Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:12 - ପବିତ୍ର ବାଇବଲ (CL) NT (BSI)

12 ଯେଉଁମାନେ କେବଳ ଶୁଣନ୍ତି; ସେମାନେ ବାଟରେ ବୁଣାଯାଉଥିବା ବିହନ ପରି - ଶୟତାନ ଆସି ସେମାନଙ୍କ ହୃଦୟରୁ ଈଶ୍ୱରଙ୍କ ବାର୍ତ୍ତା କାଢ଼ି ନେଇଯାଏ, ତେଣୁ ସେମାନେ ବିଶ୍ୱାସ କରି ପରିତ୍ରାଣ ପାଇପାରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ଵାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ହରଣ କରିନିଏ।

Gade chapit la Kopi

ଓଡିଆ ବାଇବେଲ

12 ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥି ନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ।

Gade chapit la Kopi

ପବିତ୍ର ବାଇବଲ

12 ଯେଉଁ ବୀଜ ରାସ୍ତା କଡ଼ରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନେଇଯାଏ। ତେଣୁ ସେହି ଲୋକମାନେ ବିଶ୍ୱାସ କରି ନ ପାରି ଉଦ୍ଧାର ପାଆନ୍ତି ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:12
13 Referans Kwoze  

ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ବାଟରେ ପଡ଼ିଥିବା ବୀଜ ପରି ସେହି ବାର୍ତ୍ତାକୁ କେତେ ଲୋକ ଗ୍ରହଣ କରନ୍ତି। କିନ୍ତୁ ସେମାନେ ଶୁଣିବା ମାତ୍ରେ ଶୟତାନ ତାହା ହରଣ କରିନିଏ।


ଯେଉଁମାନେ ସ୍ୱର୍ଗରାଜ୍ୟର ବାର୍ତ୍ତା ଶୁଣନ୍ତି, ସେମାନଙ୍କ ହୃଦୟରୁ ଶୟତାନ ତାହା କାଢ଼ି ନେଇ ଯାଇଥାଏ। ଗସ୍ତା କଡ଼ରେ ପଡ଼ିଥିବା ବିହନର ଏହା ହେଉଛି ତାତ୍ପର୍ଯ୍ୟ।


“ଥରେ ଜଣେ ଲୋକ ବିହନ ବୁଣିବାକୁ ଗଲା। ସେ କ୍ଷେତରେ ବିହନ ବୁଣିବା ସମୟରେ କେତେକ ବାଟ କଡ଼ରେ ପଡ଼ିଲା। ସେଗୁଡ଼ିକ ପାଦରେ ଦଳି ହୋଇଗଲା ଓ ପକ୍ଷୀମାନେ ଖାଇଗଲେ।


ସେ କ୍ଷେତରେ ବିହନ ବୁଣିବାବେଳେ କେତେକ ବୀଜ ରାସ୍ତାଧାରରେ ପଡ଼ିଯିବାରୁ ପକ୍ଷୀମାନେ ଆସି ସେଗୁଡ଼ିକ ଖାଇଗଲେ।


ଯୀଶୁ ଦୃଷ୍ଟାନ୍ତର ଅର୍ଥ ବୁଝାଇ କହିଲେ, “ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ।


ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।


Swiv nou:

Piblisite


Piblisite