Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:36 - ପବିତ୍ର ବାଇବଲ (CL) NT (BSI)

36 ଲୋକମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ କହିଲେ, “ଏସବୁ କି ପ୍ରକାର କଥା? କ୍ଷମତା ଓ ଶକ୍ତି ବଳରେ ଏହି ଲୋକଟି ପ୍ରେତାତ୍ମାମାନଙ୍କୁ ଧମକ ଦେଉଛି ଓ ସେମାନେ ବାହାରି ଯାଉଛନ୍ତି!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଏଥିରେ ସମସ୍ତେ ବିସ୍ମୟାନ୍ଵିତ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରି ଯାଆନ୍ତି।

Gade chapit la Kopi

ଓଡିଆ ବାଇବେଲ

36 ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା ? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି।

Gade chapit la Kopi

ପବିତ୍ର ବାଇବଲ

36 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 4:36
10 Referans Kwoze  

ତାଙ୍କର ଶିକ୍ଷା ଦେବା ପ୍ରଣାଳୀରେ ସେମାନେ ସମସ୍ତେ ଆଚମ୍ବିତ ହେଲେ, କାରଣ ସେ କ୍ଷମତାର ସହ କଥା କହୁଥିଲେ।


ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।


ଯେଉଁମାନେ ଏସବୁ କଥା ଶୁଣିଲେ, ସେମାନେ ଅବାକ୍ ହୋଇ କହିଲେ, “ସେ କେତେ ଚମକ୍ରାରଭାବେ କାର୍ଯ୍ୟ କରୁଛନ୍ତି - ବଧିରକୁ ଶ୍ରବଣ ଶକ୍ତି, ମୂକକୁ ବାକ୍ ଶକ୍ତି ଦେଉଛନ୍ତି।”


ଏଥିରେ ଲୋକମାନେ ଏତେ ଆଶ୍ଚର୍ଯ୍ୟାନ୍ୱି ହେଲେ ଯେ ପରସ୍ପର କୁହାକୁହି ହେଲେ, “ଏହା କ’ଣ? ଏହା କ’ଣ ଏକ ନୂଆ ଧରଣର ଶିକ୍ଷା? ଭୂତପ୍ରେତଙ୍କୁ ଆଦେଶ ଦେବା ପାଇଁ ଏହି ବ୍ୟକ୍ତିଙ୍କ ଅଧିକାର ଅଛି ଏବଂ ସେମାନେ ତାଙ୍କର ଆଦେଶ ପାଳନ କରୁଛନ୍ତି!”


ଯୀଶୁ ତା’ ଦେହରୁ ଭୂତଟିକୁ ବାହାର କରି ଦେବା ମାତ୍ର ସେ କଥା କହିବାକୁ ଲାଗିଲା। ସମସ୍ତେ ଆଶ୍ଚଯ୍ୟ ହୋଇ କହିଲେ, “ଇଶ୍ରାୟେଲ ଦେଶରେ ଆମେ ଏଭଳି କାର୍ଯ୍ୟ କେବେ ଦେଖି ନ ଥିଲୁ।”


ମେଷପାଳକମାନଙ୍କ କଥା ଶୁଣି ସମସ୍ତେ ଆଚମ୍ବିତ ହେଲେ।


Swiv nou:

Piblisite


Piblisite