Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:16 - ପବିତ୍ର ବାଇବଲ (CL) NT (BSI)

16 ତୁମ୍ଭମାନଙ୍କର ପିତାମାତା, ଭାଇମାନେ, ଆତ୍ମୀୟ ସ୍ୱଜନ ଓ ବନ୍ଧୁମାନେ ତୁମ୍ଭମାନଙ୍କୁ ଧରାଇଦେବେ ଓ ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଭୋଗ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ତୁମ୍ଭେମାନେ ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନଙ୍କ ଦ୍ଵାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରିକାହାରିକି ବଧ କରିବେ,

Gade chapit la Kopi

ଓଡିଆ ବାଇବେଲ

16 କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ତୁମ୍ଭେମାନେ ପିତାମାତା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,

Gade chapit la Kopi

ପବିତ୍ର ବାଇବଲ

16 ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:16
14 Referans Kwoze  

ବାପା ବିରୁଦ୍ଧରେ ପୁଅ, ପୁଅ ବିରୁଦ୍ଧରେ ବାପା, ମା’ ବିରୁଦ୍ଧରେ ଝିଅ ଓ ଝିଅ ବିରୁଦ୍ଧରେ ମା’, ଶାଶୁ ବିରୁଦ୍ଧରେ ବୋହୂ ଏବଂ ବୋହୂ ବିରୁଦ୍ଧରେ ଶାଶୁ ଉଠିବେ।”


ତା’ପରେ, ମେଷଶାବକ ପଞ୍ଚମ ମୋହର ଭାଙ୍ଗିଲେ ଏବଂ ମୁଁ ଦେଖିଲି, ଏକ ବେଦୀ। ଈଶ୍ୱରଙ୍କ ବାକ୍ୟ ଘୋଷଣା କରି ସାକ୍ଷ୍ୟଦାନରେ ବିଶ୍ୱସ୍ତ ରହିଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ଆତ୍ମାଗଣ ସେହି ବେଦୀ ତଳେ ସୁରକ୍ଷିତ ହୋଇଥିଲେ।


ମେଷଶାବକଙ୍କ ରକ୍ତର ବଳରେ ଓ ସେମାନେ ଘୋଷଣା କରୁଥିବା ସତ୍ୟ ପାଇଁ ଆତ୍ମବଳିଦାନ କରିବାକୁ ପ୍ରସ୍ତୁତ ଥିବାରୁ ଆମ ଭାଇମାନେ ବିଜୟୀ ହୋଇଛନ୍ତି।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ହତ୍ୟା କରାଇଲେ।


ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର!”


ସେହି ସମୟରେ ଲୋକେ ନିଜ ଭାଇମାନଙ୍କୁ ପ୍ରାଣଦଣ୍ଡ ପାଇବାକୁ ସର୍ମପଣ କରିବେ। ବାପାମାନେ ନିଜ ପିଲାମାନଙ୍କ ପ୍ରତି ସେହିପରି କରିବେ। ପିଲାମାନେ ନିଜ ପିତାମାତାଙ୍କ ବିଷୟରେ ଉଠି ସେମାନଙ୍କୁ ହତ୍ୟା କରାଇବେ।


“ଲୋକେ ନିଜ ଭାଇମାନଙ୍କୁ ମୃତ୍ୟଦଣ୍ଡ ଲେଗିବା ପାଇଁ ଧରାଇ ଦେବେ। ନତା ମଧ୍ୟ ନିଜ ସନ୍ତାନମାନଙ୍କ ପ୍ରତି ସେହିପରି ବ୍ୟବହାର କରିବେ। ପୁତ୍ର କନ୍ୟାମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ଯାଇ, ସେମାନଙ୍କୁ ବଧ କରାଇବେ।


କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।


ମୋ’ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ।


Swiv nou:

Piblisite


Piblisite