Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:14 - ପବିତ୍ର ବାଇବଲ (CL) NT (BSI)

14 କେତେକ ସୈନିକ ମଧ୍ୟ ତାଙ୍କୁ ପଚାରିଲେ, “ଆମର କ’ଣ ହେବ? ଆମେ କ’ଣ କରିବା?” ସେ ସେମାନଙ୍କୁ କହିଲେ, “ବଳପୂର୍ବକ କାହାଠାରୁ ଅର୍ଥ ନିଅ ନାହିଁ, ଅବା କାହା ପ୍ରତି ମିଥ୍ୟା ଦୋଷାରୋପ କର ନାହିଁ। ନିଜ ନିଜ ବେତନରେ ସନ୍ତୁଷ୍ଟ ହୁଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସୈନିକମାନେ ମଧ୍ୟ ତାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ, ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।

Gade chapit la Kopi

ଓଡିଆ ବାଇବେଲ

14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କ'ଣ କରିବା ? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।

Gade chapit la Kopi

ପବିତ୍ର ବାଇବଲ

14 ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?” ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 3:14
15 Referans Kwoze  

ମୁଁ ନିଜକୁ ଅବହେଳିତ ମନେକରି ଏହି କଥା କହୁ ନାହିଁ, କାରଣ ମୋର ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିକ୍ଷା କରିଛି।


ଜଖିୟ ପ୍ରଭୁଙ୍କୁ କହିଲା, “ଗୁରୁ! ଶୁଣନ୍ତୁ! ମୁଁ ମୋ’ ସମ୍ପତ୍ତିର ଅଧେ ଦରିଦ୍ରମାନଙ୍କୁ ଦାନ କରିବି ଏବଂ ଯଦି ମୁଁ କାହାଠାରୁ କିଛି ଠକାଇ ନେଇଥାଏ, ତେବେ ଚାରି ଗୁଣରେ ତାକୁ ଫେରାଇ ଦେବି।”


ତାହାପରେ ମୁଁ ସ୍ୱର୍ଗରେ ଉଚ୍ଚ ଧ୍ୱନିରେ ଉଚ୍ଚାରିତ ଏକ ବାଣୀ ଶୁଣିଲି: “ବର୍ତ୍ତମାନ ଈଶ୍ୱରଙ୍କ ପରିତ୍ରାଣ ଉପସ୍ଥିତ। ତାଙ୍କର ରାଜଶକ୍ତି ପରାକ୍ରମ ଓ ତାଙ୍କ ମସୀହଙ୍କ କ୍ଷମତା ପ୍ରଦର୍ଶିତ ହୋଇଛି - ଯେଉଁ କୁଚକ୍ରୀ ଦିବାରାତ୍ର ଈଶ୍ୱରଙ୍କ ସମ୍ମୁଖରେ ଠିଆହୋଇ, ଆମ ଭାଇମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା, ସେ ଆଜି ସ୍ୱର୍ଗରୁ ବିତାଡ଼ିତ ହୋଇଛି।


ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।


ତାହାହେଲେ, ଏହି ଦୁର୍ନୀତିଗ୍ରସ୍ତ ଓ ପାପପୂର୍ଣ୍ଣ ଜଗତରେ ତୁମ୍ଭେମାନେ ଈଶ୍ୱରଙ୍କର ପବିତ୍ର ସନ୍ତାନସନ୍ତତି ପରି ନିର୍ଦ୍ଦୋଷ ଓ ଅମାୟିକ ଜୀବନ ଯାପନ କରିପାରିବ।


ଏହା କହି ସ୍ୱର୍ଗଦୂତ ଚାଲିଗଲେ। କର୍ଣ୍ଣୀଲିୟ ତାଙ୍କ ଘରର ଦୁଇ ଜଣ ଦାସ ଓ ସୈନିକ ଅନୁଚରମାନଙ୍କ ମଧ୍ୟରୁ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଡକାଇଲେ।


ଯୀଶୁ କର୍ପର୍ନାହୂମ ସହରରେ ପ୍ରବେଶ କରିବା ମାତ୍ର ଜଣେ ରୋମୀୟ ସେନାପତି ତାଙ୍କୁ ଭେଟି ଅନୁନୟ କରି କହିଲା,


ଲୋକମାନେ ତାଙ୍କୁ ପଚାରିଲେ, “ଆମେ ତେବେ କ’ଣ କରିବା?”


ସେ ସେମାନଙ୍କୁ କହିଲେ, “ଉଚିତ୍ ପରିମାଣଠାରୁ ଅଧିକ ଆଦାୟ କର ନାହିଁ।”


Swiv nou:

Piblisite


Piblisite