Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:16 - ପବିତ୍ର ବାଇବଲ (CL) NT (BSI)

16 “କେହି ଦୀପ ଜାଳି ତାକୁ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ, ଅବା ଖଟ ତଳେ ରଖେ ନାହିଁ; ସେ ତାକୁ ଦୀପରୁଖା ଉପରେ ରଖେ। ତାହାହେଲେ ଘର ଭିତରକୁ ଆସିବା ଲୋକେ ଆଲୁଅ ଦେଖିପାରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କେହି ପ୍ରଦୀପ ଜାଳି ପାତ୍ର ଦ୍ଵାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ଵା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।

Gade chapit la Kopi

ଓଡିଆ ବାଇବେଲ

16 କେହି ଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 “କେହି ଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।

Gade chapit la Kopi

ପବିତ୍ର ବାଇବଲ

16 “କେହି କେବେ ଦୀପଟିଏ ହାଣ୍ଡିତଳେ ଘୋଡ଼େଇ ରଖିବା ପାଇଁ ବା ଖଟ ତଳେ ଲୁଚେଇ ରଖିବା ପାଇଁ ଜଳେଇ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୂଖା ଉପରେ ରଖେ। ତାହାହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସେମାନେ ଦେଖି ପାରିବା ପାଇଁ ଯଥେଷ୍ଟ ଆଲୁଅ ପାଇବେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:16
9 Referans Kwoze  

“କେହି ଦୀପ ଜାଳି ତାକୁ ଲୁଚାଏ ନାହିଁ କିମ୍ବା ଗୋଟିଏ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ; ବରଂ ସେ ତାକୁ ଦୀପରୁଖା ଉପରେ ରଖେ, ଯେପରି ଘର ଭିତରକୁ ଆସିବା ଲୋକେ ଆଲୋକ ଦେଖି ପାରିବେ।


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।


ସେହି ଦୁଇ ସାକ୍ଷୀ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇଟି ଜୀତ ବୃକ୍ଷ ଓ ଦୁଇଟି ପ୍ରଦୀପ ସଦୃଶ।


ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।


Swiv nou:

Piblisite


Piblisite