Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:23 - ପବିତ୍ର ବାଇବଲ (CL) NT (BSI)

23 ଯୀଶୁ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ ତିରିଶ ବର୍ଷ ହୋଇଥିଲା। ସେ ଲୋକମାନଙ୍କ ନିକଟରେ ଯୋସେଫଙ୍କ ପୁତ୍ର ରୂପେ ପରିଚିତ ଥିଲେ। ଯୋସେଫ ହେଲୀଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,

Gade chapit la Kopi

ଓଡିଆ ବାଇବେଲ

23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶି ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ

23 ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର। ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 3:23
20 Referans Kwoze  

ଏ କ’ଣ ସେ ବଢ଼େଥର ପୁଅ ନୁହଁନ୍ତି? ମରିୟମ କ’ଣ ତାଙ୍କର ମାଆ ନୁହଁନ୍ତି? ଯାକୁବ କ’ଣ ତାଙ୍କର ଭାଇ ନୁହଁନ୍ତି?


ଶ୍ରଦ୍ଧେୟ ଥିୟୋଫିଲ୍‌ସ, ମୋର ପ୍ରଥମ ପୁସ୍ତକରେ ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ


ସେମାନେ କହିଲେ, “ଏହି ବ୍ୟକ୍ତି ଯୋସେଫଙ୍କ ପୁଅ ଯୀଶୁ ନୁହଁନ୍ତି କି? ତାଙ୍କ ପିତାମାତାଙ୍କୁ ଆମେ ଜାଣୁ। ତେବେ ସେ ସ୍ୱର୍ଗରୁ ଆଗତ ବୋଲି କିପରି କହୁଛନ୍ତି?”


ଏଥିରେ ସମସ୍ତେ ଚମକ୍ରୃତ ହେଲେ ଓ ତାଙ୍କର ଓଜସ୍ୱିନୀ କଥାରେ ଅଭିଭୂତ ହୋଇ କହିଲେ, “ଏ କ’ଣ ଯୋସେଫର ପୁଅ ନୁହେଁ?”


ଏ କ’ଣ ମରିୟମଙ୍କ ପୁତ୍ର ସେହି ବଢ଼େଇ ନୁହିଁନ୍ତି? - ଏ କ’ଣ ଯାକୁବ, ଯୋସେଫ, ଯିହୂଦା ଓ ଶିମୋନଙ୍କର ଭାଇ ନୁହଁନ୍ତି? ତାଙ୍କ ଭଉଣୀମାନେ କ’ଣ ଆମ ସହିତ ଏଠାରେ ରହୁ ନାହାନ୍ତି?” ଏହା କହି ସେମାନେ ଯୀଶୁଙ୍କୁ ଉପେକ୍ଷା କଲେ।


ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।


ଏହି ଯୋସେଫ ମରିୟମଙ୍କୁ ବିବାହ କରିଥିଲେ। ମରିୟମଙ୍କ ଗର୍ଭରେ ଯୀଶୁ ଜନ୍ମ ଗ୍ରହଣ କଲେ। ଯୀଶୁଖ୍ରୀଷ୍ଟ ମସୀହ ନାମରେ ମଧ୍ୟ ପରିଚିତ।


ଏଲିୟାକିମ୍ ମେଲିଆଙ୍କ ପୁତ୍ର, ମେଲିଆ ମେନ୍ନାଙ୍କ ପୁତ୍ର, ମେନ୍ନା ମତାଥାଙ୍କ ପୁତ୍ର, ମତାଥା ନାଥନ୍‌ଙ୍କ ପୁତ୍ର, ନାଥନ୍ ଦାଉଦଙ୍କ ପୁତ୍ର,


ଯିଶୟଙ୍କ ପୁତ୍ର ଦାଉଦ ରାଜା। ଦାଉଦଙ୍କ ପୁତ୍ର ଶଲୋମନ (ଶଲୋମନଙ୍କ ମାତା ପୂର୍ବେ ଉରିୟଙ୍କ ପତ୍ନୀ ଥିଲେ);


ଅବ୍ରାହାମ୍ ଓ ଦାଉଦଙ୍କ ବଂଶଧର ଯୀଶୁଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ବଂଶାବଳୀ -


ତାଙ୍କୁ ଦେଖି ତାଙ୍କର ପିତାମାତା ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କର ମା’ ତାଙ୍କୁ ପଚାରିଲେ, “ପୁଅରେ, ତୁ ଆମ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ତୋତେ ଖୋଜି ଖୋଜି ତୋର ବାପା ଓ ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ିଛୁ।”


ଫିଲିପ୍ ନିଥ୍ନିୟେଲଙ୍କୁ ଭେଟି କହିଲେଏ “ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋଷେଫଙ୍କ ପୁତ୍ର ଯୀଶୁ।”


Swiv nou:

Piblisite


Piblisite