Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:18 - ପବିତ୍ର ବାଇବଲ (CL) NT (BSI)

18 “ସେଥିପାଇଁ ତୁମ୍ଭେମାନେ କିପରି ଶୁଣୁଛ, ସେ ବିଷୟରେ ସାବଧାନ ହୁଅ; କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ, କିନ୍ତୁ ଯାହାର ନାହିଁ, ତାହାର ଯାହା କିଛି ଅଛି ବୋଲି ସେ ଭାବେ, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ।

Gade chapit la Kopi

ଓଡିଆ ବାଇବେଲ

18 ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ।”

Gade chapit la Kopi

ପବିତ୍ର ବାଇବଲ

18 ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା'ଠାରୁ ଛଡ଼ାଇ ନିଆଯିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 8:18
25 Referans Kwoze  

ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେଥିରେ ସେ ପ୍ରଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।


ସେ ଉତ୍ତର ଦେଲେ, ‘ମୁଁ ତୁମ୍ଭମାନଙ୍କୁ କହୁଛି; ଯାହାର ଅଛି, ତାକୁ ଆହୁରି ଅଧିକ ଦିଆଯିବ; କିନ୍ତୁ ଯାହାର ନାହିଁ, ତା’ର ଅଳ୍ପ ଯାହା ଅଛି, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।


କାରଣ ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେ ପ୍ରାଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।


ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।


ଆମେ ଯେପରି ସତ୍ୟରୁ ବିଚ୍ୟୁତ ନ ହେଉ, ଏଥିପାଇଁ ଆମେ ଶୁଣିବା ସତ୍ୟବାଣୀରେ ଦୃଢ଼ ହୋଇ ରହିବା ଉଚିତ।


ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ନିଜକୁ ଜଣେ ଭାବବାଦୀ କିମ୍ବା ଆତ୍ମିକ ଦାନପ୍ରାପ୍ତ ବ୍ୟକ୍ତି ବୋଲି ଭାବେ, ସେ ଜାଣୁ ଯେ, ଏଠାରେ ମୁଁ ଯାହାସବୁ ଲେଖିଛି, ତାହା ପ୍ରଭୁଙ୍କ ଆଦେଶ।


ଯଦି କେହି କୁହେ ଯେ, ସେ କିଛି ଜାଣେ, ବାସ୍ତବରେ ଯାହା ଜାଣିବା ଦରକାର, ତାହା ସେ ଜାଣେ ନାହିଁ।


କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,


ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।


ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।


ତେଣୁ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ ଡକାଇଲି ଓ ଆପଣ ଦୟା କରି ଆସିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଶୁଣିବାକୁ ଆମେ ସମସ୍ତେ ବର୍ତ୍ତମାନ ଈଶ୍ୱରଙ୍କ ସାନ୍ନିଧ୍ୟରେ ଉପସ୍ଥିତ ଅଛୁ।”


“ମୁଁ ତୁମ୍ଭମାନଙ୍କୁ ଯାହା କହୁବାକୁ ଯାଉଛି, ତାହା ଭୁଲିଯାଅ ନାହିଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି।”


ଅବଶ୍ୟ ସେ ସବୁ ଉପରେ ଆସ୍ଥା ରଖିବା ମୋ’ ପକ୍ଷରେ ଯଥାର୍ଥ ହୁଅନ୍ତା। ଯଦି କେହି ବାହ୍ୟିକ ରୀତିନୀତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇପାରେ, ସେପରି କରିବା ପାଇଁ ମୋର ଯଥେଷ୍ଟ କାରଣ ଅଛି।


“ତୁମେ ସେହି ‘ଧ୍ୱଂସକାରୀ ଅଶୁଚି ବସ୍ତୁକୁ ଦେଖିବ - ଯେଉଁଠାରେ ତାହାର ରହିବା ଅନୁଚିତ, ସେଇଠି ତାକୁ ଦେଖିବ” - (ପାଠକ ଏକଥା ବୁଝିବାକୁ ଚେଷ୍ଟା କରନ୍ତୁ) “ସେତେବେଳେ ଯିହୂଦାର ଅଧିବାସୀମାନେ ପର୍ବତ ଉପରକୁ ପଳାଇ ଯାଆନ୍ତୁ।


Swiv nou:

Piblisite


Piblisite