Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:41 - ପବିତ୍ର ବାଇବଲ (CL) NT (BSI)

41 “ତୁମେ ଈଶ୍ୱରଙ୍କ ପୁତ୍ର” ବୋଲି ଚିକ୍ରାର କରି ଭୂତମାନେ ମଧ୍ୟ ଅନେକଙ୍କଠାରୁ ବାହାରି ଗଲେ। ଯୀଶୁ ଭୂତମାନଙ୍କୁ କୌଣସି କଥା ନ କହିବା ପାଇଁ ଧମ ଦେଇ ସେମାନଙ୍କୁ ନୀରବ କଲେ; କାରଣ ସେ ମସୀହ ବୋଲି ସେମାନେ ଜାଣିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ଵରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରି-ଗଲେ। ଆଉ, ସେ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।

Gade chapit la Kopi

ଓଡିଆ ବାଇବେଲ

41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ୱରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ । ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ବରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ। ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।

Gade chapit la Kopi

ପବିତ୍ର ବାଇବଲ

41 ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।

Gade chapit la Kopi




ଲୂକ ଲିଖିତ ସୁସମାଚାର 4:41
14 Referans Kwoze  

ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ଯୀଶୁ ସୁସ୍ଥ କଲେ ଓ ଅନେକଙ୍କଠାରୁ ଭୂତ ଛଡ଼ାଇଲେ। ସେ ଭୂତମାନଙ୍କ କଥା କହିବାକୁ ଦେଉ ନ ଥିଲେ, କାରଣ ସେମାନେ ତାଙ୍କୁ ଚିହ୍ନିଥିଲେ।


ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି।


ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


ପୁଣି ଭୂତଗ୍ରସ୍ତ ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ସମ୍ମୁଖରେ ତଳେ ପଡ଼ିଯାଇ ଚିକ୍ରାର କରି କହୁଥିଲେ, “ଆପଣ ହିଁ ଈଶ୍ୱରଙ୍କ ପୁତ୍ର।”


ସେତେବେଳେ ଶୟତାନ ତାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏହି ପଥରଗୁଡ଼ିକୁ ରୋଟିରେ ପରିଣତ ହେବା ପାଇଁ ଆଦେଶ ଦିଅ।”


କିନ୍ତୁ ଯୀଶୁ ନୀରବ ରହିଲେ। ପ୍ରଧାନ ପୁରୋହିତ କହିଲେ, “ଜୀବନ୍ତ ଈଶ୍ୱରଙ୍କ ନାମରେ ମୁଁ ତୁମକୁ ପଚାରୁଛି, ସତ୍ୟକରି କୁହ, ତୁମେ କ’ଣ ଈଶ୍ୱରଙ୍କ ପୁତ୍ର ମସୀହ?”


ସେମାନେ ଯୀଶୁଙ୍କୁ ଦେଖିବା ମାତ୍ରେ ଚିକ୍ରାର କରି କହିଲେ, “ହେ ଈଶ୍ୱରଙ୍କ ପୁତ୍ର! ଆମଠାରୁ ତୁମେ ମ’ଣ ଚାହଁ? ଆମ ସମୟ ନ ହେଉଣୁ ଆମକୁ ମ’ଣ ଦଣ୍ଡ ଦେବାକୁ ଆସିଛ?”


ଯୀଶୁ ତାକୁ ଧମକ ଦେଇ କହିଲେ: “ଚୁପ୍ କର୍! ଏହି ଲୋକ ଭିତରୁ ବାହାରି ଯା।”


ଯୀଶୁ ତାକୁ କହିଲେ, “ଶୁଣ, ତୁମେ କିପରି ଭଲ ହେଲ, କାହାକୁ ଜଣାଅ ନାହିଁ; କିନ୍ତୁ ସିଧା ପୁରୋହିତ ପାଖକୁ ଯାଇ ନିଜକୁ ପରୀକ୍ଷା କରାଇ ନିଅ ଏବଂ ତୁମେ ସୁସ୍ଥ ହୋଇଛ ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ମୋଶାଙ୍କ ନିରୂପିତ ବଳି ଉର୍ସ୍ଗ କର।”


ସନ୍ଧ୍ୟା ହେବାରୁ ଲୋକେ ଅନେକ ଭୂତଗ୍ରମ୍ତ ଲୋକଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ପଦେ ମାତ୍ର କଥରେ ସେ ପ୍ରେତାମ୍ରାଗୁଡ଼ିକୁ ତଡ଼ି ଦେଲେ ଓ ପୀଡ଼ିତ ଲୋକଙ୍କୁ ସୁସ୍ଥକଲେ।


ସୂର୍ଯ୍ୟାସ୍ତ ପରେ ଲୋକମାନେ ଯୀଶୁଙ୍କ ନିକଟକୁ ରୋଗୀ ଓ ଭୂତଗ୍ରସ୍ତ ଲୋକମାନଙ୍କୁ ଆଣିଲେ।


ଯୀଶୁ ଯାଇ ତାଙ୍କ ଶଯ୍ୟା ପାଖରେ ଠିଆହେଲେ ଓ ସେ ଜ୍ୱର ମୁକ୍ତ ହୁଅନ୍ତୁ ବୋଲି ଆଦେଶ ଦେଲେ। ସଙ୍ଗେ ସଙ୍ଗେ ଜ୍ୱର ଛାଡ଼ିଗଲା ଏବଂ ସେ ଉଠି ସେମାନଙ୍କର ପରିଚର୍ଯ୍ୟା କଲେ।


Swiv nou:

Piblisite


Piblisite