Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:1 - ପବିତ୍ର ବାଇବଲ (CL) NT (BSI)

1 ସେହି ସମୟରେ ସମଗ୍ର ରୋମ ରାଜ୍ୟରେ ଜନଗଣନା କରିବା ପାଇଁ ସମ୍ରାଟ ଅଗଷ୍ଟସ୍ ଆଦେଶ ଜାରି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।

Gade chapit la Kopi

ଓଡିଆ ବାଇବେଲ

1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।

Gade chapit la Kopi

ପବିତ୍ର ବାଇବଲ

1 ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 2:1
13 Referans Kwoze  

ସମ୍ରାଟ ଟାଲବିରିୟସ୍‌ଙ୍କ ରାଜତ୍ୱର ପଞ୍ଚଦଶ ବର୍ଷରେ ପନ୍ତିୟ ପିଲାତ ଯିହୂଦା ପ୍ରଦେଶର ରାଜ୍ୟପାଳ ଥିଲେ। ହେରୋଦ ଗାଲିଲୀର ସାମନ୍ତ ରାଜା ଥିଲେ ଏବଂ ତାଙ୍କ ଭାଇ ଫିଲିପ ଇଟୁରିଆ ଓ ଟ୍ରାକୋନିଟିସ୍ର ଏବଂ ଲିସାନିଆସ୍ ଆବିଲିନ୍ର ସାମନ୍ତ ରାଜା ଥିଲେ।


ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶୁଭବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସତ୍ୟ ସାକ୍ଷ୍ୟ ରୂପେ ସାରା ଜଗତରେ ପ୍ରଚାରିତ ହେବ। ତା’ପରେ ଯାଇ ଯୁଗାବସାନ ଘଟବ।”


କିନ୍ତୁ ପାଉଲ, ନିଜେ ସମ୍ରାଟ ତା’ର ମାମଲା ନିଷ୍ପତ୍ତି କରନ୍ତୁ ବୋଲି କହି ପ୍ରହରୀମାନଙ୍କ ଦ୍ୱାରା ସୁରକ୍ଷିତ ହେବା ପାଇଁ ଚାହିଁଲା। ତେଣୁ ସମ୍ରାଟଙ୍କ ପାଖକୁ ପଠାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିବା ପାଇଁ ମୁଁ ଆଦେଶ ଦେଇଛି।”


ଏଠାରେ ଥିବା ଈଶ୍ୱରଙ୍କ ଲୋକମାନେ, ବିଶେଷରେ ସମ୍ରାଟଙ୍କ ପ୍ରାସାଦରେ ଥିବା ସାଧୁମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।


ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ବୋଲି ପୃଥିବୀରେ ସର୍ବତ୍ର ପରିଚିତ। ଏଥିପାଇଁ ତୁମ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି।


ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ଲୋକ ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ସମଗ୍ର ପୃଥିବୀରେ ଏକ ଭୟଙ୍କର ଦୁର୍ଭିକ୍ଷ ହେବ ବୋଲି ଭବିଷ୍ୟ ବାଣୀ ଶୁଣାଇଲେ। (ସମ୍ରାଟ କ୍ଳଡିୟସ୍‌ଙ୍କ ସମୟରେ ଏହା ଘଟିଥିଲା।)


ଯଦି ମୁଁ ବ୍ୟବସ୍ଥା ଲଙ୍ଘନ କରି ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି କାର୍ଯ୍ୟ କରିଛି, ସେଥିରୁ ନିଷ୍କୃତି ପାଇବାକୁ ମୁଁ ଚାହୁଁ ନାହିଁ। କିନ୍ତୁ ସେମାନେ ମୋ’ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡ଼ିକରେ ଯଦି କୌଣସି ସତ୍ୟତା ନ ଥାଏ, ତେବେ କେହି ମୋତେ ସେମାନଙ୍କ ହାତରେ ଛାଡ଼ି ଦେଇପାରିବେ ନାହିଁ। ସମ୍ରାଟଙ୍କଠାରେ ମୁଁ ଏହି ଆବେଦନ କରୁଛି।”


ପୁଣି ସେ କହିଲେ, “ସମଗ୍ର ଜଗତକୁ ଯାଇ ମୋର ଏହି ଶୁଭବାର୍ତ୍ତା ସମସ୍ତଙ୍କ ନିକଟରେ ପ୍ରଚାର କର।


ମୁଁ କହୁଛି, ସାରା ଜଗତରେ ମୋର ସୁସମାଚାର ଯେଉଁଠାରେ ପ୍ରଚାର କରାଯିବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରିବା ପାଇଁ ଏ ସବୁ କୁହାଯାଉଥିବ।”


ତେବେ କହନ୍ତୁ, ଏ ବିଷୟରେ ଆପଣଙ୍କର ମତ କଅଣ? ରୋମ୍ ସମ୍ରାଟଙ୍କୁ କର ଦେବା ଆମ ଧର୍ମଶାସ୍ତ୍ର ବ୍ୟବସ୍ଥା ଅନୁସାରେ ଉଚିତ୍ ନା ଅନୁଚିତ୍?”


ପ୍ରତ୍ୟେକେ ନିଜର ନାମ ତାଲିକାଭୁକ୍ତ କରିବା ପାଇଁ ପୈତୃକ ସହରକୁ ଗଲେ।


ସେ ତାଙ୍କର ବାଗ୍ଦତ୍ତା ମରିୟମଙ୍କ ସହିତ ନାମ ଲେଖାଇବା ପାଇଁ ଗଲେ। ମରିୟମ ଗର୍ଭବତୀ ଥିଲେ


Swiv nou:

Piblisite


Piblisite