Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:12 - ପବିତ୍ର ବାଇବଲ (CL) NT (BSI)

12 ଏସବୁ ବିଷୟ ଘଟିବା ପୂର୍ବରୁ ତୁମ୍ଭେମାନେ ଗିରଫ ହୋଇ ଉତ୍ପୀଡ଼ିତ ହେବ; ଉପାସନା ଗୃହମାନଙ୍କରେ ବିଚାରିତ ହୋଇ ବନ୍ଦୀଶାଳାରେ ନିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ; ମୋ’ ଯୋଗୁଁ ତୁମେ ରାଜା ଓ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଅଣଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କିନ୍ତୁ ଏହିସମସ୍ତ ଘଟଣା ପୂର୍ବେ ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ;

Gade chapit la Kopi

ଓଡିଆ ବାଇବେଲ

12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;

Gade chapit la Kopi

ପବିତ୍ର ବାଇବଲ

12 “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:12
31 Referans Kwoze  

ପ୍ରଭୁଙ୍କ ନାମରେ ଅନୁରୋଧ କରୁଛୁ, କତ୍ତୃପକ୍ଷମାନଙ୍କ ଶାସନାଧୀନ ହୁଅ।


ଇହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କରିଛନ୍ତି, ତାହା ନିଶ୍ଚିତଭାବେ ଜାଣିବା ପାଇଁ ସୈନ୍ୟାଧ୍ୟକ୍ଷ ତହିଁ ଆର ଦିନ ପାଉଲଙ୍କର ବନ୍ଧନସବୁ ଖୋଲି ଦେଇ ମହାସଭାର ପୂର୍ଣ୍ଣ ବୈଠକ ଆହ୍ୱାନ କରିବା ପାଇଁ ଯାଜକମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।


ସେ ତଳେ ପଡ଼ିଗଲେ ଏବଂ ବାଣୀ ଶୁଣିଲେ, “ଶାଉଲ! ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତନା କରୁଛ?”


କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ, ଘର ଘରକୁ ଯାଇ ଖ୍ରୀଷ୍ଟ ବିଶ୍ୱାସୀ ପୁରୁଷ, ସ୍ତ୍ରୀ ସମସ୍ତଙ୍କୁ ଟାଣି ଆଣି କାରାଗାରରେ ପକାଇଲେ।


ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଭିତରକୁ ଡାକି, ସେମାନଙ୍କୁ ଚାବୁକ ପ୍ରହାର କରାଇଲେ ଏବଂ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଆଦେଶ ଦେଇ ଛାଡ଼ି ଦେଲେ।


ମୁଁ ଯାହା କହିଥିଲି; ସ୍ମରଣ କର; “ଦାସ ମାଲିକଠାରୁ ବଡ଼ ନୁହେଁ।” ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମ୍ଭମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ।


ଆଉ କେତେ ଜଣ ରାଜାଙ୍କର ଚାକରମାନଙ୍କୁ ଧରି ବାଡ଼େଇ ବାଡ଼େଇ ମାରିଦେଲେ।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


କିନ୍ତୁ ଏସବୁ ପ୍ରସବ ବେଦନାର ଆରମ୍ଭ ମାତ୍ର।


ଚାରିଆଡ଼େ ଭୟଙ୍କର ଭୂମିକମ୍ପ, ଦୁର୍ଭିକ୍ଷ ଓ ମହାମାରୀ ହେବ, ଆକାଶରେ ଅଦ୍ଭୁତ ଓ ଭୟାନକ ଲକ୍ଷଣ ଦେଖାଯିବ।


କିନ୍ତୁ ମୋ’ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି, ଏ କଥା ସେମାନେ ଜାଣନ୍ତି ନାହିଁ।


Swiv nou:

Piblisite


Piblisite