Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:4 - ପବିତ୍ର ବାଇବଲ (CL) NT (BSI)

4 କାରଣ ଅନ୍ୟମାନେ ସେମାନଙ୍କ ଧନର ପ୍ରାଚୁର୍ଯ୍ୟରୁ କିଛି ଦାନ ଦେଇଛନ୍ତି, କିନ୍ତୁ ବିଧବାଟି ଦରିଦ୍ର ହେଲେ ସୁଦ୍ଧା ତାହାର ଚଳିବା ପାଇଁ ଯାହା ଥିଲା, ସବୁ ସେ ଦେଇ ଦେଇଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଏମାନେ ସମସ୍ତେ ଭଣ୍ତାରରେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଏହାର ଯାହା କିଛି ଥିଲା, ସେହିସବୁ ପକାଇଲା।

Gade chapit la Kopi

ଓଡିଆ ବାଇବେଲ

4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହିସବୁ ପକାଇଲା।”

Gade chapit la Kopi

ପବିତ୍ର ବାଇବଲ

4 ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା'ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା'ର ବଞ୍ଚିବା ପାଇଁ ଦରକାର ଥିଲା।”

Gade chapit la Kopi




ଲୂକ ଲିଖିତ ସୁସମାଚାର 21:4
7 Referans Kwoze  

ସାନ ପୁଅ ବାପାଙ୍କୁ କହିଲା, ‘ବାପା, ମୋ’ ଭାଗ ସମ୍ପତ୍ତି ମୋତେ ଦେଇଦିଅ।’ ତେଣୁ ସେ ଲୋକ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟି ଦେଲେ।


ସେମାନଙ୍କ ଦଳରେ କୌଣସି ବ୍ୟକ୍ତି ଅଭାବଗ୍ରସ୍ତ ନ ଥିଲା। ଯେଉଁମାନଙ୍କର ଜମି ଓ ଘର ଥିଲା,


ସେମାନଙ୍କ ମଧ୍ୟରେ ବାର ବର୍ଷ ଧରି ରକ୍ତସ୍ରାବ ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଲୋକ ଥିଲା। ସେ ଚିକିତ୍ସକମାନଙ୍କର ପାଉଣା ଦେଇ ଦେଇ ତା’ର ସର୍ବସ୍ୱ ବ୍ୟୟ କରିଥିଲା, କିନ୍ତୁ ତାକୁ କେହି ସୁସ୍ଥ କରି ପାରି ନ ଥିଲେ।


ଧନୀ ଲୋକମାନେ ସେମାନଙ୍କର ବଳକା ଧନରୁ ଦେଇଛନ୍ତି, କିନ୍ତୁ ଏହି ସ୍ତ୍ରୀ ଲୋକଟି ତା’ର ଦାରିଦ୍ର୍ୟ ସତ୍ତେ୍ୱ ତା’ ପାଖରେ ଯାହା କିଛି ସମ୍ବଳ ଥିଲା, ସବୁ ଦେଇ ଦେଇଛି।”


ସେ କହିଲେ, “ମୁଁ କହୁଛି, ଏହି ଦରିଦ୍ର ବିଧବା ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଦାନ ଦେଇଛି।


କାରଣ ଦାନ କରିବାର ଆଗ୍ରହ ଥିହେଲ, ମନୁଷ୍ୟ ତା’ର ସାମର୍ଥ୍ୟ ଅନୁଯାୟୀ ଯାହା ଦାନ କରେ , ଈଶ୍ୱର ଗ୍ରହଣ କରିନ୍ତି। ତା’ର ସମ୍ବଳର ସୀମା ବାହାରେ ସେ କିଛି ଦେଉ ବୋଲି ଈଶ୍ୱର ଚାହାନ୍ତି ନାହିଁ।


Swiv nou:

Piblisite


Piblisite