Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:18 - ପବିତ୍ର ବାଇବଲ (CL) NT (BSI)

18 “ପ୍ରଭୁଙ୍କ ଆତ୍ମା ମୋ’ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧକାମନଙ୍କୁ ଦୃଷ୍ଟିାକ୍ତି ଦାନ କରିବା, ନିର୍ଯ୍ୟାତିତମାନଙ୍କୁ ଉଦ୍ଧାର କରିବା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପ୍ରଭୁଙ୍କର ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ, ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ,

Gade chapit la Kopi

ଓଡିଆ ବାଇବେଲ

18 ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 “ପ୍ରଭୁଙ୍କ ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,

Gade chapit la Kopi

ପବିତ୍ର ବାଇବଲ

18 “ପ୍ରଭୁଙ୍କ ଆତ୍ମା ମୋ'ଠାରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି, ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ

Gade chapit la Kopi




ଲୂକ ଲିଖିତ ସୁସମାଚାର 4:18
56 Referans Kwoze  

ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


ସେ ଯୋହନଙ୍କଠାରୁ ଖବର ଆଣିଥିବା ଲୋକଙ୍କୁ ଉତ୍ତର ଦେଲେ, “ଫେରି ଯାଇ ତୁମ୍ଭେମାନେ ଯାହା ଦେଖିଛ ଓ ଶୁଣିଛ, ତାହା ଯୋହନଙ୍କୁ କୁହ: ଅନ୍ଧମାନେ ଦେଖିପାରୁଛନ୍ତି, ଖଞ୍ଜମାନେ ଚାଲି ପାରୁଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଛନ୍ତି, ବଧିରମାନେ ଶୁଣି ପାରୁଛନ୍ତି, ମୃତମାନେ ଜୀବନ ପାଉଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରାଯାଉଛି।


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ମୁଁ ଜଗତର ଆଲୋକ ସ୍ୱରୂପ ଆସିଛି। ଯେ ମୋ’ଠାରେ ବିଶ୍ୱାସ କରେ, ସେ ଆଉ ଅନ୍ଦକାରରେ ରହିବ ନାହିଁ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ସେ ଅନ୍ଧକାରର ଶକ୍ତିରୁ ଆମକୁ ରକ୍ଷା କରିଛନ୍ତି ଓ ନିରାପଦରେ ଆମ୍ଭମାନଙ୍କୁ ତାଙ୍କ ପ୍ରିୟ ପୁତ୍ରଙ୍କ ରାଜ୍ୟକୁ ଆଣିଛନ୍ତି।


ଅନ୍ଧକାରରେ ବାସ କରୁଥିବା ଲୋକମାନେ ଗୋଟିଏ ଉଜ୍ଜ୍ୱଳ ଆଲୋକ ଦେଖିବେ ମୃତ୍ୟୁର ତିମିରାଚ୍ଛନ୍ନ ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ ସେହି ଆଲୋକ ପ୍ରକାଶ ପାଇବ।”


“ଆଧ୍ୟାତ୍ମିକ ଜୀବନର ଦୀନ ଅବସ୍ଥା ଅନୁଭବ କରୁଥିବା ଲୋକମାନେ ଧନ୍ୟ, କାରଣ ସେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।


ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ: “ହେ ଦୀନହୀନମାନେ, ତୁମ୍ଭେମାନେ ଧନ୍ୟ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର!


ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?


ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ।


ହଠାତ୍ ଆନ୍ଦ୍ରିୟ ତାଙ୍କ ଭାଇ ଶିମୋନଙ୍କ ଦେଖାପାଇ କହିଲେ, “ଆମେ ମସୀହଙ୍କ ଦେଖାପାଇଛୁ।” (‘ମସୀହ’ର ଅର୍ଥ ଖ୍ରୀଷ୍ଟ)


ଦୁର୍ବଳମାନଙ୍କ ପ୍ରତି ସେ କୋମଳ ବ୍ୟବହାର କରିବ ଏବଂ ଅସହାୟମାନଙ୍କୁ ଦୟା କରିବ। ନ୍ୟାୟ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ସେ ତା’ ସାଧନାରୁ ନିବୃତ୍ତ ହେବ ନାହିଁ।


କାରଣ ଏହି ନଗରୀରେ ହେରୋଦ ଓ ପନ୍ତୀୟ ପୀଲାତ ଅଣଇହୁଦୀ ଓ ଇଶ୍ରାୟେଲ ଲୋକମାନଙ୍କ ସହିତ ମିଶି ତୁମ ଦ୍ୱାରା ନିଯୁକ୍ତ ମସୀହ, ତୁମ ପବିତ୍ର ଦାସଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ।


“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ। ମୋର ଆତ୍ମା ତା’ ଉପରେ ଅବତରଣ କରିବ; ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।


ଶାସ୍ତ୍ର ପାଠ କରିବା ନିମନ୍ତେ ତାଙ୍କୁ ଭାବବାଦୀ ଯିଶାଇୟଙ୍କ ପୁସ୍ତକ ଦିଆଗଲା। ସେ ଉକ୍ତ ପୁସ୍ତକ ଫିଟାଇ ଏହି ଅଂଶଟି ପାଠ କଲେ:


ପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ମସୀହଙ୍କ ବିରୁଦ୍ଧରେ ପୃଥିବୀର ରାଜାମାନେ ନିଜକୁ ପ୍ରସ୍ତୁତ କଲେ ଓ ଶାସକଗଣ ଏକତ୍ରିତ ହେଲେ,


Swiv nou:

Piblisite


Piblisite