Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:21 - ପବିତ୍ର ବାଇବଲ (CL) NT (BSI)

21 “ହେ କ୍ଷୁଧାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ପରିତୃପ୍ତ ହେବ! “ହେ ଶୋକାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ଉତ୍ଫୁଲ୍ଲ ହେବ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ।

Gade chapit la Kopi

ଓଡିଆ ବାଇବେଲ

21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ । ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ।

Gade chapit la Kopi

ପବିତ୍ର ବାଇବଲ

21 ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ, କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 6:21
56 Referans Kwoze  

ଯୀଶୁ କହିଲେ: “ମୁଁ ସେହି ଜୀବନଦାୟୀ ଆହାର। ଯେ ମୋ’ ନିକଟକୁ ଆସେ, ସେ ଆଉ କ୍ଷୁଧିତ ହେବ ନାହିଁ। ଯେ ମୋତେ ବିଶ୍ୱାସ କରେ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ।


ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରିବାକୁ ଯେଉଁମାନଙ୍କର ଏକାନ୍ତ ଆକାଂକ୍ଷା, ସେମାନେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସନ୍ତୁଷ୍ଟ କରିବେ।


ଯେଉଁ ବ୍ୟକ୍ତି ଦୁଃଖକଷ୍ଟରେ ସହିଷ୍ଣୁ ରହେ, ସେ ଧନ୍ୟ; କାରଣ ଏଭଳି ପରୀକ୍ଷଶରେ ଜୟଯୁକ୍ତ ହେଲେ, ଈଶ୍ୱର ତାଙ୍କ ଭକ୍ତମାନଙ୍କୁ ଯେଉଁ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ସେ ତାହା ପୁସ୍କାର ସ୍ୱରୂପ ପାଇବ।


ସେ କ୍ଷୁଧିତମାନଙ୍କୁ ଉତ୍ତମ ଆହାରରେ ପୂର୍ଣ୍ଣ କରିଛନ୍ତି ଓ ଧନୀମାନଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେଇଛନ୍ତି।


ଶୋକସନ୍ତପ୍ତ ଲୋକେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।


ସେମାନେ ଆଉ କଦାପି କ୍ଷୁଧିତ ହେବେ ନାହିଁ, ସୂର୍ଯ୍ୟତାପ କିଅବା ଅନ୍ୟ କୌଣସି ଉତ୍ତାପ ସେମାନଙ୍କୁ ଦଗ୍ଧ କରିପାରିବ ନାହିଁ।


“ହାୟ! ପରିତୃପ୍ତ ବ୍ୟକ୍ତିମାନେ, ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର! ତୁମ୍ଭେମାନେ କ୍ଷୁଧାତୁର ହେବ। “ହାୟ ଯେଉଁମାନେ ବର୍ତ୍ତମାନ ହସୁଛ, ତୁମ୍ଭମାନଙ୍କର ହାସ୍ୟରୋଳ କ୍ରନ୍ଦନ ଓ ଶୋକରେ ପରିଣତ ହେବ।


ଆମେ ଏବେ ମଧ୍ୟ କ୍ଷୁଧିତ, ତୃଷାର୍ତ୍ତ, ଛିନ୍ନ ବସ୍ତ୍ର ପରିହିତ, ପ୍ରହାରିତ ଓ ବାସହୀନ।


ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”


ପୁଣି ସ୍ୱର୍ଗ ସିଂହାସନରୁ ଗୋଟିଏ ବାଣୀ ଉଚ୍ଚାରିତ ହେଲା: “ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ; ସେ ସେମାନଙ୍କ ସଙ୍ଗରେ ବାସ କରିବେ ଏବଂ ସେମାନେ ତାଙ୍କ ନିଜର ଲୋକ ହେବେ। ଈଶ୍ୱର ସେମାନଙ୍କ ସହିତ ବାସ କରିବେ ଓ ସେମାନଙ୍କର ଈଶ୍ୱର ହେବେ।


ସୁତରାଂ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ପ୍ରକାର ଦୁର୍ବଳତା, ଅପମାନ, କ୍ଳେଶ, ନିର୍ଯ୍ୟାତନା ଓ ଆପଦ ବିପଦ ମୁଁ ଖୁସିରେ ବରଣ କରେ, କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ଶକ୍ତିମାନ୍।


ଅତ୍ୟଧିକ ପରିଶ୍ରମ କରିଛି ଓ ଦୁଃଖକଷ୍ଟ ଭୋଗ କରିଛି, ଅନଦ୍ରା ଓ କ୍ଷୁଧା ତୃଷାରେ ଅନେକ ଦିନ କଟାଇଛି, ଉପଯୁକ୍ତ ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନର ଅଭାବରେ ଅନେକ କଷ୍ଟ ସହିଛି।


ଆମେ ଶୋକାର୍ତ୍ତ ହୋଇ ସୁଦ୍ଧା ସର୍ବଦା ଉଲ୍ଲସିତ। ଆମେ ଦରିଦ୍ର ପରି ମନେହୁଏ, କିନ୍ତୁ ବାସ୍ତବରେ ଆମେ ସବୁ କରିଛିର ଅଧିକାରୀ।


ଯୀଶୁ କାନ୍ଦିଲେ।


ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ: “ହେ ଦୀନହୀନମାନେ, ତୁମ୍ଭେମାନେ ଧନ୍ୟ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର!


“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!


Swiv nou:

Piblisite


Piblisite