୀଶୁଙ୍କୁ ଅନୁସରଣ କରି, ତାଙ୍କୁ ସାହାଯ୍ୟ କରିଥିବା ଅନେକ ସ୍ତ୍ରୀ ଲୋକ ଦୂରରେ ରହି ସବୁ ଦେଖୁଥିଲେ।


ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।


Swiv nou:

Piblisite


Piblisite