Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:8 - ପବିତ୍ର ବାଇବଲ (CL) NT (BSI)

8 ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେଥିରେ ସେ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକେ ମୋʼ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ସେଥିରେ ଯୀଶୁ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେଥିରେ ଯୀଶୁ କହିଲେ, “ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ

8 ଯୀଶୁ କହିଲେ, “ସାବଧାନ! ଭ୍ରାନ୍ତହୁଅ ନାହିଁ। ମୋ’ ନାମ ବ୍ୟବହାର କରି ଅନେକ ଲୋକ ଆସିବେ। ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ’ ଏବଂ ‘ଉପଯୁକ୍ତ ସମୟ ଆସିଯାଇଛି।’ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅନୁସରଣ କରିବ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:8
26 Referans Kwoze  

ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।


ଏହିପରି କହି ତୁମ୍ଭମାନଙ୍କୁ କେହି କୌଣସି ପ୍ରକାରେ ପ୍ରତାରଣା ନ କରୁ। ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ନ ଘଟିବା ପର୍ଯ୍ୟନ୍ତ ଓ ସେହି ନରକଗାମୀ “ପାପାତ୍ମା” ଆତ୍ମପ୍ରକାଶ ନ କରିବା ପର୍ଯ୍ୟନ୍ତ ସେହି ଦିନ ଆସିବ ନାହିଁ।


ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ସେତେବେଳେ ଅନେକ ଭଣ୍ଡ ଭାବବାଦୀ ବାହାରି ଲୋକମାନଙ୍କୁ ବିଭ୍ରାନ୍ତ କରିବେ।


କିନ୍ତୁ ଦୁରାଚାରୀ ଓ ପ୍ରବଞ୍ଚକମାନଙ୍କ ଗତି ସର୍ବନାଶ ଆଡ଼କୁ - ସେମାନେ ଅନ୍ୟମାନଙ୍କୁ ଠକାଇ ଶେଷରେ ନିଜେ ଠକି ହୋଇଯିବେ।


ଅନେକ ପ୍ରତାରକ ଏବେ ଜଗତରେ ବିଚରଣ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଶରୀରରେ ଅବତାର ଗ୍ରହଣ କରିଥିଲେ ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଏପରି ବ୍ୟକ୍ତି ନିଶ୍ଚୟ ପ୍ରତାରକ, ସେ ଖ୍ରୀଷ୍ଟଙ୍କର ଶତ୍ରୁ!


ଲୋକେ ତୁମ୍ଭମାନଙ୍କୁ କହିବେ, ‘ସେଠାରେ ଦେଖ’ ଅବା ‘ଏଠାରେ ଦେଖ।’ କିନ୍ତୁ ଏହା ଖୋଜିବା ପାଇଁ ବାହାରକୁ ଯାଅ ନାହିଁ।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।


ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


ସେଥିପାଇଁ ମୁଁ କହିଛି, ତୁମେ ତୁମ ପାପରେ ମରିବ। ‘ମୁଁ ସ୍ୱୟଂ’ ସେହି - ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ, ନିଜ ପାପରେ ମରିବ।”


ପିତା ଈଶ୍ୱରଙ୍କଠାରୁ ଅଧିକାର ପ୍ରାପ୍ତ ହୋଇ ମୁଁ ଆସିଛି, କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରି ନାହଁ। ଅଥଚ ଜଣେ କେହି ତା’ ନିଜ ଇଚ୍ଛାରେ ଆସିଲେ, ତାକୁ ତୁମେ ସ୍ୱାଗତ କରୁଛ।


ସେ କହୁଥିଲେ: “ପାପ ପଥରୁ ଫେର, କାରଣ ସ୍ୱର୍ଗ ରାଜ୍ୟ ଶୀଘ୍ର ଆସୁଛି।”


ସେମାନେ ପଚାରିଲେ, “ଗୁରୁ, ଏହା କେବେ ଘଟିବ? ଆଉ ଏସବୁ ଘଟିବାର ଲକ୍ଷଣ କ’ଣ ହେବ?”


ଯୁଦ୍ଧ ଓ ବିପ୍ଲବର କଥା ଶୁଣିଲେ ଭୟ କର ନାହିଁ। ସେସବୁ ଅବଶ୍ୟ ଘଟିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶେଷ ସମୟ ସନ୍ନିକଟ।”


ତେଣୁ ସେ ସେମାନଙ୍କୁ କହିଲେ: “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊଦ୍ଧ୍ୱର୍ରେ ସ୍ଥାପନ କରିବ, ସେତେବେଳେ ବୁଝିପାରିବ, ପ୍ରକୃତରେ ‘ମୁଁ ସ୍ୱୟଂ ସେହି।’ ସେତେବେଳେ ତୁମ୍ଭେମାନେ ଜାଣିବ, ମୁଁ ନିଜ ଅଧିକାରରେ କିଛି କରେ ନାହିଁ। ପିତାଙ୍କଠାରୁ ଯାହା ଶିକ୍ଷା କରିଛି, ତାହା କହେ।


ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ ଦୁର୍ଜନମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏ ବିଷୟରେ ତୁମ୍ଭମାନଙ୍କର କୌଣସି ଭ୍ରାନ୍ତ ଧାରଣା ନ ରହୁ। ଲମ୍ଫଟୀ, ପ୍ରତିମାପୂଜକ, ବ୍ୟଭିଚାରୀ, ଅସ୍ୱାଭାବିକ ଯୌନକ୍ରିୟାରେ ଲିପ୍ତ ଲୋକମାନେ,


Swiv nou:

Piblisite


Piblisite