Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:16 - ପବିତ୍ର ବାଇବଲ (CL) NT (BSI)

16 ସେମାନେ ସମସ୍ତେ ଭୟଭୀତ ହେଲେ ଓ ଈଶ୍ୱରଙ୍କ ପ୍ରଶଂସା କଲେ। ସେମାନେ କହିଲେ, “ଜଣେ ମହାନ୍ ଭାବବାଦୀ ଆମ ମଧ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି! ଈଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆସିଛନ୍ତି!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏଥିରେ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ଵର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

16 ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 7:16
31 Referans Kwoze  

ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”


ଲୋକେ ଏହା ସେଖି ଶଙ୍କିତ ହେଲେ। କିନ୍ତିୁ କନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।


“ଆସ, ଆମେ ଇଶ୍ରାୟେଲର ପ୍ରଭୁ ଈଶ୍ୱରଙ୍କର ପ୍ରଶଂସା କରିବା। ସେ ତାଙ୍କ ଲୋକମାନଙ୍କର ମୁକ୍ତି ପାଇଁ ସାହାଯ୍ୟ କରିବାକୁ ଆସିଛନ୍ତି।


ସେମାନେ ସମସ୍ତେ ବିସ୍ମିତ ହେଲେ ଓ ଭୟରେ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “କେଡ଼େ ଆଶ୍ଚର୍ଯ୍ୟ ବିଷୟ ସବୁ ଆଜି ଦେଖିଲୁ।”


ମେଷପାଳକମାନେ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେ ସମସ୍ତ ବିଷୟ ପାଇଁ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ବାହୁଡ଼ି ଗଲେ। ଦୂତଙ୍କ କହିବା ଅନୁଯାୟୀ ଠିକ୍ ସବୁ ଘଟିଯାଇଛି ବୋଲି ସେମାନେ ଜାଣିଲେ।


ପ୍ରତିବାସୀମାନେ ସମସ୍ତେ ଭୟଭୀତ ହେଲେ ଏବଂ ଏହି ସବୁ ଘଟଣାର ସମ୍ବାଦ ପାର୍ବତ୍ୟ ଯିହୂଦା ଦେଶର ଚତୁର୍ଦ୍ଦିଗରେ ବ୍ୟାପିଗଲା।


ଲୋକେ ପଚାରିଲେ, “ସେ କିଏ?” ଅନ୍ୟମାନେ ଉତ୍ତର ଦେଲେ, “ସେ ହେଉଛନ୍ତି, ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।”


ମୂକ କଥା କହିବା, ବିକଳାଙ୍ଗ ସୁସ୍ଥ ହେବା, ପଙ୍ଗୁ ଚାଲିବା ଓ ଅନ୍ଧ ଦୃଷ୍ଟି ଲାଭ କରିବା ଦେଖି ଲୋକେ ବିସ୍ମୟାଭିଭୂତ ହେଲେ ଏବଂ ଇଶ୍ରାୟେଲର ଈଶ୍ୱରଙ୍କୁ ପ୍ରଶଂସା କଲେ।


ସେଥିଯୋଗୁଁ ସେମାନେ ମୋ’ ନିମନ୍ତେ ଈଶ୍ୱରଙ୍କ ପ୍ରଶଂସା କରିଥିଲେ।


ହନନୀୟ ଏହି କଥା ଶୁଣିବାକ୍ଷଣି ତଳେ ପଡ଼ି ପ୍ରାଣ ହରାଇଲା; ଆଉ ଯେଉଁମାନେ ଏହି କଥା ଶୁଣିଲେ, ମୋନେ ସମସ୍ତେ ଭୟଭୀତ ହେଲେ।


ଫାରୁଶୀମାନେ ଲୋକଟିକୁ ପୁନର୍ବାର ପଚାରିଲେ, “ତୁ କହୁଛୁ, ସେ ତୋତେ ଦୃଷ୍ଟି ଦେଇଛନ୍ତି; ଆଚ୍ଛା, ତାଙ୍କ ବିଷୟରେ ତୁ କ’ଣ କହୁଛୁ?” ଲୋକଟି କହିଲା, “ସେ ଜଣେ ଭାବବାଦୀ।”


ଯୀଶୁଙ୍କ ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, “ଯେଉଁ ଭାବବାଦୀ ଜଗତକୁ ଆସବାର ଥିଲା, ଏ ନିଶ୍ଚୟ ସେହି।”


ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ମୁଁ ଜାଣିପାରୁଛି, ଆପଣ ଜଣେ ଭାବବାଦୀ।


“ଆପଣ ଯଦି ମସୀହ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତେବେ କାହିଁକି ଜଳଦୀକ୍ଷା ଦେଉଛନ୍ତି?”


ସେମାନେ ପୁଣି ତାଙ୍କୁ ପ୍ରଶ୍ନ କଲେ, “ତେବେ ଆପଣ କିଏ? ଆପଣ କ’ଣ ଏଲୀୟ?” ଯୋହନ ‘ନାହିଁ’ କରିବାରୁ ସେମାନେ ଆଉ ଥରେ ପଚାରିଲେ, “ଆମେ ଯେଉଁ ଭାବବାଦୀଙ୍କୁ ପ୍ରତୀକ୍ଷା କରୁଛୁ, ଆପଣ କ’ଣ ସେହି?”


“କେଉଁ ଘଟଣା”? ସେ ପଚାରିଲେ। ସେମାନେ ଉତ୍ତର ଦେଲେ, “ନାଜରିତର ଯୀଶୁଙ୍କ ପ୍ରତି ଯାହା ସବୁ ଘଟିଲା। ସେ ଜଣେ ଭାବବାଦୀ ଥିଲେ। ଈଶ୍ୱରଙ୍କ ଦୃଷ୍ଟିରେ ଓ ଲୋକମାନଙ୍କ ବିଚାରରେ ସେ ଜଣେ ଅତି ଶକ୍ତିଶାଳୀ ବ୍ୟକ୍ତି ଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଓ କଥାରୁ ଏହା ଜଣାପଡ଼ୁଥିଲା।


ସେମାନେ ଉତ୍ତର ଦେଲେ, “କେହି କେହି କହନ୍ତି, ଆପଣ ଦ୍ରାକ୍ଷାଲତା ଯୋହନ; ଅନ୍ୟମାନେ କହନ୍ତି, ଆପଣ ଏଲିୟ; ଆଉ ଅନ୍ୟମାନେ କହନ୍ତି ଯେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଜୀବନ ଲାଭ କରିଛନ୍ତି।”


ତା’ପରେ ସେ ସ୍ଥାନର ଲୋକମାନେ ଯୀଶୁଙ୍କୁ ସେଠାରୁ ଚାଲିଯିବା ପାଇଁ କହିଲେ, କାରଣ ସେମାନେ ବଡ଼ ଆତଙ୍କିତ ହୋଇଥିଲେ। ତେଣୁ ଯୀଶୁ ନୌକାରେ ଚଢ଼ି ଚାଲିଗଲେ।


ଏ ଘଟଣା ଦେଖି ଶିମୋନ ପିତର ଯୀଶୁଙ୍କ ଆଗରେ ଆଣ୍ଠୁପାତି କହିଲେ, “ପ୍ରଭୁ, ମୋ’ଠାରୁ ଚାଲିଯା’ନ୍ତୁ! ମୁଁ ଜଣେ ପାପୀ।”


ଏହା ଶୁଣି ସେମାନେ ତୁରନ୍ତ କବର ଛାଡ଼ି ଶିଷ୍ୟମାନଙ୍କ ନିକଟକୁ ଦୌଡ଼ିଗଲେ। ଭୟଭୀତ ହୋଇଥିଲେ ସୁଦ୍ଧା, ସେମାନେ ମନରେ ଅପାର ଆନନ୍ଦ ଅନୁଭବ କରୁଥିଲେ।


ମୋଶା ନିଜେ ଇଶ୍ରାୟେଲର ଲୋକମାନଙ୍କୁ କହିଥିଲେ, ‘ଈଶ୍ୱର ମୋତେ ଯେପରି ପଠାଇଲେ, ସେପରି ତୁମ୍ଭମାନଙ୍କ ନିକଟକୁ ଜଣେ ଭାବବାଦୀ ପଠାଇବେ - ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ।’


ସେମାନେ ତୋତେ ଓ ତୋର ପାଚେରୀ ମଧ୍ୟରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବେ; ସେମାନେ ଗୋଟିଏ ପଥର ସୁଦ୍ଧା ତା’ ସ୍ଥାନରେ ଛାଡ଼ିବେ ନାହିଁ, କାରଣ ଈଶ୍ୱର ଯେଉଁ ସମୟରେ ତୋତେ ରକ୍ଷା କରିବାକୁ ଆସିଥିଲେ, ତୁ ସେହି ସମୟ ଜାଣି ପାରିଲୁ ନାହିଁ!”


ମୃତ ଲୋକଟି ଉଠି ବସିଲା ଓ କଥା କହିବାକୁ ଲାଗିଲା ଏବଂ ଯୀଶୁ ତାକୁ ତା’ର ମା’ଙ୍କ ହାତରେ ସମର୍ପଣ କଲେ।


Swiv nou:

Piblisite


Piblisite