Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:21 - ପବିତ୍ର ବାଇବଲ (CL) NT (BSI)

21 ଧର୍ମଗୁରୁ ଓ ଫାରୁଶୀମାନେ ପରସ୍ପରକୁ କୁହାକୋହି ହେଲେ, “ଏ ଲୋକ ଈଶ୍ୱର ନିନ୍ଦା କରି କଥା କହୁଛି। ସେ କିଏ? ଏକମାତ୍ର ଈଶ୍ୱର ହିଁ ପାପ କ୍ଷମା କରିପାରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କହିବାକୁ ଲାଗିଲେ, ଏ ଯେ ଈଶ୍ଵରନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ଵରଙ୍କ ବିନା ଆଉ କିଏ ପାପକ୍ଷମା କରି ପାରେ?

Gade chapit la Kopi

ଓଡିଆ ବାଇବେଲ

21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, ଏ ଯେ ଈଶ୍ୱର ନିନ୍ଦା କରୁଅଛି, ଏ କିଏ ? କେବଳ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କହିବାକୁ ଲାଗିଲେ, ଏ ଯେ ଈଶ୍ବର ନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?

Gade chapit la Kopi

ପବିତ୍ର ବାଇବଲ

21 ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?”

Gade chapit la Kopi




ଲୂକ ଲିଖିତ ସୁସମାଚାର 5:21
23 Referans Kwoze  

ସେମାନେ ଉତ୍ତର ଦେଲେ, “ତୁମର ସତ୍କର୍ମ ପାଇଁ ନୁହେଁ, କିନ୍ତୁ ଈଶ୍ୱର ନିନ୍ଦା ପାଇଁ। ତୁମେ ସାମାନ୍ୟ ମନୁଷ୍ୟ, କିନ୍ତୁ ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଛ।”


ଭୋଜନରେ ବସିଥିବା ଅନ୍ୟମାନେ ପରସ୍ପରକୁ କହିଲେ, “ଏ କିଏ? ଯେ ପାପ କ୍ଷମା ସୁଦ୍ଧା କରିପାରେ?”


ଏହା ଶୁଣି ପ୍ରଧାନ ପୁରୋହିତ ନିଜ ପୋଷାକକୁ ଚିରି ପକାଇ କହିଲା, “ଏହା ତ ଈଶ୍ୱର ନିନ୍ଦା। ଆଉ ଅନ୍ୟ ସାକ୍ଷୀ ଦରକାର ନାହିଁ। ଏହିକ୍ଷଣି ଏହାର ଈଶ୍ୱର ନନ୍ଦା ତ ତୁମେ ଶୁଣିଲ।


ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିପାରିବ? ସେମାନଙ୍କୁ ନିର୍ଦ୍ଦୋଷ ବୋଲି ସ୍ୱୟଂ ଈଶ୍ୱର ଘୋଷଣା କରିଛନ୍ତି।


ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଗାଲିଲୀ ଓ ଯିହୂଦା ପ୍ରଦେଶର ସହରମାନଙ୍କରୁ ଓ ଯିରୂଶାଲମରୁ ଆସିଥିବା ଫାରୁଶୀ ଓ ଧର୍ମଗୁରୁମାନେ ସେଠାରେ ବସିଥିଲେ। ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ଯୀଶୁଙ୍କଠାରେ ପ୍ରଭୁଙ୍କ ଶକ୍ତି ଥିଲା।


କେତେ ଧର୍ମଗୁରୁ ଏକଥା ଶୁଣି ମନେ ମନେ ଭାବିଲେ, “ଏ ବ୍ୟକ୍ତି ଈଶ୍ୱର ନିନ୍ଦା କରୁଛି।”


ଯେଉଁସବୁ କାର୍ଯ୍ୟ ଦ୍ୱାରା ତୁମ୍ଭେମାନେ ପାପରୁ ମନ ଫେରାଇଛ ବୋଲି ପ୍ରମାଣିତ ହେବ, ସେହିସବୁ କାର୍ଯ୍ୟ କର। ଅବ୍ରାହାମ୍ ତୁମର ପୂର୍ବପୁରୁଷ ବୋଲି ଗର୍ବ କରି ପରସ୍ପର ମଧ୍ୟରେ କଥା ବାର୍ତ୍ତା କର ନାହିଁ। ମୁଁ କହୁଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମ୍‌ଙ୍କ ନିମନ୍ତେ ବଂଶଧର ଉତ୍ପନ୍ନ କରିପାରନ୍ତି।


ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣିପାରି ସେମାନଙ୍କୁ କହିଲେ, “ତୁମେ କାହିଁକି ଏପରି କଥା ସବୁ ଭାବୁଛ?


Swiv nou:

Piblisite


Piblisite