Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:12 - ପବିତ୍ର ବାଇବଲ (CL) NT (BSI)

12 ଏହା ପରେ ଦିନେ ଯୀଶୁ ଏକ ପାହାଡ଼ ଉପରକୁ ପ୍ରାର୍ଥନା କରିବାକୁ ଗଲେ ଓ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି ସମସ୍ତ ରାତ୍ରି ବିତାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ।

Gade chapit la Kopi

ଓଡିଆ ବାଇବେଲ

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସାରା ରାତ୍ରି ବିତାଇଲେ।

Gade chapit la Kopi

ପବିତ୍ର ବାଇବଲ

12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 6:12
23 Referans Kwoze  

ଯେଉଁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାଙ୍କ ନିକଟରେ ଯୀଶୁ ଇହଜୀବନରେ ଅର୍ତ୍ତନାଦ କରି ଅଶୁ ଜଳ ଢାଳି ବିନତିପୂର୍ବକ ପ୍ରାର୍ଥନା କରିଥିଲେ। ସେ ନମ୍ର ଓ ଅନ୍ତରକ୍ତ ହୋଇଥିବାରୁ, ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଥିଲେ।


ଲୋକମାନଙ୍କୁ ବିଦାୟ କରିଦେଇ ସେ ନିଜେ ପ୍ରାର୍ଥନା କରିବା ପାଇଁ ଗୋଟିଏ ପାହାଡ଼ ଉପରକୁ ଗଲେ।


ପରଦିନ ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଯୀଶୁ ଉଠି ଘରୁ ବାହାରିଗଲେ। ସେ ସହର ଛାଡ଼ି ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କଲେ।


ଅବିରତ ପ୍ରାର୍ଥନାଶୀଳ ଜୀବନ ଯାପନ କର ଏବଂ ଈଶ୍ୱରଙ୍କ ଧନ୍ୟବାଦ କରି ପ୍ରାର୍ଥନାରେ ସଜାଗ ରୁହ।


“କିନ୍ତୁ ତୁମେ ପ୍ରାର୍ଥନା କରିବା ପାଇଁ ନିଜ କୋଠରୀ ଭିତରକୁ ଯାଅ, କବାଟ ବନ୍ଦ କରିଦିଅ ଓ ତୁମ ଅଦୃଶ୍ୟ ପିତା ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମେ ଗୋପନରେ ଯାହା କରିବ, ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।


ଯୀଶୁ ଲୋକ ଗହଳି ଦେଖି ଗୋଟିଏ ପାହାଡ଼ ଉପରେ ଯାଇ ବସିଲେ।


ତା’ପରେ ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡ଼ାକିଲେ।


କିନ୍ତୁ ସେ ଅନେକ ସମୟରେ ନିର୍ଜ୍ଜନ ସ୍ଥାନମାନଙ୍କୁ ଯାଇ ପ୍ରାର୍ଥନାରେ ନିବିଷ୍ଟ ରହୁଥାଆନ୍ତି।


ସେମାନେ ସମସ୍ତେ କ୍ରୋଧ ଜର୍ଜ୍ଜରିତ ହୋଇ ଯୀଶୁଙ୍କ ପ୍ରତି କ’ଣ କରିବେ, ସେ ବିଷୟରେ ଷଡ଼ଯନ୍ତ୍ର କଲେ।


ଯୀଶୁ ପ୍ରେରିତ ଶିଷ୍ୟମାନଙ୍କ ସହିତ ପାହାଡ଼ରୁ ଓହ୍ଲାଇ ତାଙ୍କର ବହୁସଂଖ୍ୟକ ଅନୁଗାମୀମାନଙ୍କ ସହିତ ଏକ ସମତଳ ସ୍ଥାନରେ ଠିଆହେଲେ। ଯିହୂଦା ପ୍ରଦେଶର ସମସ୍ତ ଅଞ୍ଚଳରୁ ଏବଂ ଯିରୂଶାଲମ, ସୋର ଓ ଶିଦୋନର ଉପକୂଳବର୍ତ୍ତୀ ଅଞ୍ଚଳରୁ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ।


ଦିନେ ଯୀଶୁ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାଙ୍କ ପାଖକୁ ଆସିଲେ। ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ, ଏ ବିଷୟରେ ଲୋକମାନେ କ’ଣ କହନ୍ତି?”


ଏସବୁ କହିବାର ପ୍ରାୟ ଏକ ସପ୍ତାହ ପରେ ଯୀଶୁ ପିତର, ଯୋହନ ଓ ଯାକୁବଙ୍କୁ ସଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଏକ ପାହାଡ଼ ଉପରକୁ ଗଲେ।


ସେ ପ୍ରାର୍ଥନା କରୁଥିବାବେଳେ, ତାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଓ ତାଙ୍କର ବସ୍ତ୍ର ଉଜ୍ଜ୍ୱଳ ଓ ଶୁଭ୍ର ହେଲା।


ଯୀଶୁ ଗୋଟିଏ ପାହାଡ଼ ଉପରକୁ ଯାଇ ଶିଷ୍ୟମାନଙ୍କ ସହ ବସିଲେ।


Swiv nou:

Piblisite


Piblisite