Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:8 - ପବିତ୍ର ବାଇବଲ (CL) NT (BSI)

8 ଯୀଶୁ ପିତର ଓ ଯୋହନଙ୍କୁ ଏହି କଥା କହି ପଠାଇଲେ, “ଯାଅ ଆମ ଖାଇବା ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।

Gade chapit la Kopi

ଓଡିଆ ବାଇବେଲ

8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”

Gade chapit la Kopi

ପବିତ୍ର ବାଇବଲ

8 ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”

Gade chapit la Kopi




ଲୂକ ଲିଖିତ ସୁସମାଚାର 22:8
12 Referans Kwoze  

ଶମିରୋଣର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମରେ ଥିବା ପ୍ରେରିତ ଶିଷ୍ୟମାନେ ଶୁଣି, ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।


କିନ୍ତୁ ପିତର ଓ ଯୋହନ ଉତ୍ତର ଦେଇ କହିଲେ, “ଆପଣଙ୍କର ବାଧ୍ୟ ହେବା, ଅବା ଈଶ୍ୱରଙ୍କର ବାଧ୍ୟ ହେବା - କେଉଁ ବିଷୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ, ତାହା ଆପଣମାନେ ବିଚାର କରନ୍ତୁ।


ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।


ସେ ଲୋକଟି ପିତର ଓ ଯୋହନଙ୍କ ସଙ୍ଗେ ସଙ୍ଗେ ରହିବାର ଦେଖି ଲୋକମାନେ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପ ନିକଟକୁ ଦୌଡ଼ିଗଲେ।


ଦିନେ ପିତର ଓ ଯୋହନ ପ୍ରାର୍ଥନା ସମୟ ଅପରାହ୍ନ ତିନିଟାବେଳେ ଉପାସନା ମନ୍ଦିରକୁ ଯାଉଥିଲେ।


ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।


କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ କଥାରେ ସମ୍ମତ ହୁଅ। କାରଣ ଏହା ଦ୍ୱାରା ଆମେ ଈଶ୍ୱରଙ୍କ ଇଚ୍ଛାନୁରୂପ କର୍ମ କରିପାରିବା।” ତେଣୁ ଯୋହନ ତାଙ୍କୁ ଜଳଦୀକ୍ଷା ଦେବାକୁ ରାଜି ହେଲେ।


ସେମାନେ ତାଙ୍କୁ ପଚାରିଲେ, “ଆମେ କେଉଁ ସ୍ଥାନରେ ଏହା ପ୍ରସ୍ତୁତ କରିବୁ ବୋଲି ଆପଣ ଚାହାଁନ୍ତି।”


ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖି ସେ ସେମାନଙ୍କୁ ଭିକ ମାଗିଲା।


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


Swiv nou:

Piblisite


Piblisite