Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:1 - ପବିତ୍ର ବାଇବଲ (CL) NT (BSI)

1 ସମ୍ରାଟ ଟାଲବିରିୟସ୍‌ଙ୍କ ରାଜତ୍ୱର ପଞ୍ଚଦଶ ବର୍ଷରେ ପନ୍ତିୟ ପିଲାତ ଯିହୂଦା ପ୍ରଦେଶର ରାଜ୍ୟପାଳ ଥିଲେ। ହେରୋଦ ଗାଲିଲୀର ସାମନ୍ତ ରାଜା ଥିଲେ ଏବଂ ତାଙ୍କ ଭାଇ ଫିଲିପ ଇଟୁରିଆ ଓ ଟ୍ରାକୋନିଟିସ୍ର ଏବଂ ଲିସାନିଆସ୍ ଆବିଲିନ୍ର ସାମନ୍ତ ରାଜା ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତିବିରିଅ କାଇସରଙ୍କ ରାଜତ୍ଵର ପଞ୍ଚଦଶ ବର୍ଷରେ, ଯେତେବେଳେ ପନ୍ତୀୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାଙ୍କ ଭ୍ରାତା ଫିଲିପ୍ପ ଇତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ତିବିରିଅା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୁସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ

Gade chapit la Kopi

ପବିତ୍ର ବାଇବଲ

1 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲି‌ପ୍‌ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 3:1
19 Referans Kwoze  

ସେହି ସମୟରେ ସମଗ୍ର ରୋମ ରାଜ୍ୟରେ ଜନଗଣନା କରିବା ପାଇଁ ସମ୍ରାଟ ଅଗଷ୍ଟସ୍ ଆଦେଶ ଜାରି କଲେ।


ସେମାନେ ତାଙ୍କୁ ଶିକୁଳିରେ ବାନ୍ଧି ରୋମ ସାମ୍ରାଜ୍ୟର ପ୍ରାଦେଶିକ ଶାସକ ପିଲାତଙ୍କ ନିକଟକୁ ନେଇଗଲେ।


ତା’ପରେ ରାଜା, ରାଜ୍ୟପାଳ ଓ ବର୍ଣ୍ଣିସ୍ ଏବଂ ଅନ୍ୟ ସମସ୍ତେ ଯିବା ପାଇଁ ଉଠିଲେ।


ଏହିପରି ଦୁଇବର୍ଷ ଅତିବାହିତ ହେବା ପରେ ପୋର୍କିୟସ ଫେଷ୍ଟସ୍ ଫେଲିକ୍ସ୍ଙ୍କ ସ୍ଥାନରେ ରାଜ୍ୟପାଳ ରୂପେ ନିଯୁକ୍ତ ହେଲେ। ଫେଲିକ୍ସ୍ ଇହୁଦୀମାନଙ୍କର ପ୍ରିୟ ପାତ୍ର ହେବା ପାଇଁ ଲାଳାୟିତ ଥିବାରୁ ପାଉଲଙ୍କୁ ମୁକ୍ତ ନ କରି କାରାଗାରରେ ଛାଡ଼ି ଚାଲିଗଲେ।


“ମାନ୍ୟବର ରାଜ୍ୟପାଳ ଫେଲିକ୍ସ୍ଙ୍କୁ କ୍ଳଡିଅସ୍ ଲିସିଅସ୍ର ନମସ୍କାର।


କାରଣ ଏହି ନଗରୀରେ ହେରୋଦ ଓ ପନ୍ତୀୟ ପୀଲାତ ଅଣଇହୁଦୀ ଓ ଇଶ୍ରାୟେଲ ଲୋକମାନଙ୍କ ସହିତ ମିଶି ତୁମ ଦ୍ୱାରା ନିଯୁକ୍ତ ମସୀହ, ତୁମ ପବିତ୍ର ଦାସଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ।


ପିଲାତ ସେମାନଙ୍କ ଇଚ୍ଛାନୁଯାୟୀ ଯୀଶୁଙ୍କ ପ୍ରତି ମୃତ୍ୟୁ ଦଣ୍ଡାଦେଶ ଦେଲେ ଓ


ଗାଲିଲୀର ଶାସନକର୍ତ୍ତା ହେରୋଦ ଏ ସମସ୍ତ ଘଟଣା ଶୁଣି ଅତ୍ୟନ୍ତ ବିଚଳିତ ହେଲେ, କାରଣ ଦୀକ୍ଷାଦାତା ଯୋହନ ପୁଣି ଜୀବନ ପାଇଛନ୍ତି ବୋଲି କେତେକ କହୁଥିଲେ।


କିନ୍ତୁ ଯୋହନ ସାମନ୍ତ ରାଜା ହେରୋଦଙ୍କୁ ଅଧିକ ଦୃଢ଼ ଭାବରେ ଅନୁଯୋଗ କଲେ, କାରଣ ସେ ତାଙ୍କର ଭାଉଜ ହେରୋଦୀୟାଙ୍କୁ ବିବାହ କରିଥିଲେ ଏବଂ ଆହୁରି ଅନେକ ଅସତ୍ କାର୍ଯ୍ୟରେ ଲିପ୍ତ ଥିଲେ।


ହେରୋଦ ନିଜେ ଯୋହନଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ଏବଂ ଯୋହନ ବନ୍ଧା ହୋଇ କାରାଗାରରେ ନିକ୍ଷିପ୍ତ ହୋଇଥିଲେ। ହେରୋଦ ନିଜ ଭ୍ରାତୃପତ୍ନୀ ହେରୋଦିଆକୁ ବିବାହ କରିଥିବାରୁ ଯୋହନ


ଏଥି ପୂର୍ବରୁ ହେରୋଦ ଯୋହନଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ଓ ତାଙ୍କୁ ଶିକୁଳିରେ ବାନ୍ଧି ବନ୍ଦୀଶାଳାରେ ନିକ୍ଷେପ କରିଥିଲେ। ତାଙ୍କ ଭାଇ ଫିଲିପ୍‌ଙ୍କ ସ୍ତ୍ରୀ ହେରୋଦିଆଙ୍କ ଯୋଗୁଁ ସେ ଏହା କରିଥଲେ।


ସେହି ସମୟରେ ଗାଲିଲୀର ଶାସକ ହେରୋଦ ଯୀଶୁଙ୍କ ବିଷୟରେ ଶଉଣିଲେ।


ହେରୋଦଙ୍କ ଜନ୍ମଦିନରେ ହେରୋଦିଆଙ୍କ କନ୍ୟା ଅତିଥିମାନଙ୍କ ସମ୍ମୁଖରେ ନୃତ୍ୟ କରିଥିଲା।


ତେବେ କହନ୍ତୁ, ଏ ବିଷୟରେ ଆପଣଙ୍କର ମତ କଅଣ? ରୋମ୍ ସମ୍ରାଟଙ୍କୁ କର ଦେବା ଆମ ଧର୍ମଶାସ୍ତ୍ର ବ୍ୟବସ୍ଥା ଅନୁସାରେ ଉଚିତ୍ ନା ଅନୁଚିତ୍?”


ଥରେ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ହେରୋଦଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଭୋଜିକୁ ମୁଖ୍ୟ ରାଜକର୍ମଚାରୀ, ସେନାଧ୍ୟକ୍ଷ ଓ ଗାଲିଲୀର ନେତୃସ୍ଥାନୀୟ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ ଆସିଥିଲେ।


ସେହି ସମୟରେ କେତେକ ଫାରୁଶୀ ଯୀଶୁଙ୍କ ପାଖକୁ ଆସି କହିଲେ, “ଆପଣ ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଆନ୍ତୁ। କାରଣ ହେରୋଦ ଆପଣଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି।”


Swiv nou:

Piblisite


Piblisite