Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:34 - ପବିତ୍ର ବାଇବଲ (CL) NT (BSI)

34 “ହେ ନାଜରିତର ଯୀଶୁ, ଆମଠ।।ରୁ ତୁମେ କ’ଣ ଚାହଁ? ତୁମେ କ’ଣ ଆମର ବିନା ସାଧନ କରିବା ପାଇଁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କର ପବିତ୍ର ଦୂତ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ଵରଙ୍କର ସେହି ପବିତ୍ର ବ୍ୟକ୍ତି।

Gade chapit la Kopi

ଓଡିଆ ବାଇବେଲ

34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କ'ଣ ଅଛି ? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କର ସେହି ପବିତ୍ର ବ୍ୟକ୍ତି।

Gade chapit la Kopi

ପବିତ୍ର ବାଇବଲ

34 “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 4:34
22 Referans Kwoze  

ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି।


“ହେ ନାଜରିତୀୟ ଯୀଶୁ, ଆମ ସହିତ ତୁମର କି ସମ୍ପର୍କ? ତୁମେ କ’ଣ ଆମକୁ ଧ୍ୱଂସ କରିବାକୁ ଏଠାକୁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କଠାରୁ ଆଗତ ସେହି ପବିତ୍ର ବ୍ୟକ୍ତି।”


ସେମାନେ ଯୀଶୁଙ୍କୁ ଦେଖିବା ମାତ୍ରେ ଚିକ୍ରାର କରି କହିଲେ, “ହେ ଈଶ୍ୱରଙ୍କ ପୁତ୍ର! ଆମଠାରୁ ତୁମେ ମ’ଣ ଚାହଁ? ଆମ ସମୟ ନ ହେଉଣୁ ଆମକୁ ମ’ଣ ଦଣ୍ଡ ଦେବାକୁ ଆସିଛ?”


ସେ ଜଣେ ପବିତ୍ର ଓ ଧାର୍ମିକ ବ୍ୟକ୍ତି; କିନ୍ତୁ ତୁମ୍ଭେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ ଓ ତାଙ୍କ ପରିବର୍ତ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦେଖାଇ ଗୋଟିଏ ନରହନ୍ତାକୁ ମୁକ୍ତ କରିବା ପାଇଁ ପୀଲାତଙ୍କୁ କହିଲ।


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


“ତୁମେ ଈଶ୍ୱରଙ୍କ ପୁତ୍ର” ବୋଲି ଚିକ୍ରାର କରି ଭୂତମାନେ ମଧ୍ୟ ଅନେକଙ୍କଠାରୁ ବାହାରି ଗଲେ। ଯୀଶୁ ଭୂତମାନଙ୍କୁ କୌଣସି କଥା ନ କହିବା ପାଇଁ ଧମ ଦେଇ ସେମାନଙ୍କୁ ନୀରବ କଲେ; କାରଣ ସେ ମସୀହ ବୋଲି ସେମାନେ ଜାଣିଥିଲେ।


ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।


ସେ ସେହି ପ୍ରାଚୀନ ସର୍ପ, ସେହି ପିଶାଚ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ଜଞ୍ଜିରରେ ବାନ୍ଧି ପକାଇଲେ


ସେ ଯେଉଁମାନଙ୍କୁ ସନ୍ତାନ ବୋଲି ସମ୍ବାଧନ କରିଛନ୍ତି, ସେମାନେ ରକ୍ତମାଂସ ଶରୀରବିଶିଷ୍ଟ ମନୁଷ୍ୟ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେମାନଙ୍କ ପରି ମାନବୀୟ ରୂପ ଓ ସ୍ୱଭାବ ଧାରଣ କଲେ। ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ସେ ଯେପରି ଆପଣାର ମୃତ୍ୟୁ ଦ୍ୱାରା ଶୟତାନକୁ ବିାନଶ କରିବେ, କାରଣ ମୃତ୍ୟୁ ଉପରେ ଶୟତାନର କତ୍ତ୍ୱର୍ତ୍ୱ ଥଲା।


ତା’ପରେ ଯାଇ ସେମାନଙ୍କ ନିକଟରେ କ୍ଷମା ଭିକ୍ଷା କଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତ କରି ନଗର ଛାଡ଼ି ଚାଲି ଯିବାକୁ ଅନୁରୋଧ କଲେ।


କାରଣ ଏହି ନଗରୀରେ ହେରୋଦ ଓ ପନ୍ତୀୟ ପୀଲାତ ଅଣଇହୁଦୀ ଓ ଇଶ୍ରାୟେଲ ଲୋକମାନଙ୍କ ସହିତ ମିଶି ତୁମ ଦ୍ୱାରା ନିଯୁକ୍ତ ମସୀହ, ତୁମ ପବିତ୍ର ଦାସଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ।


କାରଣ ତୁମେ ମୋତେ ମୃତମାନଙ୍କ ଜଗତରେ ପରିତ୍ୟାଗ କରିବ ନାହିଁ; ତୁମେ ତୁମର ବିଶ୍ୱସ୍ତ ସେବକଙ୍କୁ କବର ମଧ୍ୟରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।


ତା’ପରେ ସେ ସ୍ଥାନର ଲୋକମାନେ ଯୀଶୁଙ୍କୁ ସେଠାରୁ ଚାଲିଯିବା ପାଇଁ କହିଲେ, କାରଣ ସେମାନେ ବଡ଼ ଆତଙ୍କିତ ହୋଇଥିଲେ। ତେଣୁ ଯୀଶୁ ନୌକାରେ ଚଢ଼ି ଚାଲିଗଲେ।


ଯୀଶୁଙ୍କୁ ଦେଖିବା କ୍ଷଣି ସେ ଚିକ୍ରାର କରି, ଯୀଶୁଙ୍କ ଗୋଡ଼ ତଳେ ପଡ଼ିଗଲା ଓ ଉଚ୍ଚ ସ୍ୱରରେ କହିଲା, “ମହାନ୍ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ସହିତ ଆପଣଙ୍କର କି ସମ୍ପର୍କ? ମୋତେ ଦୟା କରନ୍ତୁ। ଦଣ୍ଡ ଦିଅନ୍ତୁ ନାହିଁ।”


ଚିକ୍ରାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ନିକଟରେ ତୁମର କ’ଣ ପ୍ରୟୋଜନ? ଈଶ୍ୱରଙ୍କ ନାମରେ ମିନତି କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।”


ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ଯୀଶୁ ସୁସ୍ଥ କଲେ ଓ ଅନେକଙ୍କଠାରୁ ଭୂତ ଛଡ଼ାଇଲେ। ସେ ଭୂତମାନଙ୍କ କଥା କହିବାକୁ ଦେଉ ନ ଥିଲେ, କାରଣ ସେମାନେ ତାଙ୍କୁ ଚିହ୍ନିଥିଲେ।


ଉପାସନା ଗୃହରେ ଜଣେ ଭୂତାବିଷ୍ଟ ଲୋକ ଥିଲା। ସେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲା,


Swiv nou:

Piblisite


Piblisite