Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:12 - ପବିତ୍ର ବାଇବଲ (CL) NT (BSI)

12 ଥରେ ଯୀଶୁ ଗୋଟିଏ ସହରରେ ଥିବାବେଳେ, ଜଣେ କୁଷ୍ଠରୋଗୀ ତାଙ୍କ ଗୋଡ଼ ତଳେ ପଡ଼ି, ଅନୁନୟ କରି କହିଲା, “ମହାଶୟ, ଆପଣ ଚାହିଁଲେ ମୋତେ ସୁସ୍ଥ କରିପାରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀଲୋକ ସେସ୍ଥାନରେ ଥିଲା; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହା ହେଲେ ମୋତେ ଶୁଚି କରି ପାରନ୍ତି।

Gade chapit la Kopi

ଓଡିଆ ବାଇବେଲ

12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।

Gade chapit la Kopi

ପବିତ୍ର ବାଇବଲ

12 ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 5:12
27 Referans Kwoze  

ସେ ଯୀଶୁଙ୍କ ପାଦ ତଳେ ଭୂଇଁରେ ପଡ଼ି ତାଙ୍କୁ ଧନ୍ୟବାଦ ଦେଲା। ସେ ଜଣେ ଶମିରୋଣୀୟ ଲୋକ ଥିଲା।


ସେମାନେ ଯୀଶୁଙ୍କ ପଛେ ପଛେ ଯାଇ ଗୋଟିଏ ଘରେ ପ୍ରବେଶ କଲେ। ସେଠାରେ ଯୀଶଉ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କୁ ସୁସ୍ଥ କରିପାରିବି ବୋଲି ବିଶ୍ୱାସ କରୁଛ କି?” ସେମାନେ ଉତ୍ତର ଦେଲେ-”ହଁ ପ୍ରଭୁ।”


ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।


ଦିନେ ଯୀଶୁ ବେଥନିରେ ପୂର୍ବରୁ କୁଷ୍ଠରୋଗ ଭୋଗିଥିବା ଶିମୋନ ଗୃହରେ ଥିଲେ।


ଏବଂ ଯୀଶୁଙ୍କୁ ଦେଖି ତାଙ୍କ ଗୋଡ଼ ତଳେ ପଡ଼ି ଆକୁଳ ନିବେଦନ କଲେ, “ମୋ’ ଝିଅଟି ସାଂଘାତିକଭାବେ ଅସୁସ୍ଥ ହୋଇ ପଡ଼ିଛି। ଆପଣ ଆସି ତା’ ଉପରେ ହାତ ଥୋଇଲେ, ସେ ସୁସ୍ଥ ହୋଇ ବଞ୍ଚିବ।”


ଯୀଶୁ ହାତ ବଢ଼ାଇ ତାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଚାହେଁ, ତୁମେ ସୁସ୍ଥ ହୁଅ!” ସେହି ମୁହୂର୍ତ୍ତରେ ଲୋକଟି ରୋଗ ମୁକ୍ତ ହେଲା।


Swiv nou:

Piblisite


Piblisite