Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:1 - ପବିତ୍ର ବାଇବଲ (CL) NT (BSI)

1 ଦିନେ ଯୀଶୁ ଗିନେସରତ୍ ହ୍ରଦ କୂଳରେ ଛିଡ଼ା ହୋଇଥିଲେ ଓ ଲୋକମାନେ ତାଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଦିନେ ଯେତେବେଳେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡ଼ି ଈଶ୍ଵରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;

Gade chapit la Kopi

ଓଡିଆ ବାଇବେଲ

1 ଦିନେ ଯେତେବେଳେ ଲୋକସମୂହ ତାହାଙ୍କ (ଯୀଶୁଙ୍କ) ଉପରେ ମାଡ଼ିପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ଈଶ୍ବରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନ୍ନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 5:1
21 Referans Kwoze  

ସେଠାରେ ଏତେ ଲୋକ ଗହଳି ହେଲା ଯେ, ଭିଡ଼ରୁ ରକ୍ଷା ପାଇବା ଲାଗି ତାଙ୍କ ପାଇଁ ଗୋଟିଏ ନୌକା ଯୋଗାଡ଼ କରିବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ।


ସେମାନେ ହ୍ରଦ ପାରିହୋଇ ଗିନେସରତରେ ପହଞ୍ଚିଲେ।


ହ୍ରଦ ଅତିକ୍ରମ କରି ସେମାନେ ଗିନେସରତ୍ରେ ପହଞ୍ôଚ କୂଳରେ ନୌକା ବାନ୍ଧି ଦେଲେ।


ଯୋହନ ତାଙ୍କ ବାର୍ତ୍ତା ପ୍ରଚାର କରିବା ଦିନଠାରୁ ଆଜିପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ଉପରେ ପ୍ରବଳ ଆକ୍ରମଣ ଚାଲିଛି। ଉଗ୍ର ପ୍ରକୃତିର ଲୋକମାନେ ସେଥିରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।


ହଜାର ହଜାର ଲୋକଙ୍କ ସମାଗମ ଭିତରେ, ସେମାନେ ପରସ୍ପର ଉପରେ ମାଡ଼ି ପଡ଼ୁଥିବା ବେଳେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫାରୁଶୀମାନଙ୍କ ଖମୀର ଅର୍ଥାତ୍ ସେମାନଙ୍କ କପଟତା ବିଷୟରେ ସାବଧାନ ହୁଅ।


ଯୀଶୁ ତାଙ୍କ ସହିତ ଯାଉଥିଲେ ଯେ ତାଙ୍କ ଉପରେ ସେମାନେ ଚାରିଆଡ଼ୁ ମାଡ଼ି ପଡ଼ୁଥିଲେ।


ଯୀଶୁ ପଚାରିଲେ, “କିଏ ମୋତେ ଛୁଇଁଲା?” ସମସ୍ତେ ଅସ୍ୱୀକାର କଲେ, ପିତର କହିଲେ, “ଗୁରୁ ଚାରିପଟେ ଲୋକମାନେ ଘେରି ରହି ଆପଣଙ୍କ ଉପରେ ମାଡ଼ି ପଡ଼ୁଛନ୍ତି।”


ହ୍ରଦ କୂଳରେ ଯୀଶୁ ପୁଣି ଥରେ ଶିକ୍ଷା ଦେବାକୁ ଆରମ୍ଭ କଲେ। ଯୀଶୁଙ୍କ ଚାରିପଟେ ଏତେ ଲୋକ ଘେରିଗଲେ ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ନୌକାଟି ପାଣି ଭିତରେ ଅଳ୍ପ ଦୂରରେ ଥିଲା ଓ ଲୋକମାନେ କୂଳରେ ଠିଆ ହୋଇ ରହିଲେ।


ସେ କୂଳରେ ଦୁଇଟି ନୌକା ବନ୍ଧା ଯାଇଥିବାର ଦେଖିଲେ। ଧୀବରମାନେ ସେଗୁଡ଼ିକୁ ଛାଡ଼ି ଜାଲ ଧୋଉଥିଲେ।


ଦିନେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଗୋଟିଏ ନୌକାରେ ଚଢ଼ି କହିଲେ, “ଚାଲ, ଆମେ ହ୍ରଦର ଆରପାରିକୁ ଯିବା।” ସେମାନେ ଯାତ୍ରା ଆରମ୍ଭ କଲେ।


ଯିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହଠାତ୍ ହ୍ରଦ ଉପରେ ପ୍ରଚଣ୍ଡ ବାୟୁ ବହିଲା ଓ ନୌକାରେ ପାଣି ପଶିବାକୁ ଲାଗିଲା, ଯାହା ଫଳରେ ସେମାନେ ସମସ୍ତେ ଘୋର ବିପଦରେ ପଡ଼ିଲେ।


ସେମାନେ ସେ ଲୋକଠାରୁ ବାହାରି ଘୁଷୁରି ପଲ ମଧ୍ୟକୁ ଗଲେ। ସମୁଦାୟ ପଲଟି ଧାଇଁ ପଳାଇ ଗଲେ ଓ ପାହାଡ଼ ଧାରରୁ ହ୍ରଦ ଭିତରେ ଖସିପଡ଼ି ବୁଡ଼ିମଲେ।


ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ।


ଏହାପରେ ଯୀଶୁ ଗାଲିଲୀ ବା ତିବିରିଆର ହ୍ରଦର ଆରପାରିକୁ ଗଲେ।


ଯେଉଁ ନେତାମାନେ ପୂର୍ବେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇ ଥିଲେ, ସେମାନଙ୍କୁ ସ୍ମରଣ କର। ସେମାନଙ୍କର ଜୀବନ ତଥା ମୃତ୍ୟୁ କି ପ୍ରକାର ଥିଲା, ତାହା ସ୍ମରଣ କରି ସେମାନଙ୍କର ବିଶ୍ୱାସକୁ ନିଜ ଜୀବନରେ ରୂପାୟିତ କର।


Swiv nou:

Piblisite


Piblisite