Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:51 - ପବିତ୍ର ବାଇବଲ (CL) NT (BSI)

51 ଯୀଶୁ ସେମାନଙ୍କ ସଙ୍ଗେ ନାଜରିତକୁ ଫେରିଗଲେ ଓ ସେମାନଙ୍କର ବାଧ୍ୟ ହୋଇ ରହିଲେ। ତାଙ୍କର ମା’ ଏସବୁ ବିଷୟ ହୃଦୟରେ ସଞ୍ଚିତ କରି ରଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହିସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।

Gade chapit la Kopi

ପବିତ୍ର ବାଇବଲ

51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 2:51
15 Referans Kwoze  

ଏ ସମସ୍ତ ଘଟଣା ମରିୟମଙ୍କ ମନରେ ଚିରଦିନ ସ୍ମରଣୀୟ ହୋଇ ରହିଲା ଏବଂ ଏ ସମ୍ପର୍କରେ ସେ ଗଭୀର ଚିନ୍ତାମଗ୍ନ ହୋଇ ରହିଲେ।


ଏ କ’ଣ ମରିୟମଙ୍କ ପୁତ୍ର ସେହି ବଢ଼େଇ ନୁହିଁନ୍ତି? - ଏ କ’ଣ ଯାକୁବ, ଯୋସେଫ, ଯିହୂଦା ଓ ଶିମୋନଙ୍କର ଭାଇ ନୁହଁନ୍ତି? ତାଙ୍କ ଭଉଣୀମାନେ କ’ଣ ଆମ ସହିତ ଏଠାରେ ରହୁ ନାହାନ୍ତି?” ଏହା କହି ସେମାନେ ଯୀଶୁଙ୍କୁ ଉପେକ୍ଷା କଲେ।


ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।


କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ କଥାରେ ସମ୍ମତ ହୁଅ। କାରଣ ଏହା ଦ୍ୱାରା ଆମେ ଈଶ୍ୱରଙ୍କ ଇଚ୍ଛାନୁରୂପ କର୍ମ କରିପାରିବା।” ତେଣୁ ଯୋହନ ତାଙ୍କୁ ଜଳଦୀକ୍ଷା ଦେବାକୁ ରାଜି ହେଲେ।


ଖ୍ରୀଷ୍ଟଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ଥିବାରୁ ତୁମ୍ଭେମାନେ ପରସ୍ପରର ବଶବର୍ତ୍ତୀ ହୁଅ।


ପ୍ରଭୁଙ୍କ ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ ଥିଲା, ସେ ସମସ୍ତ ଶେଷ ହେବା ପରେ ଯୋସେଫ ଓ ମରିୟମ ନିଜର ବାସସ୍ଥାନ ଗାଲିଲୀର ନାଜରିତ ସହରକୁ ଫେରିଗଲେ।


ଯୀଶୁ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାବେଳେ ତାଙ୍କ ମାଆ ଓ ଭାଇମାନେ ସେହି ସ୍ଥାନରେ ପହଞ୍ଚି ତାଙ୍କୁ କିଛି କହତବା ପାଇଁ ବାହାରେ ଅପେକ୍ଷା କରି ତାଙ୍କୁ ଡକାଇଲେ।


ସେହି ସମୟରେ ଯୀଶୁ ଗାଲିଲୀ ପ୍ରଦେଶର ନାଜରିତରୁ ଆସି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଗ୍ରହଣ କଲେ।


ତା’ପରେ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେଠାକୁ ଗଲେ। ବିଶ୍ରାମବାର ଦିନ ତାଙ୍କ ରୀତି ଅନୁସାରେ ପୂର୍ବପରି ସେ ସମାଜ ଗୃହକୁ ଗଲେ।


ସେ ସେମାନଙ୍କୁ କହିଲେ, “ମୁଁ ନିଶ୍ଚୟ ଜାଣେ ଯେ ତୁମ୍ଭେମାନେ ମୋ’ ପ୍ରତି ଏହି ଉକ୍ତିଟି ପ୍ରୟୋଗ କରି କହିବ, ‘ହେ ଚିକିତ୍ସକ, ନିଜକୁ ସୁସ୍ଥ କର।’ କପର୍ନାହୁମରେ ଯାହା ସବୁ କରାଯାଇଛି ବୋଲି ତୁମ୍ଭେମାନେ ଶୁଣିଛ, ସେସବୁ ମୋର ଜନ୍ମ ସ୍ଥାନରେ କରିବା ପାଇଁ ତୁମ୍ଭେମାନେ ମୋତେ କହିବ।”


ସେମାନେ ତାକୁ କିହଲେ, “ନାଜରିତର ଯୀଶୁ ଆସୁଛନ୍ତି।”


Swiv nou:

Piblisite


Piblisite