Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:7 - ପବିତ୍ର ବାଇବଲ (CL) NT (BSI)

7 ସେମାନେ ପଚାରିଲେ, “ଗୁରୁ, ଏହା କେବେ ଘଟିବ? ଆଉ ଏସବୁ ଘଟିବାର ଲକ୍ଷଣ କ’ଣ ହେବ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ?

Gade chapit la Kopi

ଓଡିଆ ବାଇବେଲ

7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ ? ପୁଣି, ଯେଉଁ ସମୟରେ ଏହି ସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କ'ଣ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ?

Gade chapit la Kopi

ପବିତ୍ର ବାଇବଲ

7 କେତେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ଏସବୁ ଘଟଣା କେବେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?”

Gade chapit la Kopi




ଲୂକ ଲିଖିତ ସୁସମାଚାର 21:7
13 Referans Kwoze  

“ତୁମେ ସେହି ‘ଧ୍ୱଂସକାରୀ ଅଶୁଚି ବସ୍ତୁକୁ ଦେଖିବ - ଯେଉଁଠାରେ ତାହାର ରହିବା ଅନୁଚିତ, ସେଇଠି ତାକୁ ଦେଖିବ” - (ପାଠକ ଏକଥା ବୁଝିବାକୁ ଚେଷ୍ଟା କରନ୍ତୁ) “ସେତେବେଳେ ଯିହୂଦାର ଅଧିବାସୀମାନେ ପର୍ବତ ଉପରକୁ ପଳାଇ ଯାଆନ୍ତୁ।


“ମନେରଖ, ବର୍ତ୍ତମାନ ଜୀବିତ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ପୂର୍ବର ଏସବୁ ବିଷୟ ଘଟିବ।


ଯୀଶୁ ଜୀତ ପର୍ବତ ଉପରେ ବସିଥିବାବେଳେ ଶିଷ୍ୟମାନେ ଏକାନ୍ତରେ ଆସି ପଚାରିଲେ, “ଏସବୁ କେବେ ହେବ, ଆମକୁ କହନ୍ତୁ। କ’ଣ ଘଟିଲେ ଆମେ ଜାଣିବା ଯେ ଆପଣଙ୍କ ଆସିବା ସମୟ ହେଲାଣି ଏବଂ ଏହି ଯୁଗ ଶେଷ ହେବ।”


“ତୁମ୍ଭେ ଏସବୁ ଦେଖୁଛ, କିନ୍ତୁ ସମୟ ଆସିବ, ଯେତେବେଳେ ଏଠାରେ ଥିବା ଗୋଟିଏ ପଥର ନିଜ ସ୍ଥାନରେ ରହିବ ନାହିଁ; ପ୍ରତ୍ୟେକଟି ତଳକୁ ଖସି ପଡ଼ିବ।”


ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।


Swiv nou:

Piblisite


Piblisite