Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:22 - ପବିତ୍ର ବାଇବଲ (CL) NT (BSI)

22 ଏବଂ ପବିତ୍ର ଆତ୍ମା ଏକ କପୋତ ରୂପରେ ତାଙ୍କ ଉପରେ ଅବତରଣ କଲେ। ସ୍ୱର୍ଗରୁ ଏହି ବାଣୀ ଉଚ୍ଚାରିତ ହେଲା, “ତୁମେ ମୋର ପ୍ରିୟ ପୁତ୍ର, ତୁମ ପ୍ରତି ମୁଁ ଅତୀବ ପ୍ରୀତ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି ପବିତ୍ର ଆତ୍ମା ଦୈହିକଭାବେ କପୋତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ, ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।

Gade chapit la Kopi

ପବିତ୍ର ବାଇବଲ

22 ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 3:22
21 Referans Kwoze  

ଯୋହନ ସାକ୍ଷ୍ୟ ଦେଇ କହିଲେ: “କପୋତ ରୂପରେ ପରମାତ୍ମା ସ୍ୱର୍ଗରୁ ଓହ୍ଲାଇ ଆସି ତାଙ୍କ ଉପରେ ଅଧିଷ୍ଠାନ କରିବା ମୁଁ ଦେଖିଲି।


ପିତର ଏହା କହିବାବେଳେ ଗୋଟିଏ ଉଜ୍ଜଳ ମେଘ ସେମାନେ ମୁଣ୍ଡ ଉପରକୁ ଭାସି ଆସିଲାଓ ସେଥରୁ ଗେଟିଏ ସ୍ୱର ଶୁଭିଲା, “ଏ ମୋର ପ୍ରୟ ପୁତ୍ର, ଏହାଙ୍କଠାରେ ମୁଁ ଅତ୍ୟନ୍ତ ପ୍ରୀତ। ତାଙ୍କ କଥା ମନଦେଇ ଶୁଣ।”


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”


ମନୁଷ୍ୟମାନେ ଯେଉଁ ଜୀବନ୍ତ ପ୍ରସ୍ତର ସ୍ୱରୁପ ପ୍ରଭୁଙ୍କୁ ମୂଲ୍ୟହୀନ ଭାବି ପ୍ରତ୍ୟାଖ୍ୟାନ କଲେ, ତାଙ୍କ ନିକଟକୁ ଆସ, କାରଣ ସେ ଈଶ୍ୱରଙ୍କ ଦ୍ୱାରା ବହୁମୂଲ୍ୟ ବିହବେଚିତ ହୋଇ ମନୋନୀତ ହୋଛନ୍ତି।


“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ। ମୋର ଆତ୍ମା ତା’ ଉପରେ ଅବତରଣ କରିବ; ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।


ସେ ଅନ୍ଧକାରର ଶକ୍ତିରୁ ଆମକୁ ରକ୍ଷା କରିଛନ୍ତି ଓ ନିରାପଦରେ ଆମ୍ଭମାନଙ୍କୁ ତାଙ୍କ ପ୍ରିୟ ପୁତ୍ରଙ୍କ ରାଜ୍ୟକୁ ଆଣିଛନ୍ତି।


ସେତେବେଳେ ସେ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ରରେ ଏହି ଯେଉଁ ଅଂଶ ଶୁଣିଲ, ତାହା ଆଜି ସଫଳ ହେଲା।”


ସେ ନିଜକୁ ଈଶ୍ୱରଙ୍କ ପୁତ୍ର କହି ଈଶ୍ୱରଙ୍କ ଉପରେ ଭରସା ରଖିଛି। ଆଚ୍ଛା ଦେଖିବା, ଈଶ୍ୱର ତାକୁ ରକ୍ଷା କରିବାକୁ ଚାହୁଁଛନ୍ତି କି ନା।”


ସେତେବେଳେ ଯୀଶୁ ଗାଲିଲୀରୁ ଆସି ଜଳଦୀକ୍ଷା ଗ୍ରହଣ କରିବା ପାଇଁ ଯର୍ଦ୍ଦନ ନଦୀକୂଳରେ ଯୋହନଙ୍କ ନିକଟରେ ଉପସ୍ଥିତ ହେଲେ।


ଯୀଶୁ ଦୀକ୍ଷିତ ହୋଇ ଜଳରୁ ଉଠି ଆସିବାମାତ୍ରେ ସେ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଛି ଏବଂ ପରମାତ୍ମା କପୋତରୂପେ ତାଙ୍କ ଉପରେ ଅବତରଣ କଲେ।


ସେହି ସମୟରେ ଯୀଶୁ ଗାଲିଲୀ ପ୍ରଦେଶର ନାଜରିତରୁ ଆସି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଗ୍ରହଣ କଲେ।


ପୁଣି ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଲା; “ତୁମେ ମୋର ପ୍ରିୟ ପୁତ୍ର। ତୁମ ଉପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”


ହଠାତ୍ ଆକାଶରେ ଗୋଟିଏ ମେଘ ଦେଖାଗଲା ଓ ତା’ର ଛାୟା ସେମାନଙ୍କୁ ଆଚ୍ଛାଦନ କଲା। ପୁଣି ସେହି ମେଘ ଭିତରୁ ଗୋଟିଏ ବାଣୀ ଶୁଣାଗଲା: “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣ।”


“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”


ମୋର ପ୍ରେରଣକାରୀ ପିତା ଈଶ୍ୱକର ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି। ତୁମ୍ଭେମାନେ ତାଙ୍କ ସ୍ୱର ଶୁଣି ନାହଁ, କିମ୍ବା ତାଙ୍କୁ ଦେଖି ନାହଁ।


ପିତା, ତୁମ ନାମ ମହିମାନ୍ୱିତ ହେଉ।” ଏହି ସମୟରେ ଊଦ୍ଧ୍ୱର୍ରୁ ଏକ ବାଣୀ ଶୁଣାଗଲା, “ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ।”


Swiv nou:

Piblisite


Piblisite