Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 20:16 - ପବିତ୍ର ବାଇବଲ (CL) NT (BSI)

16 ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ।

Gade chapit la Kopi

ଓଡିଆ ବାଇବେଲ

16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଅଙ୍ଗୁର କ୍ଷେତ୍ର ଦେବେ । ଏହା ଶୁଣି ସେମାନେ କହିଲେ, ତାହା ନ ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ।”

Gade chapit la Kopi

ପବିତ୍ର ବାଇବଲ

16 ସେ ଆସି ସେହି କୃଷକମାନଙ୍କୁ ଜୀବନରେ ମାରିଦେବ। ତା'ପରେ ସେହି ଜମିଟିକୁ ଆଉ କେତେକ କୃଷକଙ୍କୁ ଭାଗ ଦେଇଦେବେ।” ଲୋକମାନେ ଏହି ଦୃଷ୍ଟାନ୍ତଟି ଶୁଣିଲେ ଓ ସେମାନେ କହିଲେ, “ଯେ, ଏ କଥା କେବେ ହେଲେ ନ ହେଉ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 20:16
24 Referans Kwoze  

ବର୍ତ୍ତମାନ ମୋର ଯେଉଁ ଶତ୍ରୁମାନେ ମୋତେ ରାଜା କରିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କୁ ଏଠାକୁ ଆଣ ଓ ମୋ’ ଆଗରେ ସେମାନଙ୍କୁ ବଧ କର’।”


କିନ୍ତୁ ପାଉଲ ଓ ବର୍ଣ୍ଣବା ଆହୁରି ଦୃଢ଼ ଭାବରେ କହିଲେ, ‘ତୁମ୍ଭମାନଙ୍କ ନିକଟରେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ ଥିଲା। କିନ୍ତୁ ତୁମେ ଅନନ୍ତ ଜୀବନ ପାଇବା ପାଇଁ ନିଜକୁ ଅଯୋଗ୍ୟ ଭାବି ଏହାକୁ ଅଗ୍ରାହ୍ୟ କରିଥିବାରୁ, ଆମେ ତୁମକୁ ପରିତ୍ୟାଗ କରି ଅଣଇହୁଦୀମାନଙ୍କ ନିକଟକୁ ଯିବା।


ସେମାନେ ଉତ୍ତର ଦେଲେ, “ସେହି ଦୁଷ୍ଟମାନଙ୍କୁ ସେ ନିଶ୍ଚୟ ମାରିଦେବେ ଓ ଯେଉଁ ରଇତମାନେ ଠିକ୍ ସମୟରେ ତାଙ୍କ ଭାଗ ଦେବେ, କ୍ଷେତଟି ସେମାନଙ୍କ ହାତରେ ଛାଡ଼ିଦେବେ।”


ରାଜା କ୍ରୋଧରେ ଜର୍ଜରିତ ହୋଇ ସୈନ୍ୟମାନଙ୍କୁ ପଠାଇଲେ। ସେମାନେ ସେହି ନରହନ୍ତାମାନଙ୍କୁ ବଧ କରି ସେମାନଙ୍କ ସହରକୁ ପୋଡ଼ି ପକାଇଲେ।


“ଦ୍ରାକ୍ଷା ଅମଳ କରିବା ସମୟରେ ସେ ରଇତମାନଙ୍କ ପାଖକୁ ନିଜର ଭାଗ ଆଦାୟ କରିବା ପାଇଁ ନିଜ ଦାସମାନଙ୍କୁ ପଠାଇଲେ।


ଯୀଶୁ ପଚାରିଲେ, “କହିଲ ଦେଖି, ଏହା ପରେ ସେହି ଦ୍ରାକ୍ଷାକ୍ଷେତର ମାଲିକ କ’ଣ କରିଥିବେ? ସେ ଆସି ନିଶ୍ଚୟ ସେହି ଚାଷୀମାନଙ୍କୁ ଜୀବନରେ ମାରି ପକାଇ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ଦେଇଥିବେ।


ତେଣୁ ସେମାନେ ତାକୁ ବାହାରକୁ ଟାଣି ନେଇ ହତ୍ୟା କଲେ। ଯୀଶୁ ପଚାରିଲେ, “ତା’ହେଲେ ଦ୍ରାକ୍ଷା କ୍ଷେତର ମାଲିକ ସେହି ଚାଷୀମାନଙ୍କୁ କ’ଣ କରିବେ?


କଦାପି ନୁହେଁ। ମନୁଷ୍ୟମାନେ ସମସ୍ତେ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ୱର ସତ୍ୟ। ଶାସ୍ତ୍ରରେ ଉଲେଖ ଅଛି: “ତୁମ ବାକ୍ୟ ଦ୍ୱାରା ତୁମେ ସତ୍ୟ ନିଷ୍ଠ ବୋଲି ପ୍ରମାଣିତ ହୁଅ, ତୁମେ ବିଚାରିତ ହେଲାବେଳେ ତୁମେ ବିଜୟୀ ହୁଅ।”


କେବେ ନୁହେଁ। ଈଶ୍ୱର ଯଦି ନ୍ୟାୟବାନ ନୁହନ୍ତି, ସେ କିପରି ଜଗତର ନ୍ୟାୟ ବିଚାର କରିବେ?


ଏହାର ଅର୍ଥ କଅଣ, ଆମେ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ଲୋପ କରିବାକୁ ଯାଉଛୁ? କଦାପି ନୁହେଁ। ବିଶ୍ୱାସ ଦ୍ୱାରା ଆମେ ବ୍ୟବସ୍ଥାର ଭିତ୍ତିମୂଳ ଦୃଢ଼ କରୁଛୁ।


କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?


ତାହାହେଲେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହପ୍ରାପ୍ତ ବୋଲି କଅଣ ପାପ କରୁଥିବା? କଦାପି ନୁହେଁ।


ତେବେ କଅଣ କହିବା, ବ୍ୟବସ୍ଥା ହିଁ ପାପ? ତା’ ଅବଶ୍ୟ ନୁହେଁ। କିନ୍ତୁ ପାପ କଅଣ, ତାହା ବ୍ୟବସ୍ଥା ମୋତେ ଜଣାଇ ଦେଇଛି। “ପର ଦ୍ରବ୍ୟକୁ ଲୋଭ କର ନାହିଁ”, ଏହି ଆଜ୍ଞା ଯଦି ବ୍ୟବସ୍ଥା ଦେଇ ନ ଥାଆନ୍ତା, ଲୋଭ କଅଣ, ମୁଁ ଜାଣି ନ ଥାଆନ୍ତି।


ତା’ହେଲେ, ଯାହା ମଙ୍ଗଳଜନକ, ତାହା କଅଣ ମୋ’ ମୃତ୍ୟୁର କାରଣ ହୋଇଥିଲା? କଦାପି ନୁହେଁ। ପାପ ହିଁ ତା’ କଲା। ମଙ୍ଗଳଜନକ ବ୍ୟବସ୍ଥାକୁ ବ୍ୟବହାର କରି ପାପ ମୋର ମୃତ୍ୟୁ ଘଟାଇଲା। ତଦ୍ଦ୍ୱାରା ପାପର ପ୍ରକୃତ ରୂପ ପ୍ରକାଶ ପାଇଲା। ତେଣୁ ବ୍ୟବସ୍ଥା ଦ୍ୱାରା ପାପର ଅତିଶୟ ଭୟଙ୍କରତା ଜଣାପଡ଼ିଲା।


ତାହାହେଲେ କଅଣ କହିବା, “ଈଶ୍ୱର ଅନ୍ୟାୟ କରନ୍ତି କି?” କଦାପି ନୁହେଁ।


ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।


ମୁଁ ପ୍ରଶ୍ନ କରେ: ଇହୁଦୀମାନେ ଝୁଣ୍ଟି ପଡ଼ିବା ଦ୍ୱାରା କଅଣ ବିନଷ୍ଟ ହେଲେ? କେବେ ନୁର୍ହେ। ସେମାନେ ପାପ କରିବାରୁ, ସେମାନଙ୍କୁ ଈର୍ଷାନ୍ୱିତ କରିବା ପାଇଁ ଅଣଇହୁଦୀମାନଙ୍କୁ ପରିତ୍ରାଣର ଅଧିକାରୀ କରାଗଲା।


ତୁମ୍ଭମାନଙ୍କର ଶରୀର ଖ୍ରୀଷ୍ଟଙ୍କ ଶରୀରର ଅଂଶ ସ୍ୱରୂପ ବୋଲି କ’ଣ ଜାଣ ନାହିଁ? ତେବେ କ’ଣ ମୁଁ ଖ୍ରୀଷ୍ଟଙ୍କ ଶରୀରର ଏକ ଅଂଶକୁ ଗଣିକାର ଅଙ୍ଗରେ ପରିଣତ କରିବି? କେବେ ନୁହେଁ।


କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବା ପାଇଁ ଚେଷ୍ଟା କଲାବେଳେ, ଯଦି ଆମେ ମଧ୍ୟ ଅଣଇହୁଦୀଙ୍କ ପରି “ପାପୀ” ହୋଇ ରହିଛୁ, ଏଥିପାଇଁ କଅଣ ଖ୍ରୀଷ୍ଟ ଦାୟୀ? ନା, ଏହା କଦାପି ନୁହେଁ।


ଏହାର ଅର୍ଥ କ’ଣ? ବ୍ୟବସ୍ଥା କ’ଣ ଈଶ୍ୱରଙ୍କ ପ୍ରତିଜ୍ଞାର ବିରୋଧ କରେ? ନା, କଦାପି ନୁହେଁ। କାରଣ ମନୁଷ୍ୟକୁ ଜୀବନ ଦେବା ଭଳି ଯଦି ଗୋଟିଏ ବ୍ୟବସ୍ଥା କରାଯାଇ ଥାଆନ୍ତା, ତେବେ ତାହା ପାଳନ କରିବା ଦ୍ୱାରା ହିଁ ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହୋଇପାରି ଥାଆନ୍ତା।


କିନ୍ତୁ ମୁଁ କେବଳ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ଗର୍ବ କରୁଛି; କାରଣ ତାଙ୍କର କ୍ରୁଶ ଯୋଗୁଁ ଜଗତ ମୋ’ ନିମନ୍ତେ ମୃତ ଏବଂ ମୁଁ ଜଗତ ନିମନ୍ତେ ମୃତ।


Swiv nou:

Piblisite


Piblisite