Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:15 - ପବିତ୍ର ବାଇବଲ (CL) NT (BSI)

15 ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି।

Gade chapit la Kopi

ଓଡିଆ ବାଇବେଲ

15 ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି।”

Gade chapit la Kopi

ପବିତ୍ର ବାଇବଲ

15 ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:15
40 Referans Kwoze  

ଈଶ୍ୱରଙ୍କ ଇଚ୍ଛା ସାଧନ କରି, ଯାହା ସେ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ତାହା ପାଇବା ଅ।ଶାରେ ଧୈର୍ଯ୍ୟ ଧରି ରୁହ।


ଧାର୍ମିକ ଲୋକ ନିଜ ହୃଦୟରେ ସଞ୍ଚିତ ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରି ଆଣେ ଏବଂ ଅଧାର୍ମିକ ଲୋକ ତା’ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ। କାରଣ ହୃଦୟ ଯେଉଁ ବିଷୟରେ ପୂର୍ଣ୍ଣ, ମୁଖ ତାହା ପ୍ରକାଶ କରେ।


ଈଶ୍ୱରଙ୍କ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆମେ ନିଶ୍ଚିତଭାବେ ତାଙ୍କୁ ଜାଣି ପାରିବା।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।


“ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ।


କିନ୍ତୁ ଯୀଶୁ ଉତ୍ତର ଦେଲେ, “ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ତାହା ପାଳନ କରନ୍ତି, ସେମାନେ କେଡ଼େ ଧନ୍ୟ।”


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।


ମୁଁ ଯେପରି ମୋ’ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ, ମୋ’ ପ୍ରେମରେ ସ୍ଥିର ହୋଇ ରହିବ।


କିନ୍ତୁ ଯେ କେହି ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ, ସେ ପରିତ୍ରାଣ ପାଇବ।


ଆମେ ଯେପରି ସତ୍ୟରୁ ବିଚ୍ୟୁତ ନ ହେଉ, ଏଥିପାଇଁ ଆମେ ଶୁଣିବା ସତ୍ୟବାଣୀରେ ଦୃଢ଼ ହୋଇ ରହିବା ଉଚିତ।


କାରଣ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ। ଏହା ତୁମ ନିଜ ପ୍ରଚେଷ୍ଟାର ଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଦାନ ଅଟେ। ତେଣୁ ଏ ବିଷୟରେ କେହି ଦର୍ପ କରିପାରିବ ନାହିଁ।


ଅସୁନ୍ନତ ଲୋକ ଯଦି ଈଶ୍ୱରଙ୍କ ଆହ୍ୱାନ ପାଏ, ସେ ଆଉ ସୁନ୍ନତ ନ ହେଉ, କାରଣ ସୁନ୍ନତ ହେବା ବା ନ ହେବାରେ କିଛି ମୂଲ୍ୟ ନାହିଁ। ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ଆଦେଶ ପାଳନ କରିବା।


ମୁଁ ଜାଣେ, ମୋ' ଭିତରେ ଅର୍ଥାତ୍ ମୋର ମାନବ ପ୍ରକୃତିରେ କୌଣସି ଉତ୍ତମତା ନାହିଁ, କାରଣ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା ଥିଲେ ସୁଦ୍ଧା ତା’ କରିପାରେ ନାହିଁ।


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


କୁମେ ଶେଷ ପର୍ଯ୍ୟନ୍ତ ସହିଷ୍ଠ ହୋଇ ରହିଲେ, କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓଔ ସମ୍ପୁର୍ଣ୍ଣ ହେବ।


ଯେଉଁମାନେ ବାର୍ତ୍ତା ଶୁଣନ୍ତି, କିନ୍ତୁ ସାଂସାରିକ ଚିନ୍ତା, ଧନ ସମ୍ପତ୍ତି ଓ ଭୋଗ ବିଳାସରେ ମଜ୍ଜି ରହନ୍ତି, ସେମାନେ କଣ୍ଟା ବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରି ପାରନ୍ତି ନାହିଁ।


“କେହି ଦୀପ ଜାଳି ତାକୁ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ, ଅବା ଖଟ ତଳେ ରଖେ ନାହିଁ; ସେ ତାକୁ ଦୀପରୁଖା ଉପରେ ରଖେ। ତାହାହେଲେ ଘର ଭିତରକୁ ଆସିବା ଲୋକେ ଆଲୁଅ ଦେଖିପାରନ୍ତି।


କିନ୍ତୁ ଆମେ ଯଦି ଅଦୃଶ୍ୟ ବିଷୟ ପାଇଁ ଭରସା କରୁ, ତେବେ ଆମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ପଡ଼ିବ।


Swiv nou:

Piblisite


Piblisite