Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:21 - ପବିତ୍ର ବାଇବଲ (CL) NT (BSI)

21 ଯୀଶୁ ସମସ୍ତଙ୍କୁ ଚାହିଁ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋର ମା’ ଓ ଭାଇମାନେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା ଓ ଭାଇମାନେ।

Gade chapit la Kopi

ଓଡିଆ ବାଇବେଲ

21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା' ଓ ଭାଇମାନେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମାଆ ଓ ଭାଇମାନେ।”

Gade chapit la Kopi

ପବିତ୍ର ବାଇବଲ

21 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା ଓ ଭାଇମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 8:21
19 Referans Kwoze  

ତୁମ୍ଭେମାନେ ନିଜ ନିଜକୁ ପ୍ରାତାରଣା କର ନାହିଁ। ତାଙ୍କ ବାକ୍ୟ କେବଳ ଶୁଣିଲେ ଯଥେଷ୍ଟ ହୁଏ ନାହିଁ। ତାହାକୁ କାର୍ଯ୍ୟରେ ରୂପାୟିତ କର।


ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।


ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


ମୁଁ ତୁମ୍ଭମାନଙ୍କର ପିତା ହେବି, ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା, ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”


ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।


ସୁତଗଂ ଆମେ ଆଉ କାହାରିକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରୁ ନାହୁଁ। ସମୟ ଥିଲା, ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ମଧ୍ୟ ମାନବିକ ଦୃଷ୍ଟିକୋଣରୁ ବିଚାର କରୁଥିଲୁ। କିନ୍ତୁ ଏବେ ଆମେ ଆଉ ସେପରି କରୁ ନାହିୁଁ।


ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”


ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ପାଇଁ ଯାହା ସବୁ କରିଛ - ତାହା ମୋ’ ପାଇଁ କରିଛ।’


ପିତର ଏହା କହିବାବେଳେ ଗୋଟିଏ ଉଜ୍ଜଳ ମେଘ ସେମାନେ ମୁଣ୍ଡ ଉପରକୁ ଭାସି ଆସିଲାଓ ସେଥରୁ ଗେଟିଏ ସ୍ୱର ଶୁଭିଲା, “ଏ ମୋର ପ୍ରୟ ପୁତ୍ର, ଏହାଙ୍କଠାରେ ମୁଁ ଅତ୍ୟନ୍ତ ପ୍ରୀତ। ତାଙ୍କ କଥା ମନଦେଇ ଶୁଣ।”


ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୋ’ ଭାଇମାନଙ୍କୁ କୁହ, ସେମାନେ ଗାଲିଲୀକୁ ଯିବେ। ସେଠାରେ ସେମାନେ ମୋତେ ଦେଖିବେ।”


“ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣକୁ ସାହାଯ୍ୟ କରିବାକୁ ମନା କରିବାବେଳେ, ତୁମେ ମୋତେ ସାହାଯ୍ୟ କରିବାକୁ କୁଣ୍ଠିତ ହୋଇଛ।’


କେହି ଜଣେ ଯୀଶୁଙ୍କୁ କହିଲା, “ଆପଣଙ୍କର ମା’ ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି ଓ ଆପଣଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି।”


Swiv nou:

Piblisite


Piblisite