Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 24:4 - ପବିତ୍ର ବାଇବଲ (CL) NT (BSI)

4 ସେମାନେ ଏ ବିଷୟରେ ହତବୁଦ୍ଧି ହୋଇ ଠିଆ ହୋଇଥିବା ସମୟରେ, ହଠାତ୍ ଉଜ୍ଜ୍ୱଳ ଶୁଭ୍ର ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ପାଖରେ ଆସି ଠିଆହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ସେମାନେ ସେସମ୍ଵନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ଵଳବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;

Gade chapit la Kopi

ଓଡିଆ ବାଇବେଲ

4 ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;

Gade chapit la Kopi

ପବିତ୍ର ବାଇବଲ

4 ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ୟ କିଛି ବୁଝି ପାରିଲେ ନାହିଁ। ଏହି ଘଟଣାରେ ସେମାନେ ବିସ୍ମିତ ହୋଇଯାଇଥିବା ସମୟରେ ଉଜ୍ଜ୍ୱଳ ପୋଷାକ ପିନ୍ଧି ଦୁଇଜଣ ସ୍ୱର୍ଗଦୂତ ସେମାନଙ୍କ ପାଖରେ ଠିଆ ହେଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 24:4
9 Referans Kwoze  

ପୁଣି କବର ଭିତରକୁ ଯାଇ ଦେଖିଲେ ଯେ ସେଠାରେ ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବକ କବରର ଦକ୍ଷିଣ ପାଶ୍ୱର୍ରେ ବସିଛନ୍ତି। ଏସବୁ ଦେଖି ସେମାନେ ଭୟଭୀତ ହେଲେ।


ସେ ଉଦ୍ଧ୍ୱର୍କୁ ଯିବା ପରେ ମଧ୍ୟ ସେମାନେ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁ ରହିଥିଲେ। ଶୁଭ୍ର ବସ୍ତ୍ର ପରିହିତ ଦୁଇ ବ୍ୟକ୍ତି ହଠାତ୍ ସେମାନଙ୍କ ପାଖରେ ଆସି ଠିଆ ହୋଇ କହିଲେ,


ସେତେବେଳେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କ ଉପରେ ପ୍ରଭୁ୍ଙ୍କ ମହିମା ପ୍ରକାଶିତ ହେଲା। ସେମାନେ ଅତିଶୟ ଭୟଭୀତ ହେଲେ।


ଭୟଭୀତ ହୋଇ ସ୍ତ୍ରୀ ଲୋକମାନେ ନତମସ୍ତକ ହୋଇ ଠିଆହେଲେ। ଦିବ୍ୟପୁରୁଷମାନେ ସେମାନଙ୍କୁ କହିଲେ, “ଯେ ଜୀବିତ, ତୁମ୍ଭେମାନେ ତାଙ୍କୁ ମୃତମାନଙ୍କ ମଧ୍ୟରେ କାହିଁକି ଖୋଜୁଛ?


ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ଠିଆ ହେଲେ ଓ କୋଠରୀଟି ଆଲୋକରେ ଉଦ୍ଭାସିତ ହେଲା। ସ୍ୱର୍ଗଦୂତ ପିତରଙ୍କ କାନ୍ଧକୁ ହଲାଇ ତାଙ୍କୁ ନିଦରୁ ଉଠାଇ କହିଲେ, “ଶୀଘ୍ର ଉଠ!” ସଙ୍ଗେ ସଙ୍ଗେ ପିତରଙ୍କ ହାତରେ ବନ୍ଧା ଯାଇଥିବା ଜଞ୍ଜିର ଖସି ପଡ଼ିଲା।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


Swiv nou:

Piblisite


Piblisite