Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 23:5 - ପବିତ୍ର ବାଇବଲ (CL) NT (BSI)

5 କିନ୍ତୁ ସେମାନେ ବାରମ୍ବାର ଜୋର୍ ଦେଇ କହିଲେ, “ତାହାର ଶିକ୍ଷା ଦ୍ୱାରା ସେ ସମଗ୍ର ଯିହୂଦାର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି। ସେ ତାହା ଗାଲିଲୀରେ ଆରମ୍ଭ କଲା ଓ ବର୍ତ୍ତମାନ ଏଠାକୁ ଆସିଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ସେମାନେ ଆହୁରି ଦୃଢ଼ ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଯିହୁଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଯିହୂଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ତ ଗାଲିଲୀ ପ୍ରଦେଶଠାରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ଶିକ୍ଷା ଦେଇ ଲୋକସାଧାରଣଙ୍କୁ ମତାଉଅଛି।

Gade chapit la Kopi

ପବିତ୍ର ବାଇବଲ

5 ସେମାନେ କିନ୍ତୁ ବାରମ୍ବାର କହିଲେ, “ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। ଯିହୂଦାର ଗ୍ଭରିଆଡ଼େ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀରେ ଆରମ୍ଭ କରିଥିଲେ। ଏବେ ସେ ଏଠାରେ ଅଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 23:5
24 Referans Kwoze  

ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଲେ। ବାଟରେ ଫିଲିପ୍ ନାମକ ଜଣେ ବ୍ୟକ୍ତିକୁ ଭେଟି କହିଲେ, “ମୋ’ ସଙ୍ଗରେ ଆସ।” (


ଯୋହନ କାରାରୁଦ୍ଧ ହେବା ପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ।


ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ।


ଯୁକ୍ତିତର୍କ ଏନେ ଭୀଷଣ ଆକାର ଧାରଣ କଲା ଯେ, ଜନତା ପାଉଲଙ୍କୁ କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ସୈନ୍ୟାଧ୍ୟକ୍ଷଙ୍କର ଆଶଙ୍କା ହେଲା। ତେଣୁ ସେ ଗଣ୍ଡଗୋଳକାରୀମାନଙ୍କ ଭିତରୁ ପାଉଲଙ୍କୁ ଉଦ୍ଧାର କରି ତାଙ୍କୁ ଦୁର୍ଗ ମଧ୍ୟକୁ ନେଇଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ।


ଏହି ଯୀଶୁ ସମସ୍ତଙ୍କର ପ୍ରଭୁ। ଯୋହନ ମନ ପରିବର୍ତ୍ତନ ଓ ଜଳଦୀକ୍ଷାର ସମ୍ବାଦ ପ୍ରଚାର କରିବା ପରେ, ଗାଲିଲୀକୁ ଆରମ୍ଭ କରି ସମଗ୍ର ଇଶ୍ରାଏଲ ଦେଶରେ ଯେଉଁ ବିଶେଷ ଘଟଣାମାନ ଘଟିଗଲା, ତାହା ତୁମ୍ଭେମାନେ ଜାଣ।


ଚିକ୍ରାର କରି ମହାସଭାର ସଦସ୍ୟମାନେ ଏହି କଥା ନ ଶୁଣିବାକୁ କାନରେ ହାତ ଦେଲେ। ତା’ପରେ ସେମାନେ ଏକଜୁଟ ହୋଇ ତାଙ୍କ ଆଡ଼କୁ ମାଡ଼ି ଆସିଲେ।


ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ଭାଷଣ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ, ତାଙ୍କ ପ୍ରତି ରାଗରେ ଦାନ୍ତ ରଗଡ଼ିଲେ।


ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।


କିନ୍ତୁ ସେମାନେ ଚିକ୍ରାର କଲେ, “ତାକୁ ମରି ଦିଅ- ମାରି ପକାଅ, ତାକୁ କ୍ରୁଶରେ ଚଢ଼ାଅ।” ପିଲାତ ପଚାରିଲେ, “ମୁଁ ତୁମ ରାଜାଙ୍କୁ କ୍ରୁଶରେ ଚଢ଼ାଏ, ଏହା କ’ଣ ତୁମେ ଚାହଁ?” ଯାଜକମାନେ ଉତ୍ତର ଦେଲେ, “କେବଳ ସମ୍ରାଟ ହିଁ ଆମର ଏକମାତ୍ର ରାଜା।”


ଅନ୍ୟମାନେ ତାଙ୍କୁ ଉତ୍ତର ଦେଇ କହିଲେ, “ତୁମେ ମଧ୍ୟ କ’ଣ ଗାଲିଲୀର ଲୋକ? ଭଲ କରି ଶାସ୍ତ୍ର ଅଧ୍ୟୟନ କର। ତାହାହେଲେ ଗାଲିଲୀରେ କୌଣସି ଭାବବାଦୀ ଜନ୍ମ ହୋଇ ପାରିବେ ନାହିଁ, ଏ କଥା ତୁମେ ଜାଣି ପାରିବା।”


କେହି କେହି କହିଲେ, “ସେ ମସୀହ।” କିନ୍ତୁ ଅନ୍ୟମାନେ କହିଲେ, “ମସୀହଙ୍କ ଆବିର୍ଭାବ ଗାଲିଲୀରୁ ହୋଇ ପାରିବ ନାହିଁ।


କିନ୍ତୁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସେମାନେ ଖୁବ୍ ଜୋର୍ରେ ଚିକ୍ରାର କଲେ, ଶେଷର ସେମାନଙ୍କ ଚିକ୍ରାରର ଜୟ ହେଲା।


ଯୀଶୁ ସେ ସ୍ଥାନ ଛାଡ଼ି ଚାଲି ଯାଉଥିବାବେଳେ ଧର୍ମଗୁରୁ ଓ ଫାରୁଶୀମାନେ ତାଙ୍କୁ ତୀବ୍ର ସମାଲୋଚନା କଲେ ଓ ପ୍ରତ୍ୟେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।


ଯେତେବେଳେ ପିଲାତ ଦେଖିଲେ ଯେ ସେମାନଙ୍କୁ ଆଉ କହି କିଛି ଲାଭ ନାହିଁ, ବରଂ ଶାନ୍ତି ଭଙ୍ଗର ଆଶଙ୍କା ଅଛି, ସେ ଅଳ୍ପ ଜଳ ନେଇ, ଲୋକମାନଙ୍କ ସମ୍ମୁଖରେ ହାତ ଧୋଇ ପକାଇ କହିଲେ, “ଏ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ଏହା ତୁମର କାମ।”


ହେରୋଦଙ୍କ ରାଜତ୍ୱ ସମୟରେ ଇହୁଦା ପ୍ରଦେଶର ବେଥ୍ଲେହିମ ସହରରେ ଯୀଶୁ ଜନ୍ମ ଗ୍ରହଣ କଲେ। ଏହାର ଅଳ୍ପ ସମୟ ପରେ ପୂର୍ବ ଦେଶରେ କେତେଜଣ ଜ୍ୟୋତିର୍ବିଦ ଯିରୂଶାଲମକୁ ଆସି ପଚାରିଲେ,


ଯୀଶୁ ତାଙ୍କର ବାରଜଣ ଶିଷ୍ୟଙ୍କୁ ଏହି ସବୁ ନିର୍ଦ୍ଦେଶ ଦେଇ ସାରବା ପରେ ନିକଟବର୍ତ୍ତୀ ସହରମାନଙ୍କୁ ଯାଇ ଶିକ୍ଷା ଦେବାକୁ ଓ ପ୍ରଚାର କରିବାକୁ ଲାଗିଲେ।


ପିଲାତ ଏ କଥା ଶୁଣି ପଚାରିଲେ, “ଏ କ’ଣ ଜଣେ ଗାଲିଲୀୟ ଲୋକ?”


Swiv nou:

Piblisite


Piblisite