Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 24:44 - ପବିତ୍ର ବାଇବଲ (CL) NT (BSI)

44 ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥା ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖା ଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।

Gade chapit la Kopi

ଓଡିଆ ବାଇବେଲ

44 ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତାରେ ଧର୍ମଶାସ୍ତ୍ରରେ ମୋ' ବିଷୟରେ ଯାହା ଯାହା ଲେଖା ଅଛି, ସେହି ସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ପୁଣି, ସେ ସେମାନଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖାଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।”

Gade chapit la Kopi

ପବିତ୍ର ବାଇବଲ

44 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 24:44
88 Referans Kwoze  

ପୁଣି ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବହୁତ ଦୁଃଖ ଭୋଗ କରିବେ ଓ ଇହୁଦୀ ନେତା, ମୁଖ୍ୟଯାଜକ ଓ ଧର୍ମଗୁରୁମାନଙ୍କ ଦ୍ୱାରା ପରିତ୍ୟକ୍ତ ହେବେ। ସେ ମୃତ୍ୟୁ ଭୋଗ କରିବେ, କିନ୍ତୁ ତୃତୀୟ ଦିବସରେ ସେ ଜୀବିତ ହୋଇ ଉଠିବେ।”


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ଇହୁଦୀୟ ବ୍ୟବସ୍ଥା ବାସ୍ତବ ବିଷୟର ଏକ ପୂର୍ଣ୍ଣଙ୍ଗ ଓ ଅବିକଳ ଚିତ୍ର ନୁହେଁ, ଏହା ଆଗାମୀ ଉତ୍କୃଷ୍ଟ ବିଷୟର ଏକ ଅସ୍ପଷ୍ଟ ସୂଚନା ମାତ୍ର। ସର୍ବଦା ବର୍ଷକୁ ବର୍ଷ ସେହି ଏକ ପ୍ରକାରେ ବଳିଦାନ ଉତ୍ସର୍ଗ କରାଯାଉଛି। ଯେଉଁମାନେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ବ୍ୟବସ୍ଥାର ସେହିସବୁ ବଳିଦାନ ଦ୍ୱାରା ସେମାନେ କଅଣ ସଦ୍ଧ ହୋଇ ପାରୁଛନ୍ତି?


ତୁମ୍ଭେମାନେ ଯଦି ପ୍ରକୃତରେ ମୋଶାଙ୍କୁ ବିଶ୍ୱାସ କରୁଥାଅ, ମୋତେ ମଧ୍ୟ ବିଶ୍ୱାସ କରିବ- କାରଣ ମୋଶା ମୋ’ ସମ୍ପର୍କରେ ଲେଖିଛନ୍ତି।


ଏହି ସମସ୍ତ ବିଷୟରୁ ପବିତ୍ରଆତ୍ମା ଏ କଥା ସ୍ପଷ୍ଟଭାବେ ଶିକ୍ଷା ଦେଇଛନ୍ତି ଯେ, ପ୍ରଥମ ପ୍ରକୋଷ୍ଠ ଥିବା ଯାଏ, ମହାପବିତ୍ର ସ୍ଥାନକୁ ଯିବାର ପଥ ଉନ୍ମୁକ୍ତ ହୋଇ ନାହିଁ।


ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେ କରି ସେ ସବୁ ତୁମେ ଅଧ୍ୟୟନ କରିଥାଅ। ସେହିସବୁ ଶାସ୍ତ୍ର ମୋ’ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି,


ମୋଶା ମରୁପ୍ରାନ୍ତରରେ ଯେପରି ଗୋଟିଏ ଧାତୁନିର୍ମିତ ସର୍ପକୁ ଉପରକୁ ଉଠାଇଥିଲେ, ମନୁଷ୍ୟପୁତ୍ର ସେପରି ଊଦ୍ଧ୍ୱର୍କୁ ଉଠାଯିବେ।


ଓ ସେମାନଙ୍କୁ କହିଲେ: “ଏହି କଥା ହିଁ ତ ଲେଖା ଯାଇଛି - ମସୀହ ଦୁଃଖ ଭୋଗ କରିବେ ଓ ତିନି ଦିନ ପରେ ମୃତ୍ୟୁରୁ ଉତ୍ଥିତ ହେବେ


ଏହି ମଲ୍କିସେଦକ ଶାଲେମର ରାଜ ଏବଂ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ଅବ୍ରାହାମ ଯେତେବେଳେ ଚାରିଜଣ ରାଜାକୁ ପରାସ୍ତ କରି ଯୁଦ୍ଧରୁ ଫେରୁଥିଲେ, ସେତେବେଳେ ମଲ୍କିସେଦକ ତାଙ୍କୁ ସାକ୍ଷାତ କରି ଆର୍ଶୀବାଦ କରିଥିଲେ।


ସେବକ ଭାବରେ ମୋଶା ଈଶ୍ୱରଙ୍କ ଗୃହରେ ବିଶ୍ୱସ୍ତଭାବେ କାର୍ଯ୍ୟ କରିଥିଲେ ଏବଂ ଯେଉଁସବୁ ବିଷୟ ଈଶ୍ୱର ଭବିଷ୍ୟତରେ ଜଣାଇବାକୁ ଇଚ୍ଛା କରିଥିଲେ, ସେ ସର୍ମ୍ପକରେ ମୋଶା ସୂଚନା ଦେଇଥିଲେ।


ମୋଶା ନିଜେ ଇଶ୍ରାୟେଲର ଲୋକମାନଙ୍କୁ କହିଥିଲେ, ‘ଈଶ୍ୱର ମୋତେ ଯେପରି ପଠାଇଲେ, ସେପରି ତୁମ୍ଭମାନଙ୍କ ନିକଟକୁ ଜଣେ ଭାବବାଦୀ ପଠାଇବେ - ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ।’


କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ‘ସେ ଅପରାଧୀମାନଙ୍କ ସହ ସମଦଶା ଭୋଗ କଲେ’ ଧର୍ମଶାସ୍ତ୍ରରେ ଲିଖିତ ଏହି ଉକ୍ତି ମୋ’ଠାରେ ସଫଳ ହେବ; କାରଣ ମୋ’ ସମ୍ପର୍କରେ ଲିଖିତ ସମସ୍ତ ବିଷୟ ସଫଳ ହେବାକୁ ଯାଉଛି।”


କାରଣ ଧର୍ମଶାସ୍ତ୍ରରେ ସମସ୍ତ ଉକ୍ତି ଯେପରି ସଫଳ ହୁଏ, ସେଥିପାଇଁ ସେହି ଦିନଗୁଡ଼ିକ ‘ଦଣ୍ଡର ଦିନ’ ହେବ।


“ମୁଁ ତୁମ୍ଭମାନଙ୍କୁ ଯାହା କହୁବାକୁ ଯାଉଛି, ତାହା ଭୁଲିଯାଅ ନାହିଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି।”


ସେ ଯାହାହେଉ, ଭାବବାଦୀମାନେ ଶାସ୍ତ୍ରରେ ଯାହା ଯାହା ଲେଖିଛନ୍ତି, ସେସବୁ ସଫଳ ହେବା ପାଇଁ ଏହା ଘଟିଛି।” ଏତିକିବେଳେ ଶିଷ୍ୟମାନେ ସମସ୍ତେ ଯୀଶୁଙ୍କୁ ଛାଡ଼ି ପଳାଇ ଗଲେ।


କିନ୍ତୁ ତାହାହେଲେ ଏହିସବୁ ଘଟିବ ବୋଲି ଶାସ୍ତ୍ରରେ ଯାହା ଲେଖାଅଛି, ତାହା ସଫଳ ହେବ କିପରି?”


ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।”


ସେହି ଦାନ ତୁମ୍ଭେମାନେ କେବେ ଓ କିପରି ଭାବରେ ପାଇବ, ଜାଣିବା ପାଇଁ ସେମାନେ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ପରବର୍ତ୍ତୀ ଗୌରବ ପ୍ରାପ୍ତ ବିଷୟରେ ସୂଚନା ଦେଇଥିଲେ।


ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।


କାରଣ ଏହି ଅବସରରେ ଯୀଶୁ ଶିଷ୍ୟମାନଙ୍କୁ ବୁଝାଇ କହୁଥିଲେ, କିପରି ‘ମନୁଷ୍ୟପୁତ୍ର’ ଲୋକମାନଙ୍କ ହାତରେ ସମର୍ପିତ ହୋଇ ନିହତ ହେବେ, କିନ୍ତୁ କିପରି ତାଙ୍କ ମୃତ୍ୟୁର ତିନି ଦିନ ପରେ ସେ ପୁନରୁତ୍ôଥତ ହେବେ।


ଈଶ୍ୱର ଜଣେ ଭାବବାଦୀଙ୍କ ଦ୍ୱାରା ଯେଉଁ ଭବିଷ୍ୟବାଣୀ ଶୁଣାଇଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଥିଲା।


କାରଣ ତୁମେ ମୋତେ ମୃତମାନଙ୍କ ଜଗତରେ ପରିତ୍ୟାଗ କରିବ ନାହିଁ; ତୁମେ ତୁମର ବିଶ୍ୱସ୍ତ ସେବକଙ୍କୁ କବର ମଧ୍ୟରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।


ସାବଧାନ, ଭାବବାଦୀମାନେ ଯାହା କହିଛନ୍ତି, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ।


Swiv nou:

Piblisite


Piblisite