Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:17 - ପବିତ୍ର ବାଇବଲ (CL) NT (BSI)

17 ଶାସ୍ତ୍ର ପାଠ କରିବା ନିମନ୍ତେ ତାଙ୍କୁ ଭାବବାଦୀ ଯିଶାଇୟଙ୍କ ପୁସ୍ତକ ଦିଆଗଲା। ସେ ଉକ୍ତ ପୁସ୍ତକ ଫିଟାଇ ଏହି ଅଂଶଟି ପାଠ କଲେ:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

Gade chapit la Kopi

ଓଡିଆ ବାଇବେଲ

17 ସେଥିରେ ଯିଶାଈୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

Gade chapit la Kopi

ପବିତ୍ର ବାଇବଲ

17 ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:

Gade chapit la Kopi




ଲୂକ ଲିଖିତ ସୁସମାଚାର 4:17
9 Referans Kwoze  

ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲେଖା ପଠିତ ହେବା ପରେ, ଉପାସନା ଗୃହର କର୍ତ୍ତାମାନେ, ସେମାନଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଭାଇମାନେ, ଯଦି ଲୋକଙ୍କୁ ଉତ୍ସାହିତ କରିବା ଭଳି ଆପଣମାନଙ୍କର କିଛି ଉପଦେଶ ଦେବାର ଅଛି, ତେବେ କହନ୍ତୁ।”


ଫଳରେ ପ୍ରଭୁ ସେମାନଙ୍କ ପ୍ରତି ବିମୁଖ ହେଲେ ଓ ସେମାନଙ୍କୁ ଆକାଶର ତାରାମାନଙ୍କୁ ପୂଜା କରିବାକୁ ଛାଡ଼ି ଦେଲେ। ଏ ସମ୍ପର୍କରେ ଭାବବାଦୀଙ୍କ ପୁସ୍ତକରେ ଉଲ୍ଲେଖ ଅଛି: ‘ହେ ଇଶ୍ରାୟେଲ ବଂଶ! ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ପାଇଁ ପଶୁବଳି ଓ ହୋମବଳି ଉତ୍ସର୍ଗ କରି ନ ଥିଲ।


କିନ୍ତୁ ସେ ଯେ ପରିତ୍ରାଣକର୍ତ୍ତା, ଯିରୂଶାଲମ ଅଧିବାସୀ ଓ ସେମାନଙ୍କ ନେତାମାନେ ତାହା ଜାଣି ନ ଥିଲେ। ସେମାନେ ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କ କଥାର ଅର୍ଥ ବୁଝୁ ନ ଥିଲେ। ତଥାପି ଯୀଶୁଙ୍କୁ ଦୋଷୀ କରି ସେମାନେ ଭାବବାଦୀମାନଙ୍କ ବାକ୍ୟକୁ ସଫଳ କଲେ।


କାରଣ ଦାଉଦ ନିଜେ ତାଙ୍କର ଗୀତରେ ଲେଖିଛନ୍ତି, ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ: ଆମେ ତୁମର ଶତ୍ରୁମାନଙ୍କୁ ତୁମର ପାଦ ପୀଠ ନ କରିବା ପର୍ଯ୍ୟନ୍ତ ଆମ ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’


ତା’ପରେ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେଠାକୁ ଗଲେ। ବିଶ୍ରାମବାର ଦିନ ତାଙ୍କ ରୀତି ଅନୁସାରେ ପୂର୍ବପରି ସେ ସମାଜ ଗୃହକୁ ଗଲେ।


“ପ୍ରଭୁଙ୍କ ଆତ୍ମା ମୋ’ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧକାମନଙ୍କୁ ଦୃଷ୍ଟିାକ୍ତି ଦାନ କରିବା, ନିର୍ଯ୍ୟାତିତମାନଙ୍କୁ ଉଦ୍ଧାର କରିବା


ଯୀଶୁ ପୁସ୍ତକ ବନ୍ଦ କରି ପରିଚାରକକୁ ଫେରାଇ ଦେଇ ଉପବେଶନ କଲେ। ସମାଜ ଗୃହରେ ଥିବା ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହେଲା।


“ଅବ୍ରାହମ କହିଲେ, ‘ତୋର ଭାଇମାନଙ୍କୁ ସତର୍କ କରାଇବା ପାଇଁ ମୋଶା ଓ ଭାବବାଦୀମାନେ ଅଛନ୍ତି; ସେମାନେ ଯାହା କହିଛନ୍ତି, ତୋର ଭାଇମାନେ ତାହା ଶୁଣିବା ଉଚିତ।’


Swiv nou:

Piblisite


Piblisite