Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:25 - ପବିତ୍ର ବାଇବଲ (CL) NT (BSI)

25 ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଆଉ ଦେଖ, ଯିରୂଶାଲମରେ ଶିମୀୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ଵନା ଅପେକ୍ଷା କରୁଥିଲେ, ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ।

Gade chapit la Kopi

ଓଡିଆ ବାଇବେଲ

25 ଆଉ ଦେଖ, ଯିରୂଶାଲମରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ

25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 2:25
22 Referans Kwoze  

ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।


ଶିଶୁ ଯୀଶୁ ମନ୍ଦିରରେ ଉତ୍ସର୍ଗୀକୃତ ହେବାବେଳେ ହାନ୍ନା ସେଠାରେ ପହଞ୍ôଚ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ଈଶ୍ୱର ଯିରୂଶାଲମକୁ ଉଦ୍ଧାର କରିବେ ବୋଲି ଯେଉଁମାନେ ବିଶ୍ୱାସ କରି ଅପେକ୍ଷା କରୁଥିଲେ, ସେ ସମସ୍ତଙ୍କୁ ଶିଶୁଙ୍କ ବିଷୟରେ କହିଲେ।


ସେଦିନ ଥିଲା ପ୍ରସ୍ତୁତି ଦିବସ ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ। ଯୋସେଫ ନିର୍ଭୀକ ଭାବରେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ମୃତ ଦେହ ନେଇଯିବା ପାଇଁ ଅନୁମତି ମାଗିଲେ।


ଏଲିଶାବେଥ୍ ମରିୟମଙ୍କ ସମ୍ଭାଷଣ ଶୁଣିବା ମାତ୍ରେ ତାଙ୍କ ଗର୍ଭସ୍ଥ ଶିଶୁଟି ଅଧିର ହୋଇ ଉଠିଲା।


ଭାବବାଣୀ କେବଳ ମନୁଷ୍ୟର କଳ୍ପନାପ୍ରସୂତ ନୁହେଁ। ଈଶ୍ୱରଙ୍କ ଭକ୍ତ ଦାସମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ପାଇଥିବା ବାର୍ତ୍ତା ପ୍ରକାଶ କରିଛନ୍ତି।


ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।


ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”


ସେ ଜଣେ ଧାର୍ମିକ ଲୋକ ଥିଲେ। ସେ ଓ ତାଙ୍କ ପରିବାରର ସମସ୍ତେ ଈଶ୍ୱରଙ୍କୁ ଉପାସନା କରୁଥିଲେ। ସେ ଦରିଦ୍ର ଇହୁଦୀମାନଙ୍କର ଉପକାର ପାଇଁ ବହୁତ କିଛି କରୁଥିଲେ ଓ ଅବିରତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।


ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କ ବାର୍ତ୍ତା ଜଣାଇଲେ;


ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଇହୁଦୀ ଭକ୍ତମାନେ ସେତେବେଳେ ଯିରୂଶାଲମରେ ଉପସ୍ଥିତ ଥିଲେ।


Swiv nou:

Piblisite


Piblisite