Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:44 - ପବିତ୍ର ବାଇବଲ (CL) NT (BSI)

44 ଯୀଶୁ କହିଲେ, “ତୁମେ ଠିକ୍ କହିଛ।” ତା’ପରେ ସେହି ସ୍ତ୍ରୀ ଆଡ଼କୁ ଅନାଇ ଶିମୋନକୁ କହିଲେ, “ତୁମେ ଏହି ସ୍ତ୍ରୀ ଲୋକଟିକୁ ଦେଖି ପାରୁଛ ତ? ମୁଁ ତୁମ ଘରକୁ ଆସିଲି କିନ୍ତୁ ତୁମେ ମୋର ଗୋଡ଼ ଧୋଇବା ପାଇଁ ପାଣି ସୁଦ୍ଧା ଦେଲ ନାହିଁ। କିନ୍ତୁ ସେ ତା’ର ଆଖି ଲୁହରେ ମୋର ଗୋଡ଼ ଧୋଇ ଦେଇ ତା’ର କେଶରେ ପୋଛି ଦେଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକି ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋʼ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଅଶ୍ରୁଜଳରେ ମୋର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।

Gade chapit la Kopi

ଓଡିଆ ବାଇବେଲ

44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।

Gade chapit la Kopi

ପବିତ୍ର ବାଇବଲ

44 ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 7:44
11 Referans Kwoze  

ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।


ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ।


ତାଙ୍କ ପଛରେ ପାଦ ପାଖରେ ଠିଆ ହୋଇ କାନ୍ଦି କାନ୍ଦି ତା’ର ଲୁହରେ ଯୀଶୁଙ୍କ ପାଦ ଧୋଇ ଦେଲା। ତା’ପରେ ତାଙ୍କର ଦୁଇ ପାଦକୁ ତା’ର କେଶରେ ପୋଛିଦେଲା, ପାଦ ଦୁଇଟିକୁ ଚୁମ୍ବନ କଲା ଓ ସେଥିରେ ସୁଗନ୍ଧି ତୈଳ ଢ଼ାଳିଲା।


ଶିମୋନ ଉତ୍ତର ଦେଇ କହିଲା, “ମୁଁ ମନେକରେ, ଯାହାର ଅଧିକ ଋଣ ଛାଡ଼ ହେଲା, ସେ।”


ତା’ପରେ ପାତ୍ରରେ କିଛି ଜଳ ଢାଳି ଶିଷ୍ୟମାନଙ୍କ ପାଦ ଧୋଇଦେଲେ ଏବଂ ଗାମୁଛାରେ ପୋଛିବାକୁ ଲାଗିଲେ।


Swiv nou:

Piblisite


Piblisite