Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 19:6 - ପବିତ୍ର ବାଇବଲ (CL) NT (BSI)

6 ଜଖିୟ ଶୀଘ୍ର ତଳକୁ ଓହ୍ଲାଇ ଆସି ମହାନନ୍ଦରେ ତାଙ୍କୁ ସ୍ୱାଗତ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେଥିରେ ସେ ଶୀଘ୍ର ଓହ୍ଳାଇଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ।

Gade chapit la Kopi

ଓଡିଆ ବାଇବେଲ

6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।

Gade chapit la Kopi

ପବିତ୍ର ବାଇବଲ

6 ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 19:6
11 Referans Kwoze  

ତା’ପରେ ଲେବୀ ତାଙ୍କ ଗୃହରେ ଯୀଶୁଙ୍କ ପାଇଁ ଗୋଟିଏ ବଡ଼ ଭୋଜି ପ୍ରସ୍ତୁତ କଲେ। ସେହି ଭୋଜିରେ କରଆଦାୟକାରୀ ଓ ଅନ୍ୟାନ୍ୟ ବହୁସଂଖ୍ୟକ ଲୋକ ଯୋଗ ଦେଲେ।


ତା’ପରେ ସେ ପାଉଲ ଓ ଶୀଲାଙ୍କୁ ନିଜ ଘରକୁ ନେଇଯାଇ ଖାଇବାକୁ ଦେଲେ। ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିବାରୁ ସେ ଓ ତାଙ୍କ ପରିବାରର ସମସ୍ତଙ୍କ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହେଲା।


ସେ ଓ ତାଙ୍କ ପରିବାରର ସମସ୍ତେ ଜଳଦୀକ୍ଷା ନେବା ପରେ ଆମକୁ ନିମନ୍ତ୍ରଣ କରି କହିଲେ, “ପ୍ରଭୁଙ୍କଠାରେ ପ୍ରକୃତରେ ମୋର ବିଶ୍ୱାସ ଅଛି ବୋଲି ଯଦି ଆପଣମାନେ ମନେ କରନ୍ତି, ତେବେ ଆସି ମୋ’ ଘରେ ରହନ୍ତୁ।” ସେ ଏହିପରି ଭାବରେ ତାଙ୍କ ଘରକୁ ଯିବା ପାଇଁ ଆମକୁ ପ୍ରବର୍ତ୍ତାଇଲେ।


ସେମାନଙ୍କ ମଧ୍ୟରୁ ଅନେକେ ତାଙ୍କ ବାର୍ତ୍ତାରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କଲେ। ସେଦିନ ପ୍ରାୟ ତିନି ହଜାର ଲୋକ ଶିଷ୍ୟମାନଙ୍କ ଦଳଭୁକ୍ତ ହେଲେ।


ସେମାନେ ଶୀଘ୍ର ଯାଇ ମରିୟମ, ଯୋସେଫ ଏବଂ ଗୁହାଳ କୁଣ୍ଡରେ ଶୋଇଥିବା ଶିଶୁଟିକୁ ଦେଖିଲେ।


ଯେତେବେଳେ ଯୀଶୁ ସେହି ସ୍ଥାନରେ ପହଞ୍ଚିଲେ, ସେ ଉପରକୁ ଅନାଇ ଜଖିୟକୁ କହିଲେ, “ଜଖିୟ, ଶୀଘ୍ର ତଳକୁ ଓହ୍ଲାଇ ଆସ; ଆଜି ମୋତେ ତୁମ ଘରେ ରହିବାକୁ ହେବ।”


ଏଥିରେ ଲୋକମାନେ ବିରକ୍ତ ହୋଇ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖ! ଜଣେ ପାପୀ ଘରକୁ ସେ ଅତିଥି ହୋଇ ଯାଇଛନ୍ତି!”


Swiv nou:

Piblisite


Piblisite