Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:22 - ପବିତ୍ର ବାଇବଲ (CL) NT (BSI)

22 ଏଥିରେ ସମସ୍ତେ ଚମକ୍ରୃତ ହେଲେ ଓ ତାଙ୍କର ଓଜସ୍ୱିନୀ କଥାରେ ଅଭିଭୂତ ହୋଇ କହିଲେ, “ଏ କ’ଣ ଯୋସେଫର ପୁଅ ନୁହେଁ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଆଉ, ସମସ୍ତେ ତାହାଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?

Gade chapit la Kopi

ଓଡିଆ ବାଇବେଲ

22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କ'ଣ ଯୋଷେଫର ପୁତ୍ର ନୁହେଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?

Gade chapit la Kopi

ପବିତ୍ର ବାଇବଲ

22 ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”

Gade chapit la Kopi




ଲୂକ ଲିଖିତ ସୁସମାଚାର 4:22
20 Referans Kwoze  

ସେମାନେ କହିଲେ, “ଏହି ବ୍ୟକ୍ତି ଯୋସେଫଙ୍କ ପୁଅ ଯୀଶୁ ନୁହଁନ୍ତି କି? ତାଙ୍କ ପିତାମାତାଙ୍କୁ ଆମେ ଜାଣୁ। ତେବେ ସେ ସ୍ୱର୍ଗରୁ ଆଗତ ବୋଲି କିପରି କହୁଛନ୍ତି?”


କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।


ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”


କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।


ଯେଉଁମାନେ ତାଙ୍କ କଥା ଶୁଣୁଥିଲେ, ସେମାନେ ତାଙ୍କର ବିଚକ୍ଷଣ କଥା ଶୁଣି ଅବାକ୍ ହେଉଥିଲେ।


ତାଙ୍କୁ ଦେଖି ତାଙ୍କର ପିତାମାତା ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କର ମା’ ତାଙ୍କୁ ପଚାରିଲେ, “ପୁଅରେ, ତୁ ଆମ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ତୋତେ ଖୋଜି ଖୋଜି ତୋର ବାପା ଓ ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ିଛୁ।”


ସେତେବେଳେ ସେ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ରରେ ଏହି ଯେଉଁ ଅଂଶ ଶୁଣିଲ, ତାହା ଆଜି ସଫଳ ହେଲା।”


ଫିଲିପ୍ ନିଥ୍ନିୟେଲଙ୍କୁ ଭେଟି କହିଲେଏ “ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋଷେଫଙ୍କ ପୁତ୍ର ଯୀଶୁ।”


Swiv nou:

Piblisite


Piblisite