Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:25 - ପବିତ୍ର ବାଇବଲ (CL) NT (BSI)

25 “ହାୟ! ପରିତୃପ୍ତ ବ୍ୟକ୍ତିମାନେ, ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର! ତୁମ୍ଭେମାନେ କ୍ଷୁଧାତୁର ହେବ। “ହାୟ ଯେଉଁମାନେ ବର୍ତ୍ତମାନ ହସୁଛ, ତୁମ୍ଭମାନଙ୍କର ହାସ୍ୟରୋଳ କ୍ରନ୍ଦନ ଓ ଶୋକରେ ପରିଣତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ହାୟ, ଦଣ୍ତର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ। ହାୟ, ଦଣ୍ତର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଶୋକ ଓ ରୋଦନ କରିବ।

Gade chapit la Kopi

ଓଡିଆ ବାଇବେଲ

25 ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ । ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ। ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ।

Gade chapit la Kopi

ପବିତ୍ର ବାଇବଲ

25 ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭେମାନେ ଭୋକିଲା ହେବ। ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 6:25
33 Referans Kwoze  

ତୁମ୍ଭମାନଭ୍କ ହର୍ଷ ବିଷାଦରେ ପରିଣତ ହେଉ; ତୁମ୍ଭମାନଙ୍କ ଆନନ୍ଦ ନିରାନ୍ଦରେ ପରିଣତ ହେଉ।


ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।


‘ସମସ୍ତ ଶାନ୍ତି ଓ ନିରାପଦ’ ବୋଲି ଲୋକମାନେ କହି ନିଶ୍ଚିନ୍ତ ଥିବା ସମୟରେ ଅକସ୍ମାତ ସେମାନଙ୍କ ଉପରକୁ ବିପତ୍ତି ମାଡ଼ି ଆସିବ। ଗର୍ଭବତୀ ନାରୀର ପ୍ରସବ ବେଦନା ପରି ତାହା ଅନପେକ୍ଷିତ ଭାବରେ ହଠାତ୍ ଆସି ଉପସ୍ଥିତ ହେବ ଏବଂ କେହି ତା’ ସମ୍ମୁଖରୁ ପଳାଇ ଯାଇ ପାରିବେ ନାହିଁ।


ତୁମ୍ଭମାନଙ୍କ ପକ୍ଷରେ ଅଶ୍ଲୀଳ ଭାଷା, କୁତ୍ସିତ ଗଳ୍ପ ବା ଅସାର କଥା ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ। ବରଂ ତୁମ କଥାବାର୍ତ୍ତାରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଅ।


ତୁମ୍ଭେମାନେ ଯେତେବେଳେ ଅବ୍ରାହାମ, ଯିସାହକ, ଯାକୁବ ଓ ସମସ୍ତ ଭାବବାଦୀମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଦେଖିବ, ଅଥଚ ତୁମ୍ଭେମାନେ ବିତାଡ଼ିତ ହୋଇଥିବ, ସେତେବେଳେ କ୍ରନ୍ଦନ କରି ଦାନ୍ତ ରଗଡ଼ିବ!


କିନ୍ତୁ ଈଶ୍ୱର ତାକୁ କହିଲେ, ‘ରେ ମୂର୍ଖ! ଆଜି ରାତିରେ ଯଦି ତୋର ମୃତ୍ୟୁ ହୁଏ, ତେବେ ତୁ ନିଜ ପାଇଁ ଯାହା ସଞ୍ଚୟ କରିଛୁ, ସେସବୁ କିଏ ପାଇବ?”


ତାଙ୍କ କଥାରେ ସେମାନେ ସମସ୍ତେ କିହଲେ, କାରଣ ଝିଅଟି ମରିଯାଇଛି ବୋଲି ସେମାନେ ଜାଣିଥିଲେ।


“ହାୟ ଧାର୍ମିକ ବୃନ୍ଦ! ବର୍ତ୍ତମାନ ତୁମ୍ଭେମାନେ ସୁଖ ଭୋଗ କରୁଛ! କିନ୍ତୁ ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର!


“ହାୟ! ଯଦି ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତି, ତୁମ୍ଭମାନଙ୍କ ଦଶା ମଧ୍ୟ ଭୟଙ୍କର ହେବ, କାରଣ ସେମାନଙ୍କ ପୂର୍ବପୁରୁଷମାନେ ଶଠ ଭାବବାଦୀମାନଙ୍କର ମଧ୍ୟ ସେହିପରି ପ୍ରଶଂସା କରୁଥିଲେ।


Swiv nou:

Piblisite


Piblisite