Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:1 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ଫେରିଲେ ଓ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ମରୁ ଅଞ୍ଚଳକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ବାହୁଡ଼ିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ଵାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 4:1
19 Referans Kwoze  

ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


“ପ୍ରଭୁଙ୍କ ଆତ୍ମା ମୋ’ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧକାମନଙ୍କୁ ଦୃଷ୍ଟିାକ୍ତି ଦାନ କରିବା, ନିର୍ଯ୍ୟାତିତମାନଙ୍କୁ ଉଦ୍ଧାର କରିବା


ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ।


ଯୋହନ ସାକ୍ଷ୍ୟ ଦେଇ କହିଲେ: “କପୋତ ରୂପରେ ପରମାତ୍ମା ସ୍ୱର୍ଗରୁ ଓହ୍ଲାଇ ଆସି ତାଙ୍କ ଉପରେ ଅଧିଷ୍ଠାନ କରିବା ମୁଁ ଦେଖିଲି।


ଯୀଶୁ ଦୀକ୍ଷିତ ହୋଇ ଜଳରୁ ଉଠି ଆସିବାମାତ୍ରେ ସେ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଛି ଏବଂ ପରମାତ୍ମା କପୋତରୂପେ ତାଙ୍କ ଉପରେ ଅବତରଣ କଲେ।


ତା’ପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣହୋଇ ଗାଲିଲୀକୁ ଫେରିଗଲେ। ସେ ସମସ୍ତ ଅଞ୍ଚଳରେ ତାଙ୍କ ବିଷୟରେ ସମ୍ବାଦ ବ୍ୟାପିଗଲା।


ସେମାନେ ଜଳରୁ ଉଠି ଆସିବା ପରେ, ଈଶ୍ୱରଙ୍କ ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ତର୍ଦ୍ଧାନ କରାଇ ଦେଲେ। କର୍ମଚାରୀ ଆଉ ତାଙ୍କୁ ଦେଖି ପାରିଲେ ନାହିଁ, କିନ୍ତୁ ଆନନ୍ଦରେ ପୂର୍ଣ୍ଣ ହୋଇ ତାଙ୍କ ବାଟରେ ଚାଲିଗଲେ।


ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିଥିଲେ ଓ ଶିକ୍ଷା ଦେଇଥିଲେ, ସେସବୁ ବିଷୟରେ ଲେଖିଥିଲି। ସ୍ୱର୍ଗାରୋହଣ ପୂର୍ବରୁ ଯେଉଁମାନଙ୍କୁ ସେ ନିଜର ଶିଷ୍ୟ ରୂପେ ମନୋନୀତ କରିଥିଲେ, ସେମାନଙ୍କୁ ସେ ପବିତ୍ରଆତ୍ମାଙ୍କ ଶକ୍ତିରେ ଶିକ୍ଷା ଦେଇଥିଲେ।


ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଶିମିୟୋନ୍ ମନ୍ଦିରକୁ ଗଲେ। ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ, ତାହା କରିବା ପାଇଁ ପିତାମାତା ଯେତେବେଳେ ଶିଶୁ ଯୀଶୁଙ୍କୁ ମନ୍ଦିର ଭିତରକୁ ଆଣିଲେ,


ତେଣୁ ଯୋହନ ଯର୍ଦ୍ଦନ ନଦୀର ସମସ୍ତ ଅଞ୍ଚଳକୁ ଯାଇ ପ୍ରଚାର କରିବାକୁ ଲାଗିଲେ, “ପାପରୁ ମନ ଫେରାଅ ଓ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମ୍ଭମାନଙ୍କର ପାପ କ୍ଷମା କରିବେ।”


କେନାନ୍ ଏନୋଶଙ୍କ ପୁତ୍ର, ଏନୋଶ ଶେଥ୍‌ଙ୍କ ପୁତ୍ର, ଶେଥ୍ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର।


Swiv nou:

Piblisite


Piblisite