Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:3 - ପବିତ୍ର ବାଇବଲ (CL) NT (BSI)

3 ଇତିମଧ୍ୟରେ ଯିହୂଦା ମନରେ ଶୟତାନ ପ୍ରବେଶ କଲା। ଯିହୂଦାର ଅନ୍ୟ ନାମ ଥିଲା ଇଷ୍କାରିୟୋଥ ଓ ସେ ବାର ଶିଷ୍ୟଙ୍କ ମଧ୍ୟରୁ ଜଣେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେତେବେଳେ ଦ୍ଵାଦଶଙ୍କ ସଂଖ୍ୟା ମଧ୍ୟରେ ଅନ୍ତର୍ଗତ ଇଷ୍କାରିୟୋତ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;

Gade chapit la Kopi

ଓଡିଆ ବାଇବେଲ

3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଈଷ୍କାରିୟୋଥ ନାମକ ଯିହୂଦା ଠାରେ ଶୟତାନ ପ୍ରବେଶ କଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;

Gade chapit la Kopi

ପବିତ୍ର ବାଇବଲ

3 ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 22:3
16 Referans Kwoze  

ସେ ଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରିଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଶୟତାନ ପ୍ରବର୍ତ୍ତାଇ ଥିଲା।


“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’


ପିତର ତାକୁ କହିଲେ, “ହନନୀୟ, ତୁମେ କାହିଁକି ଶୟତାନର ବଶୀଭୂତ ହୋଇ ଜମି ବିକ୍ରୀ କରି ପାଇଥିବା ଟଙ୍କାର କିଛି ପରିମାଣ ନିଜ ପାଇଁ ରଖି ପବିତ୍ରଆତ୍ମାଙ୍କ ସମ୍ମୁଖରେ ମିଥ୍ୟା କହିଲ? ସମ୍ପତ୍ତି ବିକ୍ରୟ କରିବା ପୂର୍ବରୁ ତାହା ତୁମର ଥିଲା;


“କିନ୍ତୁ ଦେଖ! ଯେ ମୋ’ ପ୍ରତି ବିଶ୍ୱାସଘାତକତା କରିବ, ସେ ଏହି ମେଜ ପାଖରେ ମୋ’ ସହିତ ଏଠାରେ ଅଛି!


ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।


ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋଥ୍ ଯିହୂଦା ଯେ ବିଶ୍ୱାସଘାତକ ହେଲା।


ଯୀଶୁ କହିଲେ, “ଯେ ମୋ’ ସହିତ ଏକାଠି ପାତ୍ରରେ ରୋଟୀ ବୁଡ଼ାଇବ, ସେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।


ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”


ଦେଶପ୍ରେମୀ ଶିମୋନ ଓ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଇଷକୋରିୟଥ୍ ଯିହୁଦା।


Swiv nou:

Piblisite


Piblisite