Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:9 - ପବିତ୍ର ବାଇବଲ (CL) NT (BSI)

9 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ। ସେ ବୁଲିପଡ଼ି ତାଙ୍କ ପଛରେ ଆସୁଥିବା ଜନତାଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଇଶ୍ରାୟେଲ ଲୋକମାନଙ୍କ ମଧ୍ୟରେ ସୁଦ୍ଧା ମୁଁ ଏପରି ବିଶ୍ୱାସ ଦେଖି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯୀଶୁ ଏସମସ୍ତ କଥା ଶୁଣି ତାଙ୍କ ବିଷୟରେ ଚମତ୍କୃତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକସମୂହକୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ସୁଦ୍ଧା ଏଡ଼େ ବଡ଼ ବିଶ୍ଵାସ ପାଇ ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

9 ଯୀଶୁ ଏହା ଶୁଣିସାରି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡ଼କୁ ବୁଲି ପଡ଼ି କହିଲେ”ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ୱାସ ମୋତେ ଇସ୍ରାଏଲରେ ମଧ୍ୟ ମିଳି ନାହିଁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 7:9
9 Referans Kwoze  

ଯୀଶୁ ତା’ କଥାର ଉତ୍ତର ଦେଇ କହିଲେ, “ତୁମେ ଜଣେ ଦୃଡ଼ ବିଶ୍ୱାସିନୀ। ତୁମ ଇଚ୍ଛା ପୂର୍ଣ୍ଣ ହେବ।” ସେହି ମୁହୂର୍ତ୍ତରେ ତା’ର ଝିଅ ସୁସ୍ଥ ହେଲା।


ଯୀଶୁ ଏହା ଶୁଣି ଆଶ୍ଚଯ୍ୟ ହେଲେ ଓ ତାଙ୍କ ଅନୁସରଣକାରୀମାନଙ୍କୁ କହିଲେ, “ମୁଁ ସତ କହୁଛି, ଇଶ୍ରାୟେଲର କୌଣସି ଲୋକଠାରେ ଏ ଲୋକ ପରି ବିଶ୍ୱାସ ମୁଁ ଦେଖି ନାହିଁ।


ଯୀଶୁ ତା’ ଦେହରୁ ଭୂତଟିକୁ ବାହାର କରି ଦେବା ମାତ୍ର ସେ କଥା କହିବାକୁ ଲାଗିଲା। ସମସ୍ତେ ଆଶ୍ଚଯ୍ୟ ହୋଇ କହିଲେ, “ଇଶ୍ରାୟେଲ ଦେଶରେ ଆମେ ଏଭଳି କାର୍ଯ୍ୟ କେବେ ଦେଖି ନ ଥିଲୁ।”


ମୁଁ ମଧ୍ୟ ଉପରିସ୍ଥ କର୍ମଚାରୀମାନଙ୍କ ଅଧୀନରେ କାମ କରେ ଓ ମୋର ଅଧୀନରେ ସୈନ୍ୟମାନେ ଅଛନ୍ତି। ମୁଁ ଜଣକୁ ଆଦେଶ ଦିଏ ‘ଯାଅ!’ ଓ ସେ ଯାଏ; ପୁଣି ଆଉ କାହାକୁ ଆଦେଶ ଦିଏ, ‘ଆସ!’ ସେ ଆସେ; ମୋର କ୍ରୀତଦାସକୁ ଆଦେଶ ଦିଏ, ‘ଏହା କର!’ ସେ ତାହା କରେ।’


ଖବର ଆଣିଥିବା ଲୋକମାନେ ସେନାଧ୍ୟକ୍ଷଙ୍କ ଘରକୁ ଯାଇ ଦେଖିଲେ ଯେ ତାଙ୍କ ଦାସଟି ସୁସ୍ଥ ହୋଇ ଯାଇଛି।


କିନ୍ତୁ ଯୀଶୁ ସେହି ସ୍ତ୍ରୀ ଲୋକକୁ କହିଲେ, “ତୋର ବିଶ୍ୱାସ ତୋତେ ରକ୍ଷା କରିଛି, ଶାନ୍ତିରେ ଯା।”


Swiv nou:

Piblisite


Piblisite