Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:16 - ପବିତ୍ର ବାଇବଲ (CL) NT (BSI)

16 କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ମୁଁ ଆଉ ଏହା ଭୋଜନ କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ପାଳନ କରିବି ନାହିଁ।

Gade chapit la Kopi

ଓଡିଆ ବାଇବେଲ

16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ ।"

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

16 ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ୱରଙ୍କ ରାଜ୍ୟରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ କେବେ ହେଲେ ନିସ୍ତାରପର୍ବର ଖାଦ୍ୟ ଆଉ ଖାଇବି ନାହିଁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 22:16
11 Referans Kwoze  

ଅନନ୍ତର ସ୍ୱର୍ଗଦୂତ ମୋତେ କହିଲେ, “ଲେଖି ରଖ, ଯେଉଁମାନେ ମେଷଶାବକଙ୍କର ବିବାହଭୋଜିକୁ ନିମନ୍ତ୍ରିତ ହୋଇଛନ୍ତି, ସେମାନେ ଭାଗ୍ୟବାନ।” ସେ ଆହୁରି ମଧ୍ୟ କହିଲେ, “ଏହା ଈଶ୍ୱରଙ୍କର ବାଣୀ - ନିରାଟ ସତ୍ୟ।”


ମେଜ ପାଖରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଏ କଥା ଶୁଣି ଯୀଶୁଙ୍କୁ କହିଲା, “ଈଶ୍ୱରଙ୍କ ରାଜ୍ୟରେ ଯେଉଁମାନେ ଭୋଜନରେ ବସିବେ, ସେମାନେ ଧନ୍ୟ।”


ମୋ’ ରାଜ୍ୟରେ ତୁମ୍ଭେମାନେ ମୋର ମେଜରେ ଭୋଜନ ପାନ କରିବ ଓ ତୁମ୍ଭେମାନେ ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ଶାସନ କରିବା ପାଇଁ ସିଂହାସନରେ ବସିବ।


ସେ ସମସ୍ତଙ୍କ ନିକଟରେ ନୁହେଁ, କେବଳ ଈଶ୍ୱରଙ୍କର ମନୋନୀତ ସାକ୍ଷୀ, ଅର୍ଥାତ୍ ଆମ୍ଭମାନଙ୍କ ନିକଟରେ ଦୃଶ୍ୟମାନ ହେଲେ। ଈଶ୍ୱର ତାଙ୍କୁ ପୁନରୁତ୍ଥିତ କଲା ପରେ ଆମେ ତାଙ୍କ ସହିତ ଭୋଜନ ପାନ କଲୁ।


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ମାଲିକ ଫେରିବା ପରେ ଯେଉଁ ଦାସମାନଙ୍କୁ ଜାଗ୍ରତ ଓ ପ୍ରସ୍ତୁତ ଥିବା ଦେଖନ୍ତି, ସେମାନେ କେଡ଼େ ଭାଗ୍ୟବାନ। ମୁଁ କହୁଛି, ମାଲିକ ନିଜର କଟି ବନ୍ଧନ କରି ସେମାନଙ୍କୁ ଭୋଜନକରେ ବସାଇବେ ଓ ଖାଦ୍ୟ ପରିବେଷଣ କରିବେ।


ସେ ସେମାନଙ୍କୁ କହିଲେ, “ମୋର ଦୁଃଖ ଭୋଗ ପୂର୍ବରୁ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ପର୍ବର ଭୋଜ ଖାଇବାକୁ ବହୁତ ଇଚ୍ଛା କରିଥିଲି!


ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଉ ଏ ଦ୍ରାକ୍ଷାରସ ପାନ କରିବି ନାହିଁ।”


Swiv nou:

Piblisite


Piblisite