Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 23:2 - ପବିତ୍ର ବାଇବଲ (CL) NT (BSI)

2 ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, “ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତାଉଥିବାରୁ ଓ ନିଜକୁ ମସୀହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକି ରାଜଦ୍ରୋହୀ କରାଉଅଛି ଏବଂ କାଇସରଙ୍କୁ କର ଦେବା ପାଇଁ ନିଷେଧ କରୁଅଛି ଓ ଆପଣାକୁ ଅଭିଷିକ୍ତ ରାଜା ବୋଲି କହୁଅଛି।

Gade chapit la Kopi

ଓଡିଆ ବାଇବେଲ

2 ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହୀ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି।

Gade chapit la Kopi

ପବିତ୍ର ବାଇବଲ

2 ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 23:2
33 Referans Kwoze  

ଏହା ଶୁଣି ପିଲାତ ଯୀଶୁଙ୍କୁ ମୁକ୍ତ କରି ଦେବା ପାଇଁ ଉପାୟ ଚିନ୍ତା କଲେ। କିନ୍ତୁ ଜନତା ଚିକ୍ରାର କଲେ, “ଯଦି ତୁମେ ତାକୁ ଛାଡ଼ିଦିଅ, ତାହାହେଲେ ତୁମେ ସମ୍ରାଟଙ୍କ ବନ୍ଧଉ ନୁହଁ, ଯେ ନିଜକୁ ରାଜା ବୋଲି ଦାବୀ କରେ, ସେ ସମ୍ରାଟଙ୍କ ଶତ୍ରୁ।”


“ତୁମେ ଏହି ଲୋକକୁ ମୋ’ ନିକଟକୁ ଆଣିଛ ଓ ସେ ଜନତାକୁ ବିଭ୍ରାନ୍ତ କରୁଥିଲା ବୋଲି କହୁଛ। ମୁଁ ତାକୁ ପରୀକ୍ଷା କଲି; କିନ୍ତୁ ତୁମେ ଅଭିଯୋଗ କରିଥିବା କୌଣସି ଦୋଷ ତା’ଠାରେ ପାଉ ନାହିଁ।


ଏହି ଲୋକଟା ଭୟଙ୍କର ଗଣ୍ଡଗୋଳିଆ ବୋଲି ଆମେ ଜାଣୁ; ସେ ପୃଥିବୀରେ ସବୁଆଡ଼େ ବୁଲି ଇହୁଦୀମାନଙ୍କୁ ଶାନ୍ତି ଭଙ୍ଗ କରିବାକୁ ମତାଉଛି। ସେ ନାଜରିତୀୟ ଦଳର ଜଣେ ନେତା।


ସେମାନେ ଉତ୍ତର ଦେଲେ, “ସେ ସେପରି ଅପରାଧ କରି ନ ଥିଲେ, ତାଙ୍କୁ ଆପଣଙ୍କ ପାଖକୁ ଆଣି ନ ଥାଆନ୍ତୁ।”


ଯୀଶୁ କହିଲେ, “ତା’ହେଲେ, ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ; ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ।” ଯୀଶୁଙ୍କର ଏ କଥାରେ ସେମାନେ ହତବାକ୍ ହେଲେ।


ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର”। ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହ ଈଶ୍ୱରଙ୍କୁ ଦିଅ।”


ତେଣୁ ମୋ’ ବିରୁଦ୍ଧରେ ବର୍ତ୍ତମାନ ଆଣିଥିବା ଅଭିଯୋଗଗୁଡ଼ିକ ପାଇଁ ସେମାନେ ପ୍ରମାଣ ଦେଇପାରିବେ ନାହିଁ।


କିନ୍ତୁ ସେମାନେ ବାରମ୍ବାର ଜୋର୍ ଦେଇ କହିଲେ, “ତାହାର ଶିକ୍ଷା ଦ୍ୱାରା ସେ ସମଗ୍ର ଯିହୂଦାର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି। ସେ ତାହା ଗାଲିଲୀରେ ଆରମ୍ଭ କଲା ଓ ବର୍ତ୍ତମାନ ଏଠାକୁ ଆସିଛି।”


କିନ୍ତୁ ଆମେ ଏବେ ସେମାନଙ୍କୁ ଅପମାନିତ କରିବାକୁ ଚାହୁଁନୁ। ତୁମେ ହ୍ରଦକୁ ଯାଇ ବନଶୀ ପକାଅ। ପ୍ରଥମେ ଯେଉଁ ମାଛଟି ପଡ଼ିବ, ତା’ ପାଟିରୁ ଗୋଟିଏ ମୁଦ୍ରା ପାଇବ। ତାହା ନେଇ ମୋ’ ପାଇଁ ଓ ତୁମ ପାଇଁ ଓ ତୁମ ପାଇଁ ମନ୍ଦିର-ଶୁଳକକ ଦେଇଦିଅ।”


ଯୀଶୁଙ୍କୁ ସମ୍ମୁଖରେ ଦେଖି ରୋମୀୟ ଶାସକ ତାଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କ ରାଜା?” ଯୀଶୁ ତାଙ୍କୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”


ପିଲାତ ଯୀଶୁଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କର ରାଜା?”


ତେଣୁ ରାଜ୍ୟପାଳ ପିଲାତ ବାହାରକୁ ଆସି ସେମାନଙ୍କୁ ପଚାରିଲେ, “ଏହାଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ଅଭିଯୋଗ କ’ଣ?”


ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।


Swiv nou:

Piblisite


Piblisite